ବାଲିଅନ୍ତା): ବିଚ୍ ରାସ୍ତାରେ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର ଓ ଧମକ ଦେବାର ଦୀର୍ଘ ୯ ଦିନ ପରେ ମଧ୍ୟ ଅଭିଯୁକ୍ତ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ପୁଲିସ୍। ବଡ଼ଗଡ଼ ଥାନା ପୁଲିସ ବିରୋଧରେ ଏଭଳି ଅଭିଯୋଗ କରିଛନ୍ତି ବାଲିଅନ୍ତା ଥାନା ଅଧୀନ ବଇଁଚୁଆ ଗ୍ରାମର ଭବାନୀ ମହାନ୍ତି (୪୮) ନାମକ ଜଣେ ମହିଳା। ଯଜ୍ଞେଶ୍ ମହାନ୍ତିଙ୍କ ପତ୍ନୀ ଭବାନୀଙ୍କ ଅଭିଯୋଗ ଅନୁଯାୟୀ ଜାଗାବାଡ଼ି ଜନିତ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗ୍ରାମର ବିଜୟ ସାହୁ ନାମକ ଜଣେ ଯୁବକ ତାଙ୍କୁ ହଇରାଣ ହରକତ କରୁଛନ୍ତି। ଗତ ୨୨ ତାରିଖରେ ଭବାନୀ ପୁଅ ସହିତ ଭୁବନେଶ୍ୱର ଯାଉଥିବା ବେଳେ ବ୍ରହ୍ମେଶ୍ୱର ଛକ ନିକଟରେ ବିଜୟ ସେମାନଙ୍କ ବାଇକ୍ ଆଗରେ କାର ରଖି ଗାଳିଗୁଲଜ କରିବା ସହ ମାଡ଼ମାରି ଗାଁରୁ ତଡ଼ିଦେବାକୁ କହି ଧମକ ଦେଇଥିବା ସେ ତାଙ୍କ ଏତଲାରେ ଦର୍ଶାଇଛନ୍ତି। ଏହାର ତଦନ୍ତ ଚାଲିଛି ବୋଲି ବାଲିଅନ୍ତା ପୁଲିସ କହିଛି।
ବିଚ୍ ରାସ୍ତାରେ ମହିଳାଙ୍କୁ ଧମକ, ମାମଲା ରୁଜୁ କରୁନି ପୁଲିସ
Advertisment
Follow Us