କୁଖ୍ୟାତ ନିଶାମାଫିଆ ପିଣ୍ଟୁର କୋଟିଏ ଟଙ୍କାର ସମ୍ପତ୍ତି ଜବତ

ବାଜ୍ୟାପ୍ତି ପାଇଁ ଚିଠି ଲେଖିଲା ଏସ୍‌ଟିଏଫ୍‌

କୁଖ୍ୟାତ ନିଶାମାଫିଆ ପିଣ୍ଟୁର କୋଟିଏ ଟଙ୍କାର ସମ୍ପତ୍ତି ଜବତ

The Economic Times

ଭୁବନେଶ୍ବର: କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଆଜି କୁଖ୍ୟାତ ବ୍ରାଉନସୁଗାର ମାଫିଆ ସେକ୍‌ ଜାମସେଦ୍‌ ଓରଫ ଜମାଲ୍‌ ଓରଫ ପିଣ୍ଟୁର କୋଟିଏ ୩୨ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରିଛି। ଏସ୍‌ଟିଏଫ୍‌ର ଏକ ଟିମ୍‌ ଆଜି ଲକ୍ଷ୍ମୀସାଗର ଥାନା ହଳଦୀପଡ଼ିଆ ଅଞ୍ଚଳରେ ଥିବା ତା’ର ଏକ ତିନିମହଲା କୋଠାକୁ ସିଲ୍‌ କରିଥିଲା। ନିୟମ ଅନୁଯାୟୀ, ଯେଉଁମାନେ ୬ ବର୍ଷ ବା ତଦୂର୍ଦ୍ଧ୍ବ ସମୟ ଧରି ନିଶା କାରବାର କରୁଥିବେ ଓ ସେହି ଅର୍ଥରେ ସଂପତ୍ତି ଅର୍ଜନ କରିଥିବେ, ତାହାକୁ ବାତିଲ୍‌ କରାଯିବ। ତଦନୁଯାୟୀ, ଏସ୍‌ଟିଏଫ୍‌ ଆଜି ଏହି ମର୍ମରେ ପିଣ୍ଟୁର ସମ୍ପତ୍ତି ବା‌ଜ୍ୟାପ୍ତି ପାଇଁ କୋଲକାତାସ୍ଥିତ କମ୍ପିଟେଣ୍ଟ ଅଥରିଟିକୁ ଚିଠି ଲେଖିଛି।

ସୂଚନାଯୋଗ୍ୟ, ଗତ ଫେବ୍ରୁ୍ଆ‌ରି ମାସରେ ବ୍ରାଉନସୁଗାର ଚାଲାଣ ବେଳେ ଏସ୍‌ଟିଏଫ୍‌ ଚଢ଼ଉ କରି ୧ କେଜି ୨୨୭ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିବା ସହ ପିଣ୍ଟୁର ସହଯୋଗୀ ଶିବପ୍ରସାଦ ଦାସକୁ ଗିରଫ କରିଥିଲା। ପିଣ୍ଟୁ ଘଟଣାସ୍ଥଳରୁ ଖସି ପଳାଇବାରେ ସକ୍ଷମ ହୋଇଥିଲା। ଏହାର ଦୁଇ ମାସ ପରେ ଅର୍ଥାତ୍‌ ‌ଏପ୍ରିଲ୍‌ ୨୨ ତାରିଖରେ ଏସ୍‌ଟିଏଫ୍‌ ପିଣ୍ଟୁକୁ ଗିରଫ କରିଥିଲା। ଏହା ପୂର୍ବରୁ ମଧ୍ୟ ବ୍ରାଉନ୍‌ସୁଗାର କାରବାର ମାମଲାରେ ଏସ୍‌ଟିଏଫ୍ ୨୦୨୦ ଓ ୨୦୨୧‌ରେ ପିଣ୍ଟୁ ନାଁରେ ମାମଲା ରୁଜୁ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe