୮ରେ ଆର୍‌ଡିସିଙ୍କ କାର୍ଯ୍ୟାଳୟ ଘେରିବ ସାହାରା ଜମାକାରୀ ମଞ୍ଚ

Advertisment
୮ରେ ଆର୍‌ଡିସିଙ୍କ କାର୍ଯ୍ୟାଳୟ ଘେରିବ ସାହାରା ଜମାକାରୀ ମଞ୍ଚ

ଭୁବନେଶ୍ବର: ସାହାରା ଜମାକାରୀ ମଞ୍ଚ ଆସନ୍ତା ୮ ତାରିଖରେ କଟକସ୍ଥିତ କେନ୍ଦ୍ରାଞ୍ଚଳ ଆର୍‌ଡିସି କାର୍ଯ୍ୟାଳୟ ଘେରାଉ କରିବ। ସାହାରା ଜମାକାରୀ ମଞ୍ଚ ଓ ମିଳିତ ମଞ୍ଚ ପକ୍ଷରୁ ଆଜି ଭୁବନେଶ୍ବରସ୍ଥିତ ସିଆର୍‌ପିଏଫ୍‌ ଛକ ହନୁମାନ ମନ୍ଦିର ପରିସରରେ ଅନୁଷ୍ଠିତ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବୈଠକରେ କେନ୍ଦ୍ରାଞ୍ଚଳ ଆର୍‌ଡିସି ଅଧୀନରେ ଥିବା ୧୦ ଜିଲ୍ଲାର କର୍ମକର୍ତ୍ତା ଯୋଗ ଦେଇଥିଲେ।

୨୦୧୨ ମସିହା ପରଠାରୁ ସାହାରା ଜମାକାରୀମାନେ ସେମାନଙ୍କର ପରିପକ୍ବ ରାଶି ଏ ପର୍ଯ୍ୟନ୍ତ ଫେରି ପାଇନାହାନ୍ତି। ଏ ବାବଦରେ ଅଭିଯୋଗ କଲେ ମଧ୍ୟ ପୁଲିସ ଏତଲା ଗ୍ରହଣ କରୁନାହିଁ। ସେହିପରି ବିଭିନ୍ନ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ଦୀର୍ଘ ଦିନ ଆନ୍ଦୋଳନ କରି ମଧ୍ୟ ସେମାନଙ୍କର ପଇସା ଫେରି ପାଇନାହାନ୍ତି। ଏହାର ପ୍ରତିବାଦରେ ସମସ୍ତ ସାହାରା ଜମାକାରୀ ସମେତ ସବୁ ଜମାକାରୀମାନେ ଜୁନ୍‌ ୮ତାରିଖରେ କଟକ ଆର୍‌ଡିସି ଅଫିସ ସମ୍ମୁଖରେ ସତ୍ୟାଗ୍ରହ କରିବେ।

ଆଜିର ବୈଠକରେ ସାହାରା ଜମାକାରୀ ମଞ୍ଚର ରାଜ୍ୟ ସଭାପତି ବିଜୟ ପାଢ଼ୀ, ଉପସଭାପତି ସୁନୀଲ କୁମାର ଦାଶ, କ୍ଷତିଗ୍ରସ୍ତ ମିଳିତ ମଞ୍ଚର ସମ୍ପାଦକ ମଧୁସୂଦନ ବିଶ୍ବାଳ, ଯୁଗ୍ମ ଆବାହିକା ଅନୁରାଧା ସୁବୁଦ୍ଧି, ଅମରେଶ୍ୱର ତ୍ରିପାଠୀ, ହରୀଶ ମହାନ୍ତି, କ୍ଷୀରୋଦ ସାହୁ, ଉମେଶ ଚନ୍ଦ୍ର ନାୟକ, ସୁଶାନ୍ତ ସାହୁ, ଜୟନ୍ତୀ ବେହେରା, ନିରୁପମା ଦୀକ୍ଷିତ, ଫକୀର ଚରଣ ବେହେରା, ଶରତ ଚନ୍ଦ୍ର ଶତପଥୀ ପ୍ରମୁଖ ଉପସ୍ଥିତ ରହି ସତ୍ୟାଗ୍ରହକୁ ସଫଳ କରିବା ପାଇଁ ଆହ୍ବାନ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe