ଦିନକୁ ଗୋଟିଏ ସାଇକେଲ୍‌ ୭ଜଣ ଚଲାଉଛନ୍ତି

Advertisment

୧୬୦୦ ଜଣ ପଞ୍ଜୀକରଣ କଲେଣି, ୭୦% ଲୋକ ଗାଡ଼ି ଛାଡ଼ି ସାଇକେଲ୍ ଚଳାଇଲେଣି

୧୬୦୦ ଜଣ ପଞ୍ଜୀକରଣ କଲେଣି, ୭୦% ଲୋକ ଗାଡ଼ି ଛାଡ଼ି ସାଇକେଲ୍ ଚଳାଇଲେଣି

ଦିନକୁ ଗୋଟିଏ ସାଇକେଲ୍‌ ୭ଜଣ ଚଲାଉଛନ୍ତି

ଭୁବନେଶ୍ବର: ମୋ ସାଇକେଲ୍‌ ରାଜଧାନୀରେ ଆରମ୍ଭ ହେବା ପରେ ଏହା ରାଜଧାନୀବାସୀଙ୍କ ଦ୍ବାରା ବେଶ୍ ଆଦୃତ ହେବାରେ ଲାଗିଛି। ଏବେ ରାଜଧାନୀରେ ୧୪୭ଟି ଷ୍ଟେସନ୍‌ ମାଧ୍ୟମରେ ୫୮୮ଟି ସାଇକେଲ୍ ଚାଲୁଛି। କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ହୋଇଥିବା ସର୍ଭେରୁ ଜଣାପଡ଼ିଛି ଯେ, ଦିନକୁ ଗୋଟିଏ ସାଇକେଲ୍‌କୁ ହାରାହାରି ୭ଜଣ ଚଲାଉଛନ୍ତି। ଏପରିକି ଡିସେମ୍ବର ୩ରେ ୪୦୦୦ ବୁକିଂ ହୋଇଥିବାବେଳେ ଗୋଟିଏ ସାଇକେଲ୍‌କୁ ପ୍ରାୟ ୧୧ଜଣ ଚଲାଇଛନ୍ତି। ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ୨୦ହଜାର ଜଣ ମୋ ସାଇକେଲ୍ ଚଲାଇବାକୁ ପଞ୍ଜୀକୃତ କରିଥିବା ଜଣାପଡ଼ିଛି।

ଏହି ସର୍ଭେରୁ ଜଣାପଡ଼ିଛି ଯେ, ମୋ ସାଇକେଲ୍‌ର ଡିଜାଇନ୍, ଏହାର ବୁକିଂ ପଦ୍ଧତି, ସାଇ‌େକଲ୍‌ ଷ୍ଟାଣ୍ଡ୍‌ ସୁବଧାଜନକ ବୋଲି ୪୭% ଲୋକ କହିଛନ୍ତି। ଏହା ୨୪% ଲୋକଙ୍କ ପାଇଁ ବହନ ସାପେକ୍ଷ, ୩୦% କହିଛନ୍ତି ଯେ, ଏହା ପରିବେଶ ଉପଯୋଗୀ। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ୭୦% ଲୋକ ପୂର୍ବରୁ ଯାତାୟାତ ପାଇଁ ଗାଡ଼ି ବ୍ୟବହାର କରୁଥିବାବେଳେ ଏବେ ସାଇକେଲ୍‌ ବ୍ୟବହାର କରୁଛନ୍ତି।

ସେହିପରି ଏବେ ୧୬୦୦୦ ଜଣ ମାସିକିଆ ଏବଂ ୬ମାସିଆ ସଦସ୍ୟ ଭାବେ ପଞ୍ଜୀକୃତ ହୋଇଥିବାବେଳେ ପଞ୍ଜୀକରଣ ଅଭିବୃଦ୍ଧି ୫୦୦% ବୃଦ୍ଧି ପାଇଛି। ସାଇକେଲ୍ ଚଳାଇବା ପାଇଁ ପଞ୍ଜୀକରଣ ବାବଦକୁ ୩୦ହଜାର ଟଙ୍କା ଆଦାୟ ହୋଇଥିବା ଜଣାପଡ଼ିଛି। କ୍ରୁଟ୍‌ ପକ୍ଷରୁ କୁହାଯାଇଛି ଯେ, ହେକ୍ସି ପକ୍ଷରୁ ଏବେ ୨୭୦ଟି, ୟୁଲୁ ପକ୍ଷରୁ ୨୬୮ଟି ଏବଂ ୟାନା ପକ୍ଷରୁ ୫୦ଟି ବାଇସାଇକେଲ୍‌ ଚାଲୁଥିବାବେଳେ ‌ଡିସେମ୍ବର ଶେଷ ସୁଦ୍ଧା ଏହା ୨୦୦୦ ଛୁଇଁବ। ସାଇକେଲ୍ ଷ୍ଟାଣ୍ଡ ୧୪୭ରୁ ୪୦୦କୁ ବୃଦ୍ଧି କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe