ଥାନା ଘେରିଲା ଅନ୍‌ଲାଇନ୍‌ ଅଟୋଚାଳକ ସଂଘ: ଠପ୍‌ ହୋଇଗଲା ଅନ୍‌ଲାଇନ୍‌ ଅଟୋ ସେବା

Advertisment

ଆଜି ସ୍ମାର୍ଟସିଟି ଅନ୍‌ଲାଇନ୍‌ ଅଟୋଚାଳକ ମହାସଂଘ ସଦସ୍ୟଙ୍କ ଗିରଫଦାବିର ପ୍ରତିବାଦରେ ସଂଘ କ୍ୟାପିଟାଲ୍‌ ଥାନା ଘେରଉ କରିଥିଲା। ଥାନା ସମ୍ମୁଖରେ ଶତାଧିକ ଅଟୋ ରଖି ସଂଘର ସଦସ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଆଜି ସ୍ମାର୍ଟସିଟି ଅନ୍‌ଲାଇନ୍‌ ଅଟୋଚାଳକ ମହାସଂଘ ସଦସ୍ୟଙ୍କ ଗିରଫଦାବିର ପ୍ରତିବାଦରେ ସଂଘ କ୍ୟାପିଟାଲ୍‌ ଥାନା ଘେରଉ କରିଥିଲା। ଥାନା ସମ୍ମୁଖରେ ଶତାଧିକ ଅଟୋ ରଖି ସଂଘର ସଦସ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

sfhhfsfhxvbvb

ଭୁବନେଶ୍ବର: ଆଜି ସ୍ମାର୍ଟସିଟି ଅନ୍‌ଲାଇନ୍‌ ଅଟୋଚାଳକ ମହାସଂଘ ସଦସ୍ୟଙ୍କ ଗିରଫଦାବିର ପ୍ରତିବାଦରେ ସଂଘ କ୍ୟାପିଟାଲ୍‌ ଥାନା ଘେରଉ କରିଥିଲା। ଥାନା ସମ୍ମୁଖରେ ଶତାଧିକ ଅଟୋ ରଖି ସଂଘର ସଦସ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳରେ ଟ୍ରାଫିକ୍‌ ଜାମ୍‌ ପରିସ୍ଥିତି ସୃଷ୍ଟି ହୋଇ ରାଜମହଲ ଛକରୁ ଏଜି ଛକ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ବ୍ୟହତ ହୋଇଥିଲା। ଗତ ୬ ତାରିଖ ରାତିରେ ରାତିରେ ଅନ୍‌ଲାଇନ୍‌ରେ ଅର୍ଡର୍‌ ପାଇ ମାଷ୍ଟର୍‌କ୍ୟାଣ୍ଟନ୍‌ ଛକ ନିକଟକୁ ଯାଇଥିବା ସଂଘର ସଦସ୍ୟ ସୂର୍ଯ୍ୟକାନ୍ତ ସାହୁଙ୍କୁ ଗ୍ରାହକ ଉଠାଇବାକୁ ନେଇ କିଛି ଅଫ୍‌ଲାଇନ୍‌ ଅଟୋଚାଳକ ମାଡ଼ ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏହି ମାମଲାରେ କ୍ୟାପିଟାଲ୍‌ ଥାନା ପୁଲିସ ପୁରୀ ମାଲୁଦ ଅଞ୍ଚଳର ସିଦ୍ଧାର୍ଥ ଖଟେଇ, ନୟାଗଡ଼ ଜିଲ୍ଲା ଗଣିଆ ଅଞ୍ଚଳର ପପୁ ବେହେରା ଓ କଟକ ଜିଲ୍ଲା କଳାପଥର ଗ୍ରାମର ଶ୍ରୀରାମ ସାହୁକୁ ଆଜି ଗିରଫ କରିଛି।

ଠପ୍‌ ହୋଇଗଲା ଅନ୍‌ଲାଇନ୍‌ ଅଟୋ ସେବା
ଟ୍ରାଫିକ୍‌ ଜାମ୍‌ରେ ନୟାନ୍ତ ହେଲେ ଲୋକେ

ଅନୁରୂପ ଭାବେ ସୂର୍ଯ୍ୟକାନ୍ତଙ୍କୁ ଅଫ୍‌ଲାଇନ୍‌ ଚାଳକ ଅଟୋ ସଂଘର ଜଣେ ସଦସ୍ୟଙ୍କୁ ଚାବିରେ ପ୍ରାଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଗିରଫ କରାଯାଇଛି। ତେବେ ସୂର୍ଯ୍ୟକାନ୍ତ ନିର୍ଦ୍ଦୋଷ ଥିବା ଏବଂ ପୁଲିସ ଜାଣିଶୁଣି ତାଙ୍କୁ ଫସାଇଥିବା ଅଭିଯୋଗ କରି ସ୍ମାର୍ଟସିଟି ଅନ୍‌ଲାଇନ୍‌ ଅଟୋଚାଳକ ସଂଘର ସଦସ୍ୟମାନେ ଥାନା ଘେରଉ କରିଥିଲେ। ଆଜି ଦିନ ପ୍ରାୟ ୧୧ଟା ମସୟରେ ଅନ୍‌ଲାଇନ୍‌ ସଂଘର ସଦସ୍ୟମାନେ କ୍ୟାପିଟାଲ୍ ଥାନା ଘେରଉ କରିବା ସହିତ ସୂର୍ଯ୍ୟକାନ୍ତଙ୍କୁ ଛାଡ଼ିବାକୁ ଦାବି କରିଥିଲେ। ମାତ୍ର ସୂର୍ଯ୍ୟକାନ୍ତଙ୍କୁ ପୁଲିସ ନଛାଡ଼ିବାରୁ ସଂଘର ସଦସ୍ୟମାନେ ଥାନାରେ ଆଗରେ ନାରାବାଜି କରିଥିଲେ। ଘଣ୍ଟାଏ ଧରି ଯାତାୟାତ ବନ୍ଦ ହୋଇଯାଇଥିଲା। ନିକଟରେ ଏକ ନମ୍ବର ହାଟ ଥିବା ବେଳେ ବହୁ ବ୍ୟବସାୟୀ ଓ ଗ୍ରାହକ ହଇରାଣରେ ପଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe