ପୁଲିସ ଚାକିରି ନାଁରେ ଦେଢ଼ କୋଟି ଠକେଇ ମାମଲା: ନକଲି ପରିଚୟପତ୍ର ଧରି ଲୋକସେବା ଭବନ ଯାଉଥିଲା ବୈକୁଣ୍ଠ

Advertisment

ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ସରିବା ପରେ ଗଲା ଜେଲ୍, ଆଉ ଦୁଇ ଅଭିଯୁକ୍ତଙ୍କ ପତ୍ତା ମିଳୁନି, ଠକେଇ ଟଙ୍କାରେ ତିନି ମହଲା କୋଠା

ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ସରିବା ପରେ ଗଲା ଜେଲ୍, ଆଉ ଦୁଇ ଅଭିଯୁକ୍ତଙ୍କ ପତ୍ତା ମିଳୁନି, ଠକେଇ ଟଙ୍କାରେ ତିନି ମହଲା କୋଠା

ପୁଣି ତାଗିଦ କଲା ଅର୍ଥ ବିଭାଗ: ନିର୍ଧାରିତ ସମୟ ପୂର୍ବରୁ କାମ ସାର

Sambad English

ଭୁବନେଶ୍ବର: ପୁଲିସ ଚାକିରି ନାଁରେ ପ୍ରାୟ ଦେଢ଼ କୋଟି ଟଙ୍କା ଠକେଇ ମାମଲାରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ହାତରେ ଲାଗିଛି ଚାଞ୍ଚଲ୍ୟକର ତଥ୍ୟ। ପୂରା ଅସଲି ଭଳି ଦେଖା ଯାଉଥିବା ପରିଚୟପତ୍ର ଧରି ଲୋକସେବା ଭବନ ଭିତରକୁ ଯାଉଥିଲା ମୁଖ୍ୟ ଅଭିଯୁକ୍ତ ବୈକୁଣ୍ଠନାଥ ନାୟକ। ଚାକିରି ଆଶାୟୀଙ୍କ ମନରେ ବିଶ୍ବାସ ଜନ୍ମାଇବା ପାଇଁ ସେ ଏଭଳି କରୁଥିଲା। ଚାକିରି ଆଶାୟୀମାନଙ୍କୁ ଲୋକସେବା ଭବନ ବାହାରେ ଭେଟୁଥିଲା। ସେମାନଙ୍କୁ ଛିଡ଼ା କରାଇ ନକଲି ପରିଚୟପତ୍ର ଧରି ଭିତରକୁ ଯାଉଥିଲା ଓ କିଛି ସମୟ ପରେ ବାହାରକୁ ଆସୁଥିଲା। ବିଶେଷ କରି ପଛପାଖ ଫାଟକ ପଟେ ଯିବା ଆସିବା କରୁଥିଲା ବୋଲି ଜଣାପଡ଼ିଛି। ବୈକୁଣ୍ଠ କାହାକୁ ଭେଟୁଥିଲା କି ନାହିଁ ସେ ସମ୍ପର୍କରେ ଜଣାପଡ଼ି ନାହିଁ।

ଏଠାରେ ପ୍ରଶ୍ନ ଉଠୁଛି କେମିତି ନକଲି ପରିଚୟପତ୍ର ଧରି ଲୋକସେବା ଭବନ ଯାଉଥିଲା ବୈକୁଣ୍ଠ? କେହି କେମିତି ଜାଣିପାରୁ ନ ଥିଲେ? ସେହିପରି ବୈକୁଣ୍ଠ ଏକାଧିକ ଠକେଇରେ ସମ୍ପୃକ୍ତ ଥିବା ଇଓଡବ୍ଲୁ ଜାଣିବାକୁ ପାଇଛି। ସେ ଗିରଫ ହେବା ପରେ କିଛି ଆଶାୟୀ ଇଓଡବ୍ଲୁ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ କରିଥିବା ଜଣାପଡ଼ିଛି। ଗତ ୧୪ ତାରିଖରେ ପ୍ରଥମ ପର୍ଯ୍ୟାୟରେ ଦୁଇ ଦିନ ଓ ଦ୍ବିତୀୟ ପର୍ଯ୍ୟାୟରେ ଦେଢ଼ ଦିନ ରିମାଣ୍ଡରେ ଆଣି ମାରାଥନ୍ ଜେରା କରିଛି ତଦନ୍ତକାରୀ ଟିମ୍। କିନ୍ତୁ ପେସାଦାର ଠକ ବୈକୁଣ୍ଠ ଠାରୁ ସେମିତି କିଛି ତଥ୍ୟ ହାସଲ କରିପାରି ନାହିଁ। ଠକେଇ ଟଙ୍କା ଆକାଉଣ୍ଟରୁ ଉଠାଇ ନବରଙ୍ଗପୁରରେ ତିନି ମହଲା କୋଠା ତିଆରି କରିଥିବା ଜଣାପଡ଼ିଛି। ଆଉ କେଉଁଠି ଖର୍ଚ୍ଚ କରିଛି ସେ ସମ୍ପର୍କରେ ଖୋଳତାଡ଼ କରୁଛି ଇଓଡବ୍ଲୁ। ଏହି ମାମଲାରେ ଫେରାର ଥିବା ଅନ୍ୟ ଦୁଇ ଅଭିଯୁକ୍ତଙ୍କର ପତ୍ତା ମିଳି ନ ଥିବା ବେଳେ ରାକେଟରେ ଆହୁରି ଅନେକକ ସମ୍ପୃକ୍ତି ଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ପୁଲିସ ଚାକିରି ନାଁରେ ଠକେଇ ମାମଲାରେ ବୈକୁଣ୍ଠନାଥ ଓ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଭୀମସେନ ମହାରଣାକୁ ଗିରଫ ପରେ ଗତ ୧୩ ତାରିଖରେ କୋର୍ଟଚାଲାଣ କରା ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe