image source-Sabrang India
ପୁରୁଣା ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଦାଦାବଟି ମାଗିବା ଅଭିଯୋଗରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ପୁଣି ଜଣକୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲା, କପିଳେଶ୍ବର ଚୌରା ସାହିର ଗୁଣ୍ଡିଚା ସେନାପତି ଓରଫ ମନମୋହନ((୩୯)। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜଗତ୍ସିଂହପୁର ଅଞ୍ଚଳର ପୁରୁଷୋତ୍ତମ ରାଉତ ମନ୍ଦିର ନିକଟରେ କାଉଁରିଆ କାଠି ବିକ୍ରି କରୁଥିଲେ। ତାଙ୍କୁ ଗୁଣ୍ଡିଚା ଦାଦାବଟି ବାବଦକୁ ୨ହଜାର ଟଙ୍କା ମାଗିଥିଲା। ଏନେଇ ବ୍ୟବସାୟୀଜଣକ ଥାନାରେ ଅଭିଯୋଗ କରିବାରୁ ପୁଲିସ୍ ଗୁଣ୍ଡିଚାକୁ ଗିରଫ କରି କୋର୍ଟ ଚାଲାଣ କରିଛି।
Follow Us