ଭୁବନେଶ୍ୱର : ଜମି ମାଲିକଙ୍କୁ ଆକ୍ରମଣ, ଜଣେ ଗିରଫ

Advertisment
ଯୁବତୀଙ୍କ ଆତଙ୍କ: ଏମ୍‌ବିଏ ଛାତ୍ରୀଙ୍କୁ ଉଠାଇ ନେଇ ଲୁଟିଲେ

image source-Sabrang India

ଭୁବନେଶ୍ୱର : ଜମି ମାଲିକଙ୍କୁ ପ୍ରାଣାନ୍ତକ ଆକ୍ରମଣ ଅଭିଯୋଗରେ ତମାଣ୍ଡୋ ଥାନା ପୁଲିସ୍‌ ଆଜି ପାତ୍ରପଡ଼ାର ମୃତ୍ୟୁଞ୍ଜୟ ପାଟ୍ଟଶାଣୀକୁ ଗିରଫ କରିଛି। ତା’ ବିରୋଧରେ ପୁଲିସ୍‌ ଆର୍ମସ୍‌ ଆକ୍ଟ ବଳରେ ମାମଲା ରୁଜୁ କରିବା ସହ ତାକୁ କୋର୍ଟଚାଲାଣ କରିଛି। ତେବେ ଏହି ଆପରାଧିକ ମାମଲାରେ ଆଉ କିଛି ଅଭିଯୁକ୍ତ ସାମିଲ ଅଛନ୍ତି, ସେମାନଙ୍କୁ ମଧ୍ୟ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଥାନା ପକ୍ଷରୁ କୁହାଯାଇଛି।

ଆକ୍ରମଣର ଶିକାର ହୋଇଥିବା ଜମି ମାଲିକ ରାକେଶ ବଳଙ୍କ ଅଭିଯୋଗ ମୁତାବକ, ତମାଣ୍ଡୋ ମୌଜାରେ ତାଙ୍କର ଦୁଇଟି ପ୍ଲଟ୍‌ ରହିଛି। ଏହି ପ୍ଲଟ୍‌ରେ ମୃତ୍ୟୁଞ୍ଜୟ ଓ ତାଙ୍କ ସମ୍ପର୍କୀୟମାନେ ଇଟା, ବାଲି ଓ ଲୁହା ଛଡ଼ ଜମା କରିଥିଲେ। ରାକେଶ ବାରଣ କରିବାରୁ ମୃତ୍ୟୁଞ୍ଜୟ ତାଙ୍କୁ ଆକ୍ରମଣ କରିଥିଲା। ଏନେଇ ୨୧ ତାରିଖରେ ତମାଣ୍ଡୋ ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ପୁଲିସ ନିରବ ବସିଥିଲା‌। ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଅଭିଯୁକ୍ତମାନେ ମଙ୍ଗଳବାର ସେଠାରେ ଏକ ଟିଣ ଘର ତିଆରି କରିଥିଲେ। ରାକେଶ ଓ ତାଙ୍କ ବାପା ଏହାକୁ ବିରୋଧ କରିବାରୁ ମୃତ୍ୟୁଞ୍ଜୟ ଓ ଅନ୍ୟ ୬ଜଣ ମିଶି ରାକେଶଙ୍କୁ ଆକ୍ରମଣ କରିଥିଲେ। ରାକେଶଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଜୀବନରୁ ମାରି ଦେବା ପାଇଁ ଧମକ ଦେଇଥିଲେ। ଏ ନେଇ ପୁନର୍ବାର ଅଭିଯୋଗ ହେବା ପରେ ପୁଲିସ ଆଜି ମୃତ୍ୟୁଞ୍ଜୟକୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe