ବାଣୀବିହାରରେ ପୁଣି ସଂଘର୍ଷ, ଛାତ୍ର ଆହତ

Advertisment

ସହିଦନଗର ଥାନା ଘେରିଲା ଏବିଭିପି

ସହିଦନଗର ଥାନା ଘେରିଲା ଏବିଭିପି

ବାଣୀବିହାରରେ ପୁଣି ସଂଘର୍ଷ, ଛାତ୍ର ଆହତ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ଜାରି ରହିଛି ଛକାପଞ୍ଝା। ଆଜି କେତେଜଣ ଅଣଛାତ୍ର ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପଶି ବିଶ୍ୱରଞ୍ଜନ ଜେନା ନାମକ ଜଣେ ଛାତ୍ରଙ୍କୁ ମାଡ଼ ମାରିଛନ୍ତି। ସେ ଲାଇବ୍ରେରି ସାଇନ୍ସ ବିଭାଗର ଛାତ୍ର ବୋଲି ଜଣାପଡ଼ିଛି। ତାଙ୍କ ମୁଣ୍ଡ ଫାଟିଯାଇଥିବାରୁ ୩ଟି ଷ୍ଟିଚ୍‌ ପଡ଼ିଛି। ସେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ବିଶ୍ୱବିଦ୍ୟାଳୟ କୁଳପତି, କୁଳସଚିବ, ଓ୍ଵାଡେନ୍‌, ଲାଇବ୍ରେରି ସାଇନ୍ସ ମୁଖ୍ୟ ପ୍ରମୁଖ ସେଠାରେ ପହଞ୍ଚି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି।

publive-image

ପୂର୍ବାହ୍ନ ୧୧ଟାରେ ଏହି ଘଟଣା ହୋଇଥିଲେ ମଧ୍ୟ ରାତି ୧୧ଟା ପର୍ଯ୍ୟନ୍ତ ପୁଲିସ କାହାରିକୁ ଗିରଫ କରିନାହିଁ। ମାଡ଼ ମାରିଥିବା ଅଣଛାତ୍ର ଏବେ ବି ଖୁଲ୍‌ମଖୁଲା ବୁଲୁଥିବା ଏବିଭିପି ପକ୍ଷରୁ କୁହାଯାଇଛି। ଏନେଇ ସଙ୍ଗଠନ ପକ୍ଷରୁ ଆଜି ରାତିରେ ସହିଦନଗର ଥାନା ଘେରାଉ କରାଯିବା ସହ ଯେଉଁ ଅଣଛାତ୍ର କ୍ୟାମ୍ପସରେ ପଶି ଛାତ୍ରଙ୍କୁ ଆକ୍ରମଣ କରୁଛନ୍ତି ସେମାନଙ୍କୁ ଗିରଫ କରିବାକୁ ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe