ବିଦ୍ୟୁତ ଆଘାତରେ ଠିକା ଶ୍ରମିକ ମୃତ

Advertisment

ମଞ୍ଚେଶ୍ୱର ରେଳଡବା ମରାମତି କାରଖାନାରେ ଦୁର୍ଘଟଣା

ମଞ୍ଚେଶ୍ୱର ରେଳଡବା ମରାମତି କାରଖାନାରେ ଦୁର୍ଘଟଣା

ବିଦ୍ୟୁତ ଆଘାତରେ ଠିକା ଶ୍ରମିକ ମୃତ

ଚନ୍ଦ୍ରଶେଖରପୁର: ମଞ୍ଚେଶ୍ୱର ରେଳଡବା ମରାମତି କାରଖାନାରେ ଆଜି ମଧ୍ୟାହ୍ନରେ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଛି। ବିଦ୍ୟୁତ ଆଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେ ହେଲେ ଦିବ୍ୟଜିତ ପ୍ରଧାନ(୨୯)। ସେ ପ୍ରେସ୍‌ କଲୋନି ନିକଟ ନୂଆ ସରକାରୀ ବାସଭବନରେ ରହୁଥିଲେ। ଖବରପାଇ ମଞ୍ଚେଶ୍ୱର ଥାନା ପୁଲସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଠିକାଦାର କୌଣସି ସୁରକ୍ଷା ଉପରକଣ ନଦେବାରୁ ଏପରି ଦୁର୍ଘଟଣା ଘଟିଲା ବୋଲି ମୃତ ଦିବ୍ୟଜିତଙ୍କ ବାପା ଓ ଅନ୍ୟ ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଏ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାର ସୁଯୋଗରେ ଠିକାଦାର ସେଠାରୁ ଫେରାର ହୋଇଯାଇଥିଲେ। ବାପା ସୁରଜ ପ୍ରଧାନଙ୍କ ସୂଚନା ଅନୁଯାୟୀ ଦିବ୍ୟଜିତ କାମ କରିବା ପାଇଁ ମଞ୍ଚେଶ୍ୱରା ରେଳଡବା ମରାମତି କାରଖାନାକୁ ଯାଇଥିଲେ। ମଧ୍ୟାହ୍ନରେ ଖବର ଆସିଥିଲା ଯେ ପୁଅ ଦେହ ଖରାପ। ତାଙ୍କୁ ହସ୍ପିଟାଲ୍‌ରେ ଭର୍ତି କରାଯାଇଛି। ଦିବ୍ୟଜିତଙ୍କ ସହ କାମ କରୁଥିବା ଅନ୍ୟ ଶ୍ରମିକଙ୍କ ସୂଚନା ଅନୁଯାୟୀ ଅସୁରକ୍ଷିତ ଭାବରେ ଶ୍ରମିକଙ୍କୁ କାର୍ଯ୍ୟ କରାଯାଉଥିବା ବେଳେ ଏପରି ଅଘଟଣ ଘଟିଛି। କାରଖାନାର ବଗି ଓ୍ଵାରିଂ ଓ ଏସି କାର୍ଯ୍ୟ କରୁଥିବାବେଳେ ଦିବ୍ୟଜିତଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା। ଫଳରେ ସେ ତଳେ ପଡ଼ି ଛଟ୍‌ପଟ୍‌ ହୋଇଥିଲେ। ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତି କରାଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe