ଏଣିକି ଅନ୍‌ଲାଇନ୍‌ରେ ଅଟୋ ବୁକିଂ, ଚାଳକଙ୍କୁ ପରିଚୟପତ୍ର, ଡ୍ରେସ୍‌ କୋଡ୍‌

Advertisment
ରାଜ୍ୟରେ ଗଡୁନି ଦେଢ଼ ଲକ୍ଷ ଅଟୋ, ମାସିକ କିସ୍ତି ପୈଠ ଚିନ୍ତାରେ ଚାଳକ

patrika.com

ଭୁବନେଶ୍ୱର : ସ୍ମାର୍ଟ ହେବେ ରାଜଧାନୀର ଅଟୋ ଚାଳକ। ସ୍ବତନ୍ତ୍ର ପରିଚୟପତ୍ର ସହ ଡ୍ରେସକୋଡ୍‌ ବାଧ୍ୟତାମୂଳକ ହେବ। ସବୁ ଅଟୋ ଚାଳକଙ୍କ ପାଇଁ ହେବ ବୀମା। ପ୍ରଥମଥର ପଇଁ ୱେବ୍‌ସାଇଟ୍‌ ଓ ଆପ୍‌ ଜରିଆରେ ବୁକ୍‌ କରି ହେବ ଅଟୋ। ଏଭଳି ଏକ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି କମିସନରେଟ୍‌ ଟ୍ରାଫିକ୍‌ ପୁଲିସ। ଆସନ୍ତା ୨ ତାରିଖରେ ଏହାର ଶୁଭାରମ୍ଭ ହେବ ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି।

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ଅଟୋ ଚାଳକମାନଙ୍କୁ ଏହି ଯୋଜନାରେ ସାମିଲ କରାଯିବ। ପରେ ଭୁବନେଶ୍ବରକୁ ଆସୁଥିବା ରାଜ୍ୟର ସମସ୍ତ ଅଟୋ ଚାଳକଙ୍କୁ ଏହି ଯୋଜନାରେ ସାମିଲ କରାଯିବ ବୋଲି ଯୋଜନା ହୋଇଛି।

ତେବେ ପୂର୍ବରୁ ଏଭଳି ବ୍ୟବସ୍ଥା ହୋଇଥିଲା। ସମସ୍ତ ଅଟୋ ଚାଳକଙ୍କ ପାଇଁ ଡ୍ରେସ୍‌ କୋଡ୍‌ ସହ ପରିଚୟପତ୍ର ବ୍ୟବସ୍ଥା ହୋଇଥିଲା। କିଛି ଦିନ ‌ଅଟୋ ଚାଳକ ପରିଚୟ ପତ୍ର ବ୍ୟବହାର କରୁଥିଲେ। କିନ୍ତୁ ପରେ ଏହି ସବୁ ଯୋଜନା ଫୁସ୍‌କି ଯାଇଥିଲା। ସେହିଭଳି ପିଙ୍କ୍‌ ଅଟୋ ବ୍ୟବସ୍ଥା ମଧ୍ୟ ଫେଲ୍‌ ମାରିଥିଲା। ନିକଟ ଅତୀତରେ ସ୍ବତନ୍ତ୍ର ଟ୍ରାଫିକ୍‌ ଡିସିପି ସାଗରିକା ନାଥ ଯୋଗ ଦେବା ପରେ ଅଟୋ ବେ’ ଚିହ୍ନିତ ହୋଇଥିଲା। ଏଠାରେ କେବଳ ଅଟୋଗୁଡ଼ିକ ରହିବ ବୋଲି ନିର୍ଦ୍ଦେଶ ହୋଇଥିଲା। ହେଲେ ତାହା ଫାଙ୍କା ପଡ଼ିଥିବା ବେଳେ ରାସ୍ତାରେ ଅଟୋ ଛିଡ଼ା ହୋଇ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି କରୁଛନ୍ତି।

ଏବେ ପୁଣି ଏହି ସ୍ବତନ୍ତ୍ର ଯୋଜନା ହୋଇଛି। ଅଟୋଗୁଡ଼ିକ ପାଇଁ ସ୍ବତନ୍ତ୍ର ଆପ୍‌ ପ୍ରସ୍ତୁତ ହେବ। ମୋ ବସ୍‌ ଓ ସାଇକେଲ୍‌ ଭଳି ଏହି ଅଟୋକୁ ବୁକ୍‌ କରି ହେବ। ଏଥିପାଇଁ ଅନ୍‌ଲାଇନ୍‌ରେ ଅଗ୍ରୀମ ଦେୟ ଦେବାକୁ ପଡ଼ିବ। ଏହି ବ୍ୟବସ୍ଥା ସ୍ବାଗତଯୋଗ୍ୟ ହୋଇଥିଲେ ମଧ୍ୟ କେତେଦୂର କାର୍ଯ୍ୟକ୍ଷମ ହେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe