ଦାଦାବଟି ନଦେବାରୁ ଘରେ ରଖି ନିସ୍ତୁକ ମାଡ଼, ଜଣେ ଗିରଫ, ୨ ଫେରାର

Advertisment
ବାଇକ୍‌‌ରେ ଲିଫ୍ଟ୍‌ରେ ଯିବା ମହଙ୍ଗା ପଡ଼ିଲା: ଯୁବ ବିଜେପି ନେତାଙ୍କୁ ଆକ୍ରମଣ, ଲୁଟ୍

Deccan Herald

ଚନ୍ଦ୍ରଶେଖରପୁର : ଦାଦାବଟି ନଦେବାରୁ ନିସ୍ତୁକ ମାଡ଼ ମାରିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା ବିଡିଏ କଲୋନୀ ଅନନ୍ତ ନାରାୟଣ ବସ୍ତିର ପ୍ରଶାନ୍ତ ପରିଡ଼ା। ଏହି ଘଟଣାରେ ଅନ୍ୟ ୨ଜଣ ଫେରାର ଥିବାରୁ ପୁଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଛି।

ସୂଚନା ଅନୁଯାୟୀ ନୀଳାଦ୍ରିବିହାରରେ ରହୁଥିବା ଶାନ୍ତନୁ କୁମାର ମଲ୍ଲିକ ଗତ ୧୩ ତାରିଖ ସନ୍ଧ୍ୟାରେ ଡିଷ୍ଟ୍ରିକ୍ଟ ସେଣ୍ଟରକୁ ମାର୍କେଟିଂ କରିବାକୁ ଯାଇଥିଲେ। ସେହି ସମୟରେ ପ୍ରଶାନ୍ତ ଓ ତାଙ୍କ ସାଙ୍ଗ ଶାନ୍ତନୁଙ୍କୁ ଦାଦାବଟି ମାଗିଥିଲେ। ଶାନ୍ତନୁ ମନା କରିବାରୁ ତାଙ୍କୁ ଉଠାଇ ନେଇ ବିଡିଏର ଏକ ବସ୍ତିରେ ରଖି ନିସ୍ତୁକ ମାଡ଼ ମାରି ଛାଡ଼ିଥିଲେ। ତାଙ୍କ ପାଖରେ ଥିବା ୩ ହଜାର ଟଙ୍କା, ମୋବଇଲ, ପର୍ସ ଓ ରୁପା ବ୍ରେସଲେଟ୍ ମଧ୍ୟ ଛଡ଼ାଇ ନେଇଥିଲେ। ଏନେଇ ଶାନ୍ତନୁ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe