ଅଟୋକୁ ପିଟିଲା କାର୍‌, ମହିଳା ମୃତ, ୩ ଆହତ

ବନ୍ତଳା: ଶିକାରୀ ବିଛାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଷୀ ମୃତ

Representative image

ଧଉଳି : ଭୁବନେଶ୍ବର-ପୁରୀ ଜାତୀୟ ରାଜପଥ ଧଉଳି ଛକ ନିକଟରେ ଆଜି ଅପରାହ୍ନ ସାଢ଼େ ୨ଟା ସମୟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଣ୍ଡଗିରି ଥାନା ଜାଗମରା ଅଞ୍ଚଳର ଗୀତାଞ୍ଜଳି ମହାପାତ୍ର (୬୫)। ଦ୍ରୁତବେଗରେ ଯାଉଥିବା ଏକ କାର୍‌ ଏକ ଅଟୋକୁ ପଛରୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ଏଥିରେ ଗୀତାଞ୍ଜଳିଙ୍କ ପୁଅ, ବୋହୂ ଓ ଅଟୋଚାଳକ ମଧ୍ୟ ଆହତ ହୋଇଛନ୍ତି।

ପ୍ରାପ୍ତ ସୂଚନାନୁଯାୟୀ ପୁରୀରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା କାର୍‌ ଧଉଳି ଛକ ନିକଟରେ ଅଟୋ (ଓଡି୦୨ଡି-୧୭୫୪)କୁ ପଛରୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା। ଫଳରେ ଅଟୋ ଓଲଟି ପଡ଼ିଥିଲା। ଗୀତାଞ୍ଜଳିଙ୍କ ବୋହୂଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ଭୁବନେଶ୍ବର ଏମ୍‌ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ଅଟୋଟିକୁ ଜବତ କରିଥିଲେ ହେଁ ଫେରାର୍‌ କାରର ପତ୍ତା ପାଇନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe