ବାଲିପାଟଣା: ପୁରୀଜିଲ୍ଲା ନିମାପଡା ସରଦେଇପୁର ରାସ୍ତାର ଆଇତଳଙ୍ଗ ନିକଟରେ ଏକ ମର୍ମତୁଦ ସଡ଼କ ଦୁର୍ଘଟଣା ଘଟିଛି। କାମ ସାରି ଭୁବନେଶ୍ୱରେ ଫେରୁଥିବା ବେଳେ ହାଇୱା ଧକ୍କାରେ ଜଣେ କାଠ କାରିଗରଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ତାଙ୍କର ସହଯୋଗୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତକ ହେଲେ କୋଣାର୍କ ସୁତନ ଅଞ୍ଚଳର ଦୈତାରୀ ଓଝା। ବାଲିପାଟଣା ପୁଲିସ ଶବ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ବ୍ୟବଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ କରୁଛି।
ଏହି ଖବର ପଢ଼ନ୍ତୁ: ସଡ଼କ ସୁରକ୍ଷାକୁ ଜନ ଅଭିଯାନରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
ସୂଚନା ଅନୁସାରେ ଦୈତାରୀ ଭୁବନେଶ୍ୱର ଶ୍ରୀରାମ ନଗରରେ ରହୁଥିଲେ। ସେ ଜଣେ କାଠ କାରିଗର ଅଟନ୍ତି। ଆଜି ଦୈତାରୀ ଏବଂ ସହଯୋଗୀ ଶ୍ରୀକାନ୍ତ ସୁତାରଙ୍କୁ ନେଇ ନିମାପଡ଼ାରେ କାମ କରିବାକୁ ଯାଇଥିଲେ। କାମ ସାରି ସନ୍ଧ୍ୟାରେ ସ୍କୁଟି (ଓଡି ୧୩ ଏମ୍ ୮୮୨୧)ରେ ଭୁବନେଶ୍ୱର ଫେରୁଥିଲେ। ଏହି ସମୟରେ ଆଇତଳଙ୍ଗ ଆରଆଇ ଅଫିସ ସାମ୍ମାରେ ଏକ ଅଜଣା ହାଇୱାକୁ ଓଭର ଟେକ କରୁଥିଲେ। ଏତିକି ବେଳେ ସାମ୍ନା ପଟୁ ଏକ କାର ପଶି ଆସିଥିଲା। ଫଳରେ ସ୍କୁଟି ଚାଳକ ଶ୍ରୀକାନ୍ତ ଅସାବଧାନ ହୋଇ ଗାଡିରୁ ପଡି ଯାଇଥିଲେ।
ଏହି ଖବର ପଢ଼ନ୍ତୁ: ମନୋଜ ସାହୁ ହେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ
ଆଜି ଦୈତାରୀ ଏବଂ ସହଯୋଗୀ ଶ୍ରୀକାନ୍ତ ସୁତାରଙ୍କୁ ନେଇ ନିମାପଡ଼ାରେ କାମ କରିବାକୁ ଯାଇଥିଲେ। କାମ ସାରି ସନ୍ଧ୍ୟାରେ ଫେରୁଥିଲେ। ଆଇତଳଙ୍ଗ ଆରଆଇ ଅଫିସ ସାମ୍ମାରେ ଏକ ଅଜଣା ହାଇୱାକୁ ଓଭର ଟେକ କରୁଥିଲେ। ଏତିକି ବେଳେ ସାମ୍ନା ପଟୁ ଏକ କାର ପଶି ଆସିଥିଲା। ଫଳରେ ସ୍କୁଟି ଚାଳକ ଶ୍ରୀକାନ୍ତ ଅସାବଧାନ ହୋଇ ଗାଡିରୁ ପଡି ଯାଇଥିଲେ।
ଏହି ଖବର ପଢ଼ନ୍ତୁ: ପାଣିକୋଇଲି ଗୁଳିମାଡ଼ ଘଟଣା: ଡାକ୍ତରଖାନାରେ ସୁନା ଦୋକାନ କର୍ମଚାରୀଙ୍କ ମୃତ୍ୟୁ
ହାଇୱା ଚକା ଦୈତାରୀଙ୍କ ମୁଣ୍ଡରେ ଚଢି ଯାଇଥିଲା। ହେଲମେଣ୍ଟ ସମ୍ପୂର୍ଣ ଚୂନା ହୋଇ ଯିବା ସହ ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିଲା। ଘଟଣାସ୍ଥଳରେ ପ୍ରାଣବାୟୁ ଉଡ଼ି ଯାଇଥିଲା। ଦୁର୍ଘଟଣା ଘଟାଇ ହାଇୱା ଖସି ପଳାଇଛି। ମୃତକଙ୍କ ଗୋଡ଼ରେ କାଠର କଠଉ ଲାଗି ରହିଛି। ସେ ଜଣେ ଆଧ୍ୟାତ୍ମିକବାଦୀ ବ୍ୟକ୍ତି ବୋଲି ଜଣାପଡିଛି। ଉକ୍ତ ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଏକାଧିକ ବ୍ୟକ୍ତିଙ୍କ ମୃତ୍ୟୁ ହେଲାଣି। ସରକାରଙ୍କ ତରଫରୁ ସୂଚନା ଫଳକ ମାରିବା ପାଇଁ ସାଧାରଣ ରେ ଦାବି ହୋଇଛି।
ଏହି ଖବର ପଢ଼ନ୍ତୁ: ବାଣ କାରଖାନାରେ ବିସ୍ଫୋରଣ: ୬ ଶ୍ରମିକ ମୃତ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/01/04/SUms5FQhEdKhGnCNrKA6.jpg)