ଦିନକ ପରେ ଭୋଟ: ୧୧୦ ସମ୍ବେଦନଶୀଳ ବୁଥ୍‌ରେ କଡ଼ା ସୁରକ୍ଷା

ଦାୟିତ୍ବରେ ୫ଶହ ଅଫିସର

ଦିନକ ପରେ ଭୋଟ: ୧୧୦ ସମ୍ବେଦନଶୀଳ ବୁଥ୍‌ରେ କଡ଼ା ସୁରକ୍ଷା

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ଆସନ୍ତା ୨୪ତାରିଖରେ ହେବାକୁ ଥିବା ମତଦାନକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରାଇବା ପାଇଁ କମିସନରେଟ୍‌ ପୁଲିସ୍‌ ଅଣ୍ଟା ଭିଡ଼ିଛି। ମତଦାନ ସମୟରେ ବା ପୂର୍ବରୁ ଯେଭଳି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ, ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ୫ଶହରୁ ଅଧିକ ଅଫିସର୍‌ ଦାୟିତ୍ବରେ ଥିବା ବେ‌ଳେ ୫୫ଟି ମୋବାଇଲ୍‌ ଟିମ୍‌, ୧୦୦ ପ୍ଲାଟୁନ୍‌ରୁ ଊର୍ଧ୍ବ ପୁଲିସ, ଷ୍ଟ୍ରାଇକିଂ ଫୋର୍ସଙ୍କୁ ମୁତୟନ କରାଯାଇଛି।

ଏଥିରେ କମିସନରେଟ୍‌ ବାହାରୁ ୫୦ ପ୍ଲାଟୁନ୍‌ ଫୋର୍ସ, ଅଧିକ ୧୫୦ ଅଫିସର୍‌ ଯୋଗ ଦେଇଛନ୍ତି। ଆଜି ପୁଲିସ ରିଜର୍ଭ ପଡ଼ିଆରେ ଡିସିପି ଉମାଶଙ୍କର ଦାଶ ଅଧିକାରୀଙ୍କୁ ନେଇ ନାଇଟ୍‌ ପାଟ୍ରୋଲିଂଠାରୁ ଆରମ୍ଭ କରି ବୁଥ୍‌ଗୁଡ଼ିକର ସୁରକ୍ଷା ବ୍ୟବସ୍ଥା, ବ୍ଲକିଂ ଚେକିଂ ଆଦି ସମସ୍ତ ଦିଗ ଉପରେ ବ୍ୟାପକ ଆଲୋଚନା କରିଥିଲେ। ଭୁବନେଶ୍ବରର ୭୦୫ ଏବଂ ଜଟଣୀର ୫୪ବୁଥ୍‌ରେ ମତଦାନ ଦେବ। ଏଥିମଧ୍ୟରୁ ୧୧୦ଟି ସମ୍ବେଦନଶୀଳ ବୁଥ୍‌ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ସ୍ବତନ୍ତ୍ର ଭାବେ ଗୁରୁତ୍ବ ଦିଆଯାଇଛି। ଅନ୍ୟ ବୁଥ୍‌ ଅପେକ୍ଷା ସେଠାରେ ଅଧିକ ଫୋର୍ସ ମୁତୟନ ସହ ସ୍ବତନ୍ତ୍ର ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ସେହିପରି ଆଜି ରାତିଠାରୁ ପାଟ୍ରୋଲିଂ, ବ୍ଲକିଂ, ଚେକିଂକୁ କଡ଼ାକଡ଼ି କରାଯାଇଛି। ଶହେରୁ ଅଧିକ ସ୍ଥାନରେ ପୁଲିସ ବ୍ଲକିଂ ଚେକିଂ କରିଛି। ଏହାଛଡ଼ା ପ୍ରତି ଥାନାକୁ ଆଲର୍ଟ ରହିବାକୁ ଡିସିପି ନିର୍ଦ୍ଦେଶ ଦେଇଛନ୍ତି। ଯେକୌଣସି ପରିସ୍ଥିତର ମୁକାବିଲା ପାଇଁ ପୁଲିସ ସଜାଗ ଥିବା ଡିସିପି ଶ୍ରୀ ଦାଶ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe