ଡ୍ରାଇଭରଙ୍କ ପ୍ରତି କଟାକ୍ଷକୁ ଅନ୍‌ଲାଇନ୍ ଅଟୋଚାଳକ ସଂଘର ବିରୋଧ

Advertisment

ଆଜି ଲୋୟର ପିଏମ୍‌ଜିରେ ବିକ୍ଷୋଭ

ଆଜି ଲୋୟର ପିଏମ୍‌ଜିରେ ବିକ୍ଷୋଭ

ଡ୍ରାଇଭରଙ୍କ ପ୍ରତି କଟାକ୍ଷକୁ ଅନ୍‌ଲାଇନ୍ ଅଟୋଚାଳକ ସଂଘର ବିରୋଧ

Times of India

ଭୁବନେଶ୍ବର: ଆଜି ଡ୍ରାଇଭର ମହାସଂଘ ପକ୍ଷରୁ କରାଯାଇଥିବା ‌ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ସମୟରେ ଆନ୍ଦୋଳନରେ ଅଂଶ ଗ୍ରହଣ କରିନଥିବା ଡ୍ରାଇଭରମାନଙ୍କ ପ୍ରତି କଟାକ୍ଷ କରାଯାଇଛି। ଏହାକୁ ବିରୋଧ କରିଛି ଅନ୍‌ଲାଇନ ଅଟୋଚାଳକ ସଂଘ। ଏନେଇ ଆସନ୍ତାକାଲି ଧ‌ାରଣାକୁ ଓହ୍ଲାଇବ ସଂଘ। ଆସନ୍ତାକାଲି ପୁଲିସ ଡିଜିଙ୍କୁ ଭେଟି କଟାକ୍ଷ କରିଥିବା ଡ୍ରାଇଭରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ଦାବି କରିବ ବୋଲି ସୂଚନା ଦିଆଯାଇଛି। ଡ୍ରାଇଭରମାନଙ୍କ ୧୦ ଦଫା ଦାବି ପୂରଣ କରିବାକୁ ମଧ୍ୟ ସଂଘ ଦାବି କରିବ ବୋଲି ସଭାପତି ଦୀନବନ୍ଧୁ ନାୟକ କହିଛନ୍ତି।

ସୂଚନାଯୋଗ୍ୟ ଯେ ଆଜି ଡ୍ରାଇଭର ମହାସଂଘର ଆନ୍ଦୋଳନ ସମୟରେ ଆନ୍ଦୋଳନରେ ଯୋଗ ‌ଦେଇନଥିବା ଡ୍ରାଇଭରମାନଙ୍କୁ ବିକ୍ଷୋଭକାରୀମାନେ ଫୁଲମାଳ ପିନ୍ଧାଇବା ସହିତ କଟାକ୍ଷ କରି ଏଣୁତେଣୁ କହି ଅପମାନିତ କରିଥିଲେ। ‘ମୁଁ ଡ୍ରାଇଭର ଜାତି ପାଇଁ କଳଙ୍କ’ ଲେଖା ଥିବା ପ୍ଲା କାର୍ଡ ଧରି ଫଟୋ ଉଠାଇଥିଲେ। ଏହା ଏବେ ‌ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ତେଣୁ ଆସନ୍ତାକାଲି ଲୋୟର ପିଏମ୍‌ଜିରେ ସଂଘ ପକ୍ଷରୁ ହଜାର ହଜାର ଅଟୋଚାଳକ ‌ଯୋଗ ଦେବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe