ଦୁଇ ବସ୍ତି ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟଣା: ଜଣେ ଗିରଫ, ଖଣ୍ଡା ଜବତ

ପ୍ରତାରଣା ଅଭିଯୋଗରେ ଯୁବକ ଗିରଫ

adaderana.lk

ଭୁବନେଶ୍ବର : ରାଜମହଲ ଛକ ନିକଟ ଫାଳିକିଆ ଓ ଗୌତମନଗର ବସ୍ତି ବାସିନ୍ଦାଙ୍କ ମଧ୍ୟରେ ଘଟିଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ରବିବାର ଦିନ କ୍ୟାପିଟାଲ୍‌ ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲା, ନୟାଗଡ଼ ଜିଲ୍ଲା ଗୁଣ୍ଠୁଣି ଅଞ୍ଚଳର ବିକି ନାଏକ(୨୧)। ସେ ବାପୁଜୀନଗର କେଦାରପଲ୍ଲୀ ଝରଣାସାହି ବସ୍ତିରେ ରୁହେ। ପୁଲିସ ତା’ଠାରୁ ଗୋଟିଏ ଖଣ୍ଡା ଜବତ କରିଛି।
ଚୋରା ମଦ କାରବାରକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ତିକ୍ତତା ଲାଗି ରହିଥିଲା। ‌ଗତ ଶନିବାର ସକାଳେ ଏହା ଭୟଙ୍କର ରୂପ ନେଇଥିଲା। ଉଭୟ ବସ୍ତିର ୫୦ରୁ ଅଧିକ ମହିଳା ଓ ପୁରୁଷ ମୁହାଁମୁହିଁ ହୋଇଥିଲେ। ଖଣ୍ଡା, ଭୁଜାଲି, ଲୁହାରଡ୍‌ ଆଦି ମାରଣାସ୍ତ୍ରରେ ପରସ୍ପରକୁ ଆକ୍ରମଣ କରିଥିଲେ। ଏଥିରେ ଉଭୟ ଗୋଷ୍ଠୀର ୨୦ରୁ ଅଧିକ ମହିଳା, ପୁରୁଷ ଗୁରୁତର ଆହତ ହୋଇଥିଲେ। ଏ ସଂପର୍କରେ ଉଭୟ ପକ୍ଷରୁ କ୍ୟାପିଟାଲ୍‌ ଥାନାରେ ଅଭିଯୋଗ ପରେ ପୁଲିସ ଦୁଇଟି ପୃଥକ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe