ପଡୋଶୀଙ୍କ ଘରୁ ଟଙ୍କା ସହ ମୂଲ୍ୟବାନ ଧାତୁ ପଥର ଲୁଟି ଯୁବକ ଗିରଫ

Advertisment
ପଡୋଶୀଙ୍କ ଘରୁ ଟଙ୍କା ସହ ମୂଲ୍ୟବାନ ଧାତୁ ପଥର ଲୁଟି ଯୁବକ ଗିରଫ

ପଟିଆ: ପଡୋଶୀଙ୍କ ଘରୁ ଟଙ୍କା, ସୁନା ଗହଣା ସହ ମୂଲ୍ୟବାନ ଧାତୁ ପଥର ଲୁଟିବା ଅଭିଯୋଗରେ ପୁଲିସ ଜଣେ ଯୁବକକୁ ଗିରଫ କରିଛି | ମିଳିଥିବା ସୂଚନା ମୁତାବକ ଅଭିଯୁକ୍ତ ଜଣକ ସପରିବାର ସହ ଇନ୍ଫୋଭ୍ୟାଲି ଥାନା ଅନ୍ତର୍ଗତ ବଡ ରଘୁନାଥପୁର ଗ୍ରାମରେ ରୁହନ୍ତି । ଅଭିଯୋଗକାରିଣୀ ଜଣକ ତାଙ୍କ ପଡୋଶୀ ହୋଇଥିବାବେଳେ ତାଙ୍କର ଏକ ଏନଜିଓ ସଂସ୍ଥା ଥିବା ସହ ପ୍ରାୟ ସମୟ ସେ ଘର ବାହାରେ ରୁହନ୍ତି । ଅଭିଯୁକ୍ତ ଜଣକ ଅଭିଯୋଗକାରିଣୀଙ୍କ ଗତିବିଧି ଉପରେ ତୀକ୍ଷଣ ନଜର ରଖିଥିଲେ ।

ଘଟଣା ଦିନ ସକାଳେ ସେ ଅଫିସ କାମରେ ବାହାରକୁ ଚାଲି ଯିବା ପରେ ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଅଭିଯୁକ୍ତ ଜଣକ ଘରର କବାଟ ତାଡି ଘରେ ପଶିବା ସହିତ ଆଲମୀରା ଭାଙ୍ଗି ସେଥିରେ ଥିବା ୨ଟି ସୁନା ମୁଦି, କାନ ଫୁଲ ୨ହଳ, ଗୋଟିଏ ସୁନା ଲକେଟ, ହଳେ ସୁନା ଶଙ୍ଖା , ଗୋଟିଏ ସୁନା ଚେନ, ୨ ହଳ ରୂପା ପାଉଁଜି, କେତୋଟି ମୁଲ୍ୟବାନ ଧାତୁ ପଥର ଏବଂ ୩୦,୦୦୦ଟଙ୍କା ଚୋରି କରି ନେଇଯାଇଥିବା ନେଇ ଅଭିଯୋଗକାରିଣୀ ଜଣକ ଥାନାରେ ଅଭିଯୋଗ କରିଥିଲେ ।

ଏହି ଚୋରି ଘଟଣାର ଅଭିଯୋଗ ପରେ ଇନ୍ଫୋଭ୍ୟାଲି ଥାନା ପୁଲିସ ତଦନ୍ତ କରିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରି ତାଙ୍କ ନିକଟରୁ ଚୋରି ହୋଇଥିବା ସୁନା ଜିନିଷ, ରତ୍ନ ପଥର ଏବଂ ୫୦୦୦ଟଙ୍କା ଜବତ କରିବାରେ ସକ୍ଷମ ହୋଇଛନ୍ତି । ଅଭିଯୁକ୍ତଙ୍କ ନାମ ପ୍ରଦୋଷ ରଞ୍ଜନ ଦାସ(୩୦) ହୋଇଥିବାବେଳେ ପଚରାଉଚରା ସମୟରେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ଵୀକାର କରିଥିଲେ। ତଦନ୍ତ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe