ନନ୍ଦନକାନନରେ ବନ୍ଧୁକଧାରୀ ପର୍ଯ୍ୟଟକ

Advertisment

୫୦୦ ଟଙ୍କା ଜରିମାନା

୫୦୦ ଟଙ୍କା ଜରିମାନା

ନନ୍ଦନକାନନରେ ବନ୍ଧୁକଧାରୀ ପର୍ଯ୍ୟଟକ

ବାରଙ୍ଗ: ନନ୍ଦନକାନନରେ ବନ୍ଧୁକଧାରୀ ପର୍ଯ୍ୟଟକ। ଏହା ଜଣାପଡ଼ିବା ପରେ ସଂପୃକ୍ତ ପର୍ଯ୍ୟଟକଙ୍କୁ ଠାବ କରାଯାଇ ତାଙ୍କଠାରୁ ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ସଫାରି ବସ୍‌ ଟିକେଟ୍‌ କାଉଣ୍ଟର୍‌ ନିକଟରେ ଯୁବକ ଜଣକ ବୁଲୁଥିବା କର୍ମଚାରୀମାନଙ୍କ ନଜରକୁ ଆସିଥିଲା। କର୍ମଚାରୀମାନେ ଏ ନେଇ ନନ୍ଦନକାନନ କାର୍ଯ୍ୟାଳୟକୁ ଜଣାଇଥିଲେ। ପରେ ସଂପୃକ୍ତ ଯୁବକଙ୍କୁ କାର୍ଯ୍ୟାଳୟକୁ ଅଣାଯାଇ ପଚରାଉଚରା କରାଯାଇଥିଲା। ତାଙ୍କଠାରୁ ଜରିମାନା ଆଦାୟ କରାଯିବା ପରେ ନନ୍ଦନକାନନ ଥାନାକୁ ହସ୍ତାନ୍ତର କରାଯାଇଥିଲା।  ପଚରାଉଚରା ବେଳେ ଜଣାପଡ଼ିଥିଲା ଯେ, ଯୁବକ ଜଣଙ୍କ ଉତ୍ତର ପ୍ରଦେଶ ଅଯୋଧ୍ୟାର ମଠ ମହନ୍ତ ରାଘବ ଆର୍ଚାରୀଙ୍କ ବନ୍ଧୁକଧାରୀ ସୁରକ୍ଷା କର୍ମୀ ଶେଖର ଯାଦବ। ସେ ଉତ୍ତର ପ୍ରଦେଶ ସରକାରଙ୍କ ପୁଲିସ ବିଭାଗର ଜଣେ କନ୍‌ଷ୍ଟେବଲ୍‌। ନନ୍ଦନକାନନ ଭିତରକୁ ବନ୍ଧୁକ ପ୍ରବେଶ ବାରଣ ଥିବା ସଂପର୍କରେ ସେ ଜାଣି ନଥିବା କହିଥିଲେ। ତେବେ ନନ୍ଦନକାନନ ମୁଖ୍ୟ ଫାଟକଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ପର୍ଯ୍ୟଟନ ପୁଲିସ ଓ ସୁରକ୍ଷାକର୍ମୀ ଥିବା ସତ୍ତ୍ୱେ ସେ କିପରି ବନ୍ଧୁକ ଧରି ସଫାରି କାଉଣ୍ଟର୍‌ ପର୍ଯ୍ୟନ୍ତ ଗଲେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।  ଟିକେଟ୍‌ ଯାଞ୍ଚ କରିବା ପାଇଁ ନନ୍ଦନକାନନ ଫାଟକରେ ୪ ଜଣ ସ୍ଥାୟୀ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଗେଟ୍‌ ସମ୍ମୁଖରେ ଥିବା ପର୍ଯ୍ୟଟନ ଥାନା ଏସ୍‌ଆଇ ଓ ସିକ୍ୟୁରିଟ ସଂସ୍ଥାର କର୍ମଚାରୀ ମଧ୍ୟ ଅଛନ୍ତି। ସେମାନଙ୍କ ନଜରକୁ ଏହା କିପରି ଆସିଲାନି  ତାହା ତଦନ୍ତ ସାପେକ୍ଷ ବୋଲି ଦାବି ହୋଇଛି। ଆଜିର ଘଟଣା ପରେ ନନ୍ଦନକାନନ, ଏହା ପରିସରରେ ରହୁଥିବା ଜୀବଜନ୍ତୁ ଓ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe