ଓଡ଼ିଶା‌ ଗସ୍ତର ଶେଷ ଦିନରେ ପାତ୍ରପଡ଼ାରେ ରାଷ୍ଟ୍ରପତି

Advertisment
ଓଡ଼ିଶା‌ ଗସ୍ତର ଶେଷ ଦିନରେ ପାତ୍ରପଡ଼ାରେ ରାଷ୍ଟ୍ରପତି

ଖଣ୍ଡଗିରି: ଓଡ଼ିଶା‌ ଗସ୍ତର ଶେଷ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପାତ୍ରପଡ଼ାସ୍ଥିତ ନିଜ ଘରକୁ ଯାଇଥିଲେ। ଏହି ଘରଟି ଏବେ ନୂଆ ରୂପ ନେଉଛି ଏବଂ ନୂଆ ଢଙ୍ଗରେ ନିର୍ମାଣ କାମ ଚାଲିଛି। ସେ ନିର୍ମାଣ କାମ ଦେଖିବା ସହ ସ୍ଥାନୀୟ ଲୋକଙ୍କୁ ଭେଟିଥିଲେ। କର୍ପୋରେଟର ରଶ୍ମିରଞ୍ଜନ ପାଟ୍ଟଶାଣୀଙ୍କ କହିବାନୁଯାୟୀ ରାଷ୍ଟ୍ରପତି ଆସିବେ ବୋଲି ଗତକାଲି ରାତିରେ ଖବର ଆସିଥିଲା। ସେଥିପାଇଁ ଆମେ ପାତ୍ରପଡ଼ାବାସୀ ପ୍ରସ୍ତୁତ ହୋଇରହିଥିଲୁ। ରାଷ୍ଟ୍ରପତି ତାଙ୍କ ସହ କଥା ହେଲେ ଏବଂ ତାହା ତାଙ୍କ ପାଇଁ ସବୁଦିନ ସ୍ମରଣୀୟ ହୋଇରହିବ। ପିଲାମାନଙ୍କୁ ସେ ଚକୋଲେଟ୍‌ ଦେଇଛନ୍ତି। ଏହା ପାତ୍ରପଡ଼ା ମାଟି ପାଇଁ ସୌଭାଗ୍ୟର ବିଷୟ। ଶ୍ରୀମତୀ ମୁର୍ମୁ ନିଜ ପଡ଼ୋଶୀମାନଙ୍କ ସହ ମଧ୍ୟ କଥା ହୋଇଥିଲେ। ଏହି ଅବସରରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା ଓ ରାଷ୍ଟ୍ରପତିଙ୍କ ଝିଅ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe