ମହଙ୍ଗା ପଡ଼ିଲା ଦମ୍ପତିଙ୍କ ଭିଜିଟ୍‌ ଟ୍ରିପ୍‌ ଖୋଜା: ଅନ୍‌ଲାଇନ୍‌ରେ ଉଡ଼ିଗଲା ୩୦ ହଜାର

ନ୍ୟୁଡ୍ ଫଟୋ ଭାଇରାଲ୍ ଧମକ ଦେଇ ଟଙ୍କା ଲୁଟିଲେ ଦୁର୍ବୃତ୍ତ

The Economic Times

ଚନ୍ଦ୍ରଶେଖରପୁର : ବିଦେଶ ଭ୍ରମଣ ପାଇଁ ଅନ୍‌ଲାଇନ୍‌ରେ ଭିଜିଟ୍‌ ଟ୍ରିପ୍‌ ଖୋଜିବା ଏକ ଦମ୍ପତିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଜଣେ ସାଇବର ଠକ ଉକ୍ତ ଦମ୍ପତିଙ୍କୁ କମ୍ ଦରରେ ବିଦେଶ ବୁଲାଇବାର ପ୍ରଲୋଭନ ଦେଖାଇ ୩୦ ହଜାର ଟଙ୍କା ଚୁନ ଲଗାଇଛି। ସାଇବର ଠକାମିର ଶିକାର ସେହି ଦମ୍ପତି ଏବେ ଚନ୍ଦ୍ରଶେଖରପୁର ଥାନା ଓ ସାଇବର ସେଲ୍‌ର ଦ୍ବାରସ୍ଥ ହୋଇଛନ୍ତି। ପୁଲିସ ଅଭିଯୋଗ ଗ୍ରହଣ କରିଥିଲେ ବି ସାଇବର ଠକର ଟେର୍ ପାଇନାହିଁ।

ସୂଚନାନୁସାରେ ଏହି ଦମ୍ପତି ଶୈଳଶ୍ରୀବିହାରରେ ରହୁଛନ୍ତି। ଳକ୍‌ଡାଉନ୍‌ କୋହଳ ହେବା ପରେ ସେମାନେ ବାହାରକୁ ଏକ ଟ୍ରିପ୍‌ରେ ଯିବା ପାଇଁ ମନ କରିଥିଲେ। ବିଦେଶକୁ ପ୍ରାଥମିକତା ଦେଇଥିଲେ ଓ ଆବଶ୍ୟକ ହେଲେ ଭାରତ ଭିତରେ କୌଣସି ଭଲ ସ୍ଥାନ ଭ୍ରମଣ କରିବାକୁ ବି ନିଷ୍ପତ୍ତି ନେଇଥିଲେ। ତେଣୁ ସେମାନେ ଭ୍ରମଣ ସ୍ଥାନ ଖୋଜିବା ପାଇଁ ଅନ୍‌ଲାଇନ୍‌ରେ ଭିଜିଟ୍‌ ଟ୍ରିପ୍‌ ନାମକ ଏକ ସଂସ୍ଥାକୁ ଯୋଗାଯୋଗ କରିଥିଲେ। ଉକ୍ତ ସଂସ୍ଥାର କଲ୍‌ ‌ସେଣ୍ଟର ସେମାନଙ୍କୁ ବିଭିନ୍ନ ପ୍ୟାକେଜ୍‌ ବାବଦରେ ସୂଚନା ଦେଇଥିଲା। କିନ୍ତୁ କିଛି ସମୟ ପରେ ଦମ୍ପତିଙ୍କ ପାଖକୁ ଆଉ ଏକ ଫୋନ୍‌ରୁ କଲ୍‌ ଆସିଥିଲା ଓ ବିଦେଶ ଭ୍ରମଣ ପାଇଁ କମ୍ ମୂଲ୍ୟରେ ଅନୁରୂପ ପ୍ୟାକେଜ୍‌ ଥିବା କହିଥିଲା। ମାତ୍ର ଯୁବକ ଜଣକ ସାଇବର ଠକ ବୋଲି ଦମ୍ପତି ବୁଝି ପାରିନଥିଲେ। କମ୍ ମୂଲ୍ୟର ଅଫର୍ ପାଇ ସେମାନେ ଯୁବକଙ୍କ କଥାରେ ଭାସି ଯାଇଥିଲେ। ଆଉ ଅଗ୍ରୀମ ବାବଦରେ ୩୦ ହଜାର ଟଙ୍କା ଅନ୍‌ଲାଇନ୍‌ ଜରିଆରେ ପଠାଇଥିଲେ। କିନ୍ତୁ ପରେ ଉକ୍ତ ମୋବାଇଲ୍‌ ଫୋନ୍‌ ସୁଇଚ୍ ଅଫ୍ ହୋଇଯାଇଥିଲା ଓ ଦମ୍ପତି ଆଉ ତା’ ସହ ଯୋଗା‌ଯୋଗ କରିପାରିନଥିଲେ। ତେଣୁ ଠକାମିର ଶିକାର ହୋଇଥିବା ଅନୁମାନ କରି ସେମାନେ ପୁଣି ଭିଜିଟ୍‌ ଟ୍ରିପ୍ ସଂସ୍ଥାକୁ ଯୋଗାଯୋଗ କରିଥିଲେ। ମାତ୍ର ତାଙ୍କ ସଂସ୍ଥାରେ ସେଭଳି କେହି ନିଯୁକ୍ତି ପାଇନଥିବା ଭିଜିଟ୍‌ ଟ୍ରିପ୍‌ ପକ୍ଷରୁ କୁହାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe