ଜଣଙ୍କ ମୋବାଇଲ ନମ୍ବର, ଅନ୍ୟମାନେ ଟିକା ନେଇଗଲେ

ହିତାଧିକାରୀ ଭୁବନେଶ୍ବରର, ଟିକା ଦିଆଗଲା କେନ୍ଦୁଝରରେ

କରୋନା ଟିକା ନେବାପରେ  ବୃଦ୍ଧଙ୍କ ମୃତ୍ୟୁ

Image Courtesy of India Today

ଭୁବନେଶ୍ବର : ହିତାଧିକାରୀ ଭୁବନେଶ୍ବରର। ହେଲେ ତାଙ୍କ ମୋବାଇଲ ନମ୍ବରରେ କେନ୍ଦୁଝରର ୩ଜଣ ଦୁଇ ଡୋଜ୍ ଟିକା ନେଇସାରିଲେଣି। ସର୍ବାଧିକ ୪ଜଣ ଗୋଟିଏ ନମ୍ବରରେ ପଞ୍ଜୀକରଣ କରିବାର ନିୟମ ଥିବାରୁ ମୂଳ ହିତାଧିକାରୀ ତାଙ୍କ ପରିବାରଲୋକଙ୍କୁ କୋ-ୱିନ୍ ଆପ୍‌ରେ ପଞ୍ଜୀକରଣ କରିପାରୁନାହାନ୍ତି। କେନ୍ଦୁଝରର ଏହି ୩ଜଣଙ୍କ ସହ ଭୁବନେଶ୍ବରରେ ରହୁଥିବା ହିତାଧିକାରୀଙ୍କ କୌଣସି ସଂପର୍କ ନ ଥିବା ବେ‌ଳେ ତାଙ୍କ ନମ୍ବରରେ କିଭଳି ଟିକା ଦିଆଗଲା, ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅଜଣା ନମ୍ବର ବ୍ୟବହାର କରାଯାଇ ଟିକା ଚୋରି ହୋଇ ନାହିଁ ତ?

ପୁରୁଣା ଭୁବନେଶ୍ବର ସୁନ୍ଦରପଦା ଅଞ୍ଚଳର ବାସିନ୍ଦା ହେଉଛନ୍ତି ବୁଲୁ କାନ୍ଦି। ଗତ ମାସ ୨୪ ତାରିଖରେ ସେ କପିଳପ୍ରସାଦ ୟୁପିଏଚ୍‌ସିରେ କୋଭାକ୍ସିନ୍ ଟିକା ନେଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ବାପା ଓ ମା’ଙ୍କ ପାଇଁ କୋ-ୱିନ୍ ଆପ୍‌ରେ ପଞ୍ଜୀକରଣ କରିବା ଲାଗି ଉଦ୍ୟମ କରିଥିଲେ ହେଁ ତାଙ୍କୁ କୌଣସି ଅପସନ୍ ଦେଖାଇ ନଥିଲା। ଏକାଧିକ ଲୋକଙ୍କୁ ପଚରାଉଚରା କରିବା ପରେ ତାଙ୍କ ନମ୍ବରରେ କେନ୍ଦୁଝରର ୩ଜଣ ବ୍ୟକ୍ତି ପୂର୍ବରୁ ଟିକା ନେଇସାରଥିବା ଜଣାପଡ଼ିଥିଲା। ସେ ବ୍ୟକ୍ତିମାନେ ହେଲେ, ପାନ୍ଥରି ପାତ୍ର, ରଜନୀ ପାତ୍ର ଓ ସଜନୀ ପାତ୍ର। ୩ ଜଣଙ୍କୁ ଦୁଇଡୋଜ୍ ଲେଖାଏଁ କୋଭିସିଲ୍‌ଡ ଟିକା ଦିଆଯାଇଛି।

ବୁଲୁଙ୍କ କହିବା କଥା, ଏହି ୩ଜଣ ଲୋକଙ୍କୁ ସେ ଜାଣି ନାହାନ୍ତି। ନିଜେ ପ୍ରଥମେ ଟିକା ନେବା ପରେ ତାଙ୍କ ପରିବାରଲୋକଙ୍କ ପଞ୍ଜୀକରଣ ସମୟରେ ଏ ସଂପର୍କରେ ଜଣାପଡ଼ିଥିଲା। ଗତ ୪ବର୍ଷ ହେବ ସେ ଗୋଟିଏ ନମ୍ବର ବ୍ୟବହାର କରୁଛନ୍ତି। ଟିକା ନେଇଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ଜାଣିନାହାନ୍ତି। କେମିତି ତାଙ୍କ ନମ୍ବରରେ ଅନ୍ୟମାନଙ୍କୁ ଟିକା ଦିଆଗଲା ବୋଲି ବୁଲୁ ପ୍ରଶ୍ନ କରିଛନ୍ତି।
ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି, ଏଭଳି ଘଟଣା ତାଙ୍କ ନଜରକୁ ପୂର୍ବରୁ କେବେ ଆସିନାହିଁ। ଚିହ୍ନା ପରିଚୟ ନଥାଇ ସେମାନେ କିଭଳି ଟିକା ନେଲେ, ତାହା ମଧ୍ୟ ଆଶ୍ଚର୍ଯ୍ୟକର ଘଟଣା। ସଂପୃକ୍ତ ଅଭିଯୋଗକାରୀଙ୍କ ସହ ଆଇଟି ବିଭାଗର କର୍ମଚାରୀ ଯୋଗାଯୋଗ କରିବେ ବୋଲି ଡା. ପାଣିଗ୍ରାହୀ କହିଛନ୍ତି। ପୂର୍ବରୁ କୋଭିଡ୍‌ ପରୀକ୍ଷାରେ ମଧ୍ୟ ଲୋକମାନେ ଅନ୍ୟମାନଙ୍କ ମୋବାଇଲ ନମ୍ବର ଦେଉଥିବା ଘଟଣା ନଜରକୁ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe