ଏଥର ବି ହେବନି ଭକ୍ତ-ଭଗବାନ ମିଳନ, କେବଳ ନୀତିକାନ୍ତିରେ ରାମନବମୀ

Advertisment

କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହିବ ରାମ ମନ୍ଦିର

କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହିବ ରାମ ମନ୍ଦିର

ଏଥର ବି ହେବନି ଭକ୍ତ-ଭଗବାନ ମିଳନ, କେବଳ ନୀତିକାନ୍ତିରେ ରାମନବମୀ

ଭୁବନେଶ୍ବର: ଏଥର ବି ରାମନବମୀରେ ରାମଭକ୍ତିର ଧୁନ୍‌ ମଠ, ମନ୍ଦିରରୁ ଶୁଣାଯିବନି। ନୂଆବସ୍ତ୍ର ପରିଧାନ କରି ହାତରେ ଭୋଗ ଥାଳି ଧରି ଭକ୍ତମାନେ ମନ୍ଦିର ଆଗେ ଭିଡ଼ କରିବେନି। ଗତବର୍ଷ ଭଳି ଭଗବାନଙ୍କ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ। ବୁଧବାର ପବିତ୍ର ଶ୍ରୀରାମ ନବମୀ ଅବସରରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ କରୋନା ଅଭେଦ୍ୟ ପାଚେଚି ହୋଇ ଛିଡ଼ାହେବ। କାଳେ ଭକ୍ତମାନେ କଟକଣା ନ ମାନି ମନ୍ଦିରକୁ ଚାଲିଯିବ‌େ, ‌ସେଥିପାଇଁ ଆଜିଠାରୁ ସହରର ବିଭିନ୍ନ ମନ୍ଦିରରେ ବ୍ୟାରିକେଡ୍‌ ତିଆରି କରାଯିବା ସହ ପୁଲିସ ପହରା ବି ଆରମ୍ଭ ହୋଇଗଲାଣି।

ବିଏମ୍‌ସିର କଟକଣା ଅନୁଯାୟୀ ଆସନ୍ତାକାଲିଠାରୁ ରାଜଧାନୀର ସମସ୍ତ ଧର୍ମାନୁଷ୍ଠାନ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ। ଫଳରେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ କେବଳ ନୀତିକାନ୍ତିରେ ଶ୍ରୀରାମ ନବମୀ ପାଳିତ ହେବ। କରୋନା ପାଇଁ ୟୁନିଟ୍‌-୩ ସ୍ଥିତ ରାମ ମନ୍ଦିରକୁ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯିବ। ରାମ ମନ୍ଦିରରେ ଭୋର୍‌ ୪ଟାରେ ଶୃଙ୍ଗାର ଆଳତୀ କରାଯିବା ପରେ ଭୋର୍‌ ୫ଟାରେ ପ୍ରଭୁ ଶ୍ରୀ ରାମଙ୍କର ମଙ୍ଗଳ ଆଳତୀ କରାଯିବ। ପରେ ପ୍ରଭୁଙ୍କ ନିକଟରେ ଅବକାଶ ନୀତି, ମହାସ୍ନାନ, ସକାଳ ଧୂପ ଓ ବେଶ କରାଯିବ। ପରେ ପରେ ଶ୍ରୀରାମ ଚରିତ ମାନସ ନବାଙ୍ଗ ପରାୟଣର ପୂର୍ଣ୍ଣାହୁତି କରାଯିବ। ସେହିପରି ପୂର୍ବାହ୍ନ ୧୦ଠାରୁ ହୋମଯଜ୍ଞ ଆରମ୍ଭ ହୋଇଯିବ। ମଧ୍ୟାହ୍ନ ୧୨ଟାରୁ ପ୍ରଭୁ ଶ୍ରୀରାମ ଜନ୍ମ ଉତ୍ସବ ପାଳନ କରାଯିବ। ୧୨ଟା ପରେ ଶ୍ରୀ ରାମଙ୍କ ଜୟନ୍ତୀ ଆଳତୀ ହେବ। ରାତି ୧୦ଟାରେ ଭୋଗ ଆଳତୀ ଅନୁଷ୍ଠିତ ହେବ ବୋଲି ଶ୍ରୀ ରାମ ମନ୍ଦିର ପରିଚାଳକ ମହାବୀର ଶର୍ମା ସୂଚନା ଦେଇଛନ୍ତି।

ସେହିପରି ଇସ୍କନ ମନ୍ଦିରରେ ମଧ୍ୟ କେବଳ ନୀତିକାନ୍ତିରେ ଶ୍ରୀରାମଙ୍କ ଜନ୍ମ ପାଳିତ ହେବ। ସକାଳୁ ମଙ୍ଗଳ ଆଳତୀ, ଶୃଙ୍ଗାର ଆଦି କରାଯିବା ପରେ ଦିନ ୧୨ଟାରୁ ସାଢେ ୧୨ଟା ମଧ୍ୟରେ ଅଭିଷେକ କରାଯିବ। ଏହାପରେ ସଂଧ୍ୟାରେ ନାମ କୀର୍ତ୍ତନ କରାଯିବା ସହ ଶ୍ରରାମଙ୍କ ଜନ୍ମାଭିଷେକ ଉପରେ ଆଲୋଚନା କରାଯିବ ବୋଲି ମନ୍ଦିର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe