ଏକଦିବସୀୟ ଆନ୍ତଃରାଜ୍ୟ ଆଇନ କର୍ମଶାଳା

Advertisment
ଏକଦିବସୀୟ ଆନ୍ତଃରାଜ୍ୟ ଆଇନ କର୍ମଶାଳା

ଚନ୍ଦ୍ରଶେଖରପୁର: ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଓ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ମିଳିତ ଆନୁକୂଲ୍ୟରେ ଆଜି କିଟ୍‌ ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟରେ ଏକଦିବସୀୟ ଅନ୍ତଃରାଜ୍ୟ ଆଇନ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାରେ ଓଡ଼ିଶା, ପଶ୍ଚିମବଙ୍ଗ ଓ ବିହାରର ଶିଶୁ ସୁରକ୍ଷା ଆୟୋଗ, କ୍ରାଇମ୍‌ବ୍ରାଞ୍ଚ, ଆଇନ, ଶିଶୁ ମଙ୍ଗଳ ଅଧିକାରୀ ତଥା ‌ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧିମାନେ ଯୋଗ ଦେଇଥିଲେ।

ଓଡ଼ିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷ୍ୟା ସନ୍ଧ୍ୟାବତୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ମହିଳା ଓ ଶିଶୁ ବିକାଶ ଏବଂ ମିସନ ଶକ୍ତି ବିଭାଗ ମନ୍ତ୍ରୀ ଟୁକୁନି ସାହୁ ଯୋଗ ଦେଇଥିଲେ। ଶିଶୁମାନଙ୍କୁ ଯୌନ ହିଂସାରୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସେ ସୂଚନା ଦେବା ସହିତ ଏଥିପାଇଁ ସମସ୍ତେ ଅଧିକ ତତ୍ପର ହେବାକୁ ଆହ୍ବାନ ଦେଇଥିଲେ।

ମହିଳା ଓ ଶିଶୁ ବିକାଶ ବିଭାଗ ସଚିବ ଭାସ୍କରଜ୍ୟୋତି ଶର୍ମା, ଉପଦେଷ୍ଟା ସୁଲତା ଦେଓ, ଅତିରିକ୍ତ ପୋଲିସ ମହାନିର୍ଦେଶକ ରେଖା ଲୋହାନି, କିଟ୍‌ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସସ୍ମିତା ସାମନ୍ତ, ପଶ୍ଚିମବଙ୍ଗ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷ୍ୟା ଅନନ୍ୟା ଚକ୍ରବର୍ତ୍ତୀ, ବିହାର ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷ୍ୟା ପ୍ରମିଳା କୁମାରୀ ପ୍ରମୁଖ ଶିଶୁ ଯୌନ ହିଂସା ଓ ଶିଶୁ ସୁରକ୍ଷାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରଥମ ଟେକ୍ନିକାଲ ଅଧିବେଶନରେ ଏଭଳି ମାମଲାର ତଦନ୍ତରେ ଫୋରେନ୍‌ସିକ୍‌ ଅନୁଧ୍ୟାନର ତଥ୍ୟ ତଥା ଗୁରୁତ୍ୱପୂର୍ଣ ଦିଗ ସମ୍ପର୍କରେ ଜାତୀୟ ଫରେନ୍‌ସିକ୍‌ ବିଜ୍ଞାନ ବିଶ୍ୱବିଦ୍ୟାଳୟର ଡ. ବେଉଲାହ ଶେଖର ଆଲୋଚନା କରିବା ସହିତ ଖୋଲା ଅଧିବେଶନରେ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe