ଖଣ୍ଡଗିରି ଛକରେ ଦୁଇମାସ ପାଇଁ ଏକପାଖିଆ ରାସ୍ତା

ଖଣ୍ଡଗିରି ଛକରେ ଦୁଇମାସ ପାଇଁ ଏକପାଖିଆ ରାସ୍ତା

Sambad English

ଭୁବନେଶ୍ୱର : ଓଭରବ୍ରିଜ୍ ନିର୍ମାଣକୁ ତ୍ବରାନ୍ବିତ କରିବା ପାଇଁ ଆଜିଠାରୁ ଖଣ୍ଡଗିରି ଟ୍ରାଫିକ୍ ଛକରେ ଏକପାଖିଆ ରାସ୍ତା ଚାଲୁରହିବ। ଖୋର୍ଦ୍ଧାରୁ ଭୁବନେଶ୍ବର ଦିଗରୁ ଆସୁଥିବା ଯାନବାହନଗୁଡ଼ିକ କୋଳଥିଆ ଛକରୁ ଡାହାଣକୁ ଆସି ଖଣ୍ଡଗିରି ଥାନା ଦେଇ ପ୍ରାଚୀ ହୋଟେଲ୍‌ଠାରେ ପୁଣି ବାମ ପାର୍ଶ୍ବ ଜାତୀୟ ରାଜପଥକୁ ଧରିବେ। ସେହିଭଳି ବରମୁଣ୍ଡାରୁ ଖୋର୍ଦ୍ଧା ଦିଗରେ ଯାଉଥିବା ଯାନବାହନ ଗତିପଥ ନ ବଦଳାଇ ପୂର୍ବଭଳି ଚାଲିବେ। ପ୍ରାଚୀ ହୋଟେଲରୁ କୋଳଥିଆ ଛକ ପର୍ଯ୍ୟନ୍ତ ଏହି ଏକପାଖିଆ ରାସ୍ତାକୁ ସମାନ ଦୁଇ ଭାଗରେ ବିଭକ୍ତ କରାଯିବ ଏବଂ ଏହି ରାସ୍ତାରେ ଲେନ୍ ଡ୍ରାଇଭିଂ ଚାଲିବ। ଏହି ବ୍ୟବସ୍ଥା ପ୍ରତିଦିନ ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଚାଲୁ ରହିବ। ଏହା ଦୁଇମାସ ପର୍ଯ୍ୟନ୍ତ ଜାରି ରହିବ ବୋଲି କମିସନରେଟ୍ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe