କର୍ମଚାରୀଙ୍କୁ କଟୁରୀ ଦେଖାଇ ଲୁଟେରା ଲୁଟି ନେଲେ ୧ଲକ୍ଷ ୪୧ ହଜାର ଟଙ୍କା

Advertisment
କର୍ମଚାରୀଙ୍କୁ କଟୁରୀ ଦେଖାଇ ଲୁଟେରା ଲୁଟି ନେଲେ ୧ଲକ୍ଷ ୪୧ ହଜାର ଟଙ୍କା

ବାଲିପାଟଣା : ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ଅଞ୍ଚଳରେ ଚୋରି, ଲୁଟ,ରାହାଜାନୀ ବଢ଼ିବାରେ ଲାଗିଛି | ଆଜି ସିମେଣ୍ଟ ଦୋକାନରୁ ଟଙ୍କା ଆଦାୟ କରି ଫେରୁଥିବା ଜଣେ କର୍ମଚାରୀଙ୍କୁ କଟୁରୀ ଦେଖାଇ ୧ଲକ୍ଷ ୪୧ ହଜାର ଟଙ୍କା ଲୁଟିନେଇଛନ୍ତି ଲୁଟେରା | ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି |

ସୂଚନାମୁତାବକ , ଭୁବନେଶ୍ୱର ଝାରପଡା ଅଞ୍ଚଳରେ ଥିବା ସାଇ ଟ୍ରେଡ଼ ଲିଙ୍କ ସଂସ୍ଥାର କର୍ମଚାରୀ ରାଜେଶ କୁମାର ବାଳକାଟୀର ଜଣେ ବ୍ୟବସାୟୀଙ୍କ ଠାରୁ ୧ଲକ୍ଷ ୧୬ ହଜାର ଆଦାୟ କରିଥିଲେ। ଚଣାହଟ୍ଟାର ଜଣେ ବ୍ୟବସାୟୀଙ୍କ ଠାରୁ ୨୫ ହଜାର ଟଙ୍କା ଆଦାୟ କରି ବାଲିପାଟଣା ଛକ ଅଭିମୁଖେ ଫେରୁଥିଲେ |

ଏହି ସମୟରେ ୨ ଜଣ ଦୁର୍ବୃତ୍ତ ଏକ ନାଲି ଆପାଚି ଗାଡ଼ିରେ ଆସି ସରାଟ ମନ୍ତୁରି ପୋଖରୀ ମଶାଣି ନିକଟରେ ରାଜେଶଙ୍କ ବାଇକ ଆଗରେ ଗାଡି ରଖି ଦେଇଥିଲେ | ସେ କିଛି ବୁଝିବା ପୂର୍ବରୁ ଅଣ୍ଟାରୁ କଟୁରୀ କାଢି ହାଣି ଦେବାର ଭୟ ଦେଖାଇ ଥିଲେ | ଏବଂ ବ୍ୟାଗ ଦେଇ ଦେବା ପାଇଁ କହିଥିଲେ | ରାଜେଶ ଭୟରେ ଟଙ୍କା ଭର୍ତ୍ତି ବ୍ୟାଗ ଲୁଟେରାଙ୍କ ହାତକୁ ବଢ଼ାଇ ଦେଇଥିଲେ | ଏହା ପରେ ଡ଼ିକି ଖୋଲିବାକୁ କହିଥିଲେ | ଡ଼ିକିରୁ କିଛି ନ ପାଇବାରୁ ଦ୍ରୁତ ଗତିରେ ବାଇକ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ବାଲିପାଟଣା ଥାନା ଅଧିକାରୀ ରାଧାକାନ୍ତ ସାହୁ ପହଁଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ଲୁଟେରାଙ୍କ ସମ୍ପର୍କରେ ସୁରାକ ପାଇ ନ ଥିବା ଜଣା ପଡିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe