ବିନା ନୋଟିସ୍‌ରେ ୨ ସପ୍ତାହ ହେଲା ଅନଲାଇନ୍‌ କ୍ଲାସ୍‌ ବନ୍ଦ

ଚିନ୍ତାରେ ଅଭିଭାବକ, ଛାତ୍ରଛାତ୍ରୀ, ପରିଚାଳନା କମିଟି-ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ବିବାଦରେ ଫସିଲେ ଛାତ୍ରଛାତ୍ରୀ

ସରକାର ଅନ୍‌ଲାଇନ୍‌ କ୍ଲାସ ବନ୍ଦ କରିବା ଦୁର୍ଭାଗ୍ୟଜନକ: ଛାତ୍ର କଂଗ୍ରେସ ସଭାପତି

The Hindu

ଭୁ‌‌ବନେଶ୍ବର: କରୋନା କଟକଣା ଯୋଗୁଁ ସ୍କୁଲ୍‌ ବନ୍ଦ ଥିଲେ ବି ଅନଲାଇନ୍‌ କ୍ଲାସ୍‌ ହେଉଥିଲା। ଏପର୍ଯ୍ୟନ୍ତ ସବୁ ଠିକ୍‌ ଚାଲିଥିଲା। ହେଲେ ଗତ ୨ ସପ୍ତାହ ହେଲା ବିନା ନୋଟିସ୍‌ରେ ଅନଲାଇନ୍‌ କ୍ଲାସ୍‌ ବି ବନ୍ଦ ହୋଇଗଲା। ସମ୍ପୂର୍ଣ୍ଣ ଦରମା ଦାବି କରି ଶିକ୍ଷକ/ଶିକ୍ଷୟିତ୍ରୀମାନେ ସ୍ବର ଉଠାଇବା ପରେ ଅନଲାଇନ୍‌ କ୍ଲାସ୍‌ ବନ୍ଦ ହୋଇଯାଇଛି। ଖଣ୍ଡଗିରିସ୍ଥିତ ସେଣ୍ଟ୍‌ ଜାଭିୟର ସ୍କୁଲ୍‌ରେ ଏଭଳି ଏକ ସ୍ଥିତି ଉପୁଜିଛି। ବିଶେଷକରି ୧୦ମ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଚିନ୍ତାରେ ପଡ଼ି ଯାଇଛନ୍ତି। ପରୀକ୍ଷା ପାଖଉଥିବା ବେଳେ ଏପରି ହଠାତ୍‌ ଅନଲାଇନ୍‌ କ୍ଲାସ ବନ୍ଦ କରିଦେବା ପରେ ଅଭିଭାବକମାନେ ବି ଛାତ୍ରଛାତ୍ରୀଙ୍କ ପରୀକ୍ଷାକୁ ନେଇ ଚିନ୍ତାରେ ପଡ଼ିଛନ୍ତି।

ଜଣେ ଅଭିଭାବକ କହିଛନ୍ତି, ୭୦ ପ୍ରତିଶତ ଛାତ୍ରଛାତ୍ରୀଙ୍କ ସ୍କୁଲ୍‌ ଫି’ ପଇଠ ସରିଛି। ଆଉ କିଛି ଅଭିଭାବକ କହିଛନ୍ତି, ଉଚ୍ଚ ନ୍ୟାୟାଳୟର ନିର୍ଦେଶ ମୁତାବକ ସେମାନେ ଫି’ ପ୍ରଦାନ କରିବେ। ତେବେ ସ୍କୁଲ୍‌ ପରିଚାଳନା କମିଟି-ଶିକ୍ଷକ/ଶିକ୍ଷୟିତ୍ରୀ-ଅଭିଭାବକଙ୍କ ମଧ୍ୟରେ ଏହି ବିବାଦ ଯୋଗୁଁ ଛାତ୍ରଛାତ୍ରୀମାନେ ବେଶି ପ୍ରଭାବିତ ହୋଇଛନ୍ତି। ସେଣ୍ଟ୍‌ ଜାଭିୟରର ସ୍କୁଲ୍‌ ମ୍ୟାନେଜର ବିବେକ ଭୂୟାଁ କହିଛନ୍ତି, କରୋନା ଯୋଗୁଁ ଅନଲାଇନ୍‌ କ୍ଲାସ୍‌ ହେଉଛି। ତଥାପି ୭୦ ପ୍ରତିଶତ ଅଭିଭାବକ ସ୍କୁଲ୍‌ ଫି’ ପଇଠ କରିନାହାନ୍ତି। ତେଣୁ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଅଧା ଦରମା ମିଳୁଛି। ମାତ୍ର ଏହାକୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରି ପୂର୍ଣ୍ଣ ଦରମା ଦେବାକୁ ଦାବି କରିଛନ୍ତି। ଫଳରେ ଯେଉଁ ଅନଲାଇନ୍ କ୍ଲାସ୍‌ ଚାଲୁଥିଲା ତାହା ବି ବନ୍ଦ ହୋଇଯାଇଛି। ପରୀକ୍ଷା ପାଖଉଥିବା ନେଇ ସେ କହିଛନ୍ତି, ଆବଶ୍ୟକ ପଡ଼ିଲେ ପରୀକ୍ଷା ଘୁଞ୍ଚାଇ ଦିଆଯିବ। ତେବେ ପୂର୍ଣ୍ଣ ଦରମା ଦେବା ବର୍ତମାନ ପକ୍ଷେ ସମ୍ଭବ ନୁହେଁ। ଏମିତିରେ ଛାତ୍ରଛାତ୍ରୀଙ୍କ ପଢ଼ାକୁ ନେଇ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି। ତେଣୁ ତୁରନ୍ତ ଏହାର ସମାଧାନ ପାଇଁ ଅଭିଭାବକମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe