୧୩ ଦିନରେ ପହଞ୍ଚିଲା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଗୃହ ସମ୍ମୁଖରେ କିଡନି ପ୍ରତ୍ୟାରୋପଣ ରୋଗୀଙ୍କ ଧାରଣା

୧୩ ଦିନରେ ପହଞ୍ଚିଲା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଗୃହ ସମ୍ମୁଖରେ କିଡନି ପ୍ରତ୍ୟାରୋପଣ ରୋଗୀଙ୍କ ଧାରଣା

ଭୁବନେଶ୍ବର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବାସଗୃହ ସମ୍ମୁଖରେ କିଡନି ପ୍ରତ୍ୟାରୋପଣ ରୋଗୀଙ୍କ ଧାରଣା ୧୩ ଦିନରେ ପହଞ୍ଚିଛି । ଉନ୍ନତ ମାନର ଔଷଧ ଯୋଗାଣ ଦାବିରେ ଧାରଣାରେ ବସିଛନ୍ତି କିଡନୀ ରୋଗୀ। ସମସ୍ୟାର ସମାଧାନ ପାଇଁ କେତେେବେଳେ ମନ୍ତ୍ରୀ ତ କେତେବେଳେ ବିଭାଗୀୟ ସଚିବ କିଡନି ରୋଗୀଙ୍କ ସହ ଆଲୋଚନା କରୁଥିଲେ ବି ସମାଧାନର ବାଟ  ବାହାରି ପାରିନି।

କିଡନି ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ସାମ୍ନାରେ ଧାରଣା ଦେବା ସହ ରୋଷେଇ କରି ଖାଉଛନ୍ତି । ସେମାନଙ୍କ ଅଭିଯୋଗ, ଲୋୟର ପିଏମଜିରେ ୯୮ ଦିନ ଧାରଣାରେ ବସିବା ପରେ ସରକାର ସେମାନଙ୍କୁ ମାଗଣାରେ ଉନ୍ନତ ଔଷଧ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଅକ୍ଟୋବର ମାସରେ ଗୋଟିଏ ଥର ଏସସିବି ମେଡିକାଲ କଲେଜ ପକ୍ଷରୁ ଔଷଧ ଯୋଗାଇ ଦିଆଗଲା। କିନ୍ତୁ ଚଳିତ ମାସରେ ଔଷଧ ପାଇଁ ଯିବାରୁ ଉକ୍ତ ଔଷଧ ମିଳିବନି ବୋଲି ଏସସିବି କର୍ତ୍ତୃପକ୍ଷ ରୋକଠୋକ ଶୁଣାଇଥିବା ରୋଗୀମାନେ ଅଭିଯୋଗ କରିଛନ୍ତି। ତେବେ ପୂର୍ବରୁ ବ୍ୟାନ ହୋଇଥିବା ଔଷଧ ମିଳିବ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଥିଲେ। ତେଣୁ ସେମାନେ ବାଧ୍ୟହୋଇ ଏବେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଘର ସମ୍ମୁଖରେ ଧାରଣାରେ ବସିଛନ୍ତି। ଯେପର୍ଯ୍ୟନ୍ତ ଉନ୍ନତ ମାନର ଔଷଧ ଯୋଗାଇ ଦେବାକୁ ପ୍ରତିଶ୍ରୁତି ନ ମିଳିଛି, ସେଯାଏ ଧାରଣାରେ ବସିବେ ବୋଲି କିଡନି ପ୍ରତ୍ୟାରୋପଣ କରିଥିବା ରୋଗୀ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe