ଅଷ୍ଟମୀରେ ଆମିଷ ଭୋଗ, ପାଣିକଖାରୁ ବଳି

Advertisment

ବ୍ରାହ୍ମଣ ନିଯୋଗ

ବ୍ରାହ୍ମଣ ନିଯୋଗ

ଅଷ୍ଟମୀରେ ଆମିଷ ଭୋଗ, ପାଣିକଖାରୁ ବଳି

ପୁରୁଣା ଭୁବନେଶ୍ବର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପାର୍ଶ୍ବଦେବୀ ରୂପେ ପରିଚିତ ଅଷ୍ଟଚଣ୍ଡୀଙ୍କ ମଧ୍ୟରୁ ଦେବୀ ଚାମୁଣ୍ଡା (କପାଳୀ ଠାକୁରାଣୀ)ଙ୍କ ମନ୍ଦିର ବୈତାଳ ମନ୍ଦିର ନିକଟରେ ରହିଛି ବ୍ରାହ୍ମଣ ନିଯୋଗର ଝୁଲଣ ମଣ୍ଡପ। ମା’ଙ୍କ ଷୋଳପୂଜା ଚାଲିଥିବା ବେଳେ ଏହି ମଣ୍ଡପରେ ବ୍ରାହ୍ମଣ ନିଯୋଗ ପକ୍ଷରୁ ଆରମ୍ଭ ହୁଏ ମା’ ଦୁର୍ଗାଙ୍କ ପୂଜା। ନିଯୋଗ ପକ୍ଷରୁ ଷୋଳପୂଜା ନୀତି ନିଷ୍ଠାରେ କରାଯାଉଥିବା ବେଳେ ମା’ଦୁର୍ଗାଙ୍କ ପୂଜା ମଧ୍ୟ ଷଷ୍ଠୀ ତିଥିରୁ ଆରମ୍ଭ ହେବ। ବହୁ ପୁରାତନ ଏହି ପୂଜା ମଣ୍ଡପରେ ଗତ ୩ବର୍ଷ ହେଲା ୧୮ଫୁଟ ଉଚ୍ଚର ମା’ଙ୍କ ଚାନ୍ଦି ମେଢ଼ ଶୋଭା ପାଉଛି।

ସ୍ଥାନୀୟ ଅଞ୍ଚଳରେ ଆବଶ୍ୟକ ଜାଗାର ଅଭାବ ଯୋଗୁଁ ମୂର୍ତି ଓ ପୂଜାକୁ ଅଧିକ ଆକର୍ଷଣୀୟ କରାଯାଇଛି। ଏ ବର୍ଷ ଶାରଦୀୟ ଦୁର୍ଗାପୂଜାରେ ଆକର୍ଷଣୀୟ ତୋରଣ ସାଙ୍ଗକୁ ଭସାଣି ଉତ୍ସବକୁ ମଧ୍ୟ ଅଧିକ ଆକର୍ଷଣୀୟ କରାଯିବ। ଏଠାରେ ଅଷ୍ଟମୀରେ ଆମିଷ ଭୋଗ ହେଉଥିବା ବେଳେ ପାଣିକଖାରୁ ବଳି ଦିଆଯାଏ। ପୂଜା କମିଟି ତରଫରୁ ପୂଜାମଣ୍ଡପ ନିକଟରେ ୧୦ଜଣ ସ୍ବେଚ୍ଛାସେବୀ ରହିବା ସହିତ ମଣ୍ଡପରେ ୪ଟି ସିସି କ୍ୟାମେରା ଲଗାଯିବ। ପୂଜାରେ ପଲିଥିନ୍‌ ବାରଣ ସହ ଟ୍ରାଫିକ୍ ନିୟନ୍ତ୍ରଣ ଉପରେ ଅଧିକ ଧ୍ୟାନ ଦିଆଯିବ। ଚଳିତ ବର୍ଷ ପୂଜା ପାଇଁ ୬ଲକ୍ଷ ଟଙ୍କା ବଜେଟ୍‌ ରହିଛି।

ପଲିଥିନ ବ୍ୟବହାର ଉପରେ କଟକଣା

publive-image

ପ୍ରଦୂଷଣମୁକ୍ତ ପୂଜା ସହ ଅଧିକ ସାଜସଜ୍ଜା କରାଯିବ। ପୂଜାରେ ଚଳିତ ବର୍ଷ ପଲିଥିନ ବ୍ୟବହାର ଉପରେ କଟକଣା ଲଗାଯାଇଛି। ଡାଲା, ଚାଙ୍ଗୁଡ଼ି ଏବଂ ପିତ୍ତଳ ଥାଳିରେ ଭୋଗ ଆଣିବା ଲାଗି ଶ୍ରଦ୍ଧାଳୁମାନଙ୍କୁ ସଚେତନ କରାଯିବ।
ଶ୍ୟାମସନ୍ଦୁର ମହାପାତ୍ର, ସଭାପତି
ବ୍ରାହ୍ମଣ ନିଯୋଗ

ପ୍ରଦୂଷଣ ରୋକିବା ଦିଗରେ ଅଧିକ ଦୃଷ୍ଟି ଦିଆଯିବ

publive-image

ଚାନ୍ଦି ମେଢ଼ କରାଯାଉଥିବାରୁ ଏଠାରେ ଅଧିକ ସୁରକ୍ଷା ପାଇଁ ନଜର ଦିଆଯିବ। ଚଳିତ ବର୍ଷ ପୂଜାରେ ପ୍ରଦୂଷଣ ରୋକିବା ଦିଗରେ ଅଧିକ ଦୃଷ୍ଟି ଦିଆଯିବ। ସେହି ଦୃଷ୍ଟିରୁ ମଣ୍ଡପରେ ପୂର୍ବ ବର୍ଷ ଭଳି ୪ଟି ସିସି କ୍ୟାମେରା ଲଗାଯିବ। ଏହାସହ ଭସାଣି ଉତ୍ସବରେ ସମ୍ବଲପୁରୀ, ପଞ୍ଜାବୀ, ସିଂହବାଜା, ଘଣ୍ଟଘଣ୍ଟା ଆଦି ବ୍ୟବହାର କରାଯିବ।
ବିରଞ୍ଚି ନାରାୟଣ ପତି, ସମ୍ପାଦକ, ବ୍ରାହ୍ମଣ ନିଯୋଗ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe