ସତ୍ୟବାଦୀ ସାହିତ୍ୟର ଅନ୍ୟତମ ସାର୍ଥକ ସାରଥୀ ଥିଲେ ପଣ୍ଡିତ ନୀଳକଣ୍ଠ

ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି

ସତ୍ୟବାଦୀ ସାହିତ୍ୟର ଅନ୍ୟତମ ସାର୍ଥକ ସାରଥୀ ଥିଲେ ପଣ୍ଡିତ ନୀଳକଣ୍ଠ

ଭୁବନେଶ୍ବର: ପଣ୍ଡିତ ନୀଳକଣ୍ଠ ସ୍ମୃତି ସମିତି ପକ୍ଷରୁ ପଣ୍ଡିତ ନୀଳକଣ୍ଠ ଦାସଙ୍କ ୫୫ତମ ଶ୍ରାଦ୍ଧ ଦିବସ ଭାରତୀୟ ବିଦ୍ୟାଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଫେସର୍‌ ଶରତ ଚନ୍ଦ୍ର ରଥ ମୁଖ୍ୟବକ୍ତା ଭାବେ ଯୋଗ ଦେଇ କହିଲେ, ପଣ୍ଡିତ ନୀଳକଣ୍ଠ ସତ୍ୟବାଦୀ ସାହିତ୍ୟର ଅନ୍ୟତମ ସାର୍ଥକ ସାରଥୀ ଥିଲେ। ସେ ଭାକ୍ତିକ ମିଥ୍ୟାକୁ ଘୋର୍‌ ବିରୋଧ କରୁଥିଲେ। କୋଣାର୍କେ ଓ ମାୟାଦେବୀ କାବ୍ୟ‌‌ରେ ସେ ଇତିହାସ, କିଂବଦନ୍ତି ଓ ଜନଶ୍ରୁତି ମାଧ୍ୟମରେ ସାଂସ୍କୃତିକ ଚେତନାର ଅନୁପମ ଆଲେଖ୍ୟ ବର୍ଣ୍ଣନା କରିଛନ୍ତି।

ଏହି ଅବସରରେ ଅନୁଷ୍ଠାନର ସଭାପତି ଅମୀୟ ଭୂଷଣ ତ୍ରିପାଠୀ, ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ପଣ୍ଡିତ ନୀଳକଣ୍ଠଙ୍କୁ ଏକାଧାରରେ ଜଣେ ଶ୍ରେଷ୍ଠ ସାହିତ୍ୟିକ, ଦାର୍ଶନିକ, ସମାଜ ସଂସ୍କାରକ, ଶିକ୍ଷାବିତ୍‌ ରୂପେ ବର୍ଣ୍ଣନା କରିଥିଲେ। ସ୍ବତନ୍ତ୍ର ଓଡ଼ିଶାର ଅନ୍ୟତମ ବିନ୍ଧାଣୀ ରୂପେ ସେ ସର୍ବଦା ଚିରସ୍ମରଣୀୟ ହୋଇ ରହିବେ ବୋଲି କହିଥିଲେ। ଅନୁଷ୍ଠାନର ସା‌ଧାରଣ ସମ୍ପାଦକ ପୂର୍ଣ୍ଣେନ୍ଦୁ ଦାସ ନୀଳକଣ୍ଠଙ୍କ ଅସାଧାରଣ ପ୍ରତିଭା ବିଷୟରେ ଆଲୋକପାତ କରିଥିଲେ। ପରେ ସଭ୍ୟା ମଧୁସ୍ମିତା ବିଶ୍ବାଳ ପଣ୍ଡିତ ନୀଳକଣ୍ଠଙ୍କ କୋଣାର୍କେ କାବ୍ୟକୁ ଆବୃତ୍ତି କରିଥିଲେ। ଏହି ଅବସରରେ ପୂର୍ବ ଆୟୋଜିତ ପ୍ରତିଯୋଗିତାର କୃତୀ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଅନୁଷ୍ଠାନର ଉପସଭାପତି ପ୍ରଫେସର୍‌ ବିଜୟାନନ୍ଦ କର ଅତିଥି ପରିଚୟ ଦେଇଥିବା ବେଳେ ସଭ୍ୟ ସିଦ୍ଧାର୍ଥ କାନୁନ୍‌ଗୋ ଧନ୍ୟବାଦ ଦେଇଥିଲେ।

ପ୍ରତିମୂର୍ତ୍ତି ନିକଟରେ ମାଲ୍ୟାର୍ପଣ, ସ୍ମୃତିଚାରଣ

publive-image

ଓଡ଼ିଶା ସାହିତ୍ୟ ଏକାଡେମିର ପ୍ରଥମ ସଭାପତି ତଥା ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ପଣ୍ଡିତ ନୀଳକଣ୍ଠ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା ସଭାପତିତ୍ୱ କରିଥିବା ବେଳେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅନୁସଚିବ ଲକ୍ଷ୍ମୀଧର ବେହେରା, ବିଧାନସଭାର ସ୍ୱତନ୍ତ୍ର କାର୍ଯ୍ୟକାରୀ ଅଧିକାରୀ ଅମୂଲ୍ୟ କୁମାର ସ୍ୱାଇଁ, ସମ୍ପାଦକ ଅଧିବକ୍ତା ଗୋବିନ୍ଦ ଚନ୍ଦ୍ର ସୁବୁଦ୍ଧି ପ୍ରମୁଖ ଯୋଗଦେଇ ବରପୁତ୍ରଙ୍କ ଗୁଣାବଳି ବର୍ଣ୍ଣନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ମହେଶ୍ବର ବିଶ୍ବାଳ, ଅକ୍ଷୟ କୁମାର ଜେଠୀ, ସମରଞ୍ଜନ ମହାନ୍ତି, ନିତୁରଞ୍ଜନ ଦାଶ, ହିମାଦ୍ରୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe