ଠିପିବନ୍ଦ ମଦ ଦୋକାନୀ ଅନ୍‌ଲାଇନ୍‌ରେ ଅମଙ୍ଗ କାହିଁକି?

Advertisment
ଆସିଲା ନୂଆ ଅବକାରୀ ନୀତି; ଖୋଲିବନି ନୂଆ ଦୋକାନ, ମହଙ୍ଗା ହେବ ମଦ

Amar Ujala

ଭୁବନେଶ୍ବର : ଅନ୍‌ଲାଇନ୍‌ରେ ମଦ ବିକିବା ପାଇଁ କୁନ୍ଥକୁନ୍ଥ ହେଉଛନ୍ତି ଦୋକାନୀ। କରୋନା ସଂକ୍ରମଣର ଆଶଙ୍କା ଥିବାରୁ ଅଫ୍‌ଲାଇନ୍‌ରେ ମଦ ବିକ୍ରି ପାଇଁ ସରକାର ବାରଣ କରିଥିଲେ ହେଁ ମଦ ଦୋକାନ ଆଗରେ ପ୍ରତିଦିନ ଶହଶହ ମଦୁଆଙ୍କ ଭିଡ଼ ଜମୁଛି। ଏହାର ଫାଇଦା ନେଇ ଦୋକାନୀ ବି ମାଲାମାଲ ହେଉଛନ୍ତି। ଦୋକାନ ଦୁଆର ମୁହଁ‌ରେ ମଦ ଯୋଗାଇ ଡେଲିଭରି ଚାର୍ଜ ନେଉଛନ୍ତି। ଏଥିରୁ ଫାଇଦା ମିଳୁ ଥିବାରୁ ରାଜଧାନୀର ଠିପିବନ୍ଦ ମଦ ଦୋକାନୀମାନେ ଜୋମାଟୋ ଓ ସ୍ବିଗିକୁ ପାଖ ପୂରାଇ ଦେଉନାହାନ୍ତି। ନିଜ ନିଜର ଡେଲିଭରି-ବଏ ଦ୍ବାରା ଡେଲିଭରି କରାଉଛନ୍ତି। ତେବେ ଏହା ପଛରେ ଅନେକ ରହସ୍ୟ ଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି।

ସୂଚନାଯୋଗ୍ୟ, ଅନ୍‌ଲାଇନ୍‌‌‌ରେ ମଦ ବିକ୍ରିକୁ ସରକାର ଅନୁମତି ଦେବା ପରେ ଠିପିବନ୍ଦ ମଦ ଦୋକାନୀମାନେ ସେଥିରେ କେଁ ପୂରାଇଥିଲେ। ହୋମ୍‌ ଡେଲିଭରି ଦେବା ପାଇଁ ଯିବା ବେଳେ ଡେଲିଭରି ବଏକୁ ଆକ୍ରମଣ କରି ମଦ ଛଡ଼ାଇ ନେବା ଆଶଙ୍କା ରହିଛି। ଏଣୁ ସୁରକ୍ଷା ଯୋଗାଇ ଦିଆଯାଉ ବୋଲି ଦାବି କରିଥିଲେ। ଦାବିକୁ ଆଧାର କରି ପୁଲିସ ସୁରକ୍ଷା ଯୋଗାଇ ଦିଆଯାଇଥିଲା। ତଥାପି ବି ହୋମ୍‌ ଡେଲିଭରି କଲେନି। ଯେଉଁ ଗ୍ରାହକମାନେ ଅନ୍‌ଲାଇନ୍‌ରେ ମଦ ବୁକିଂ କଲେ, ସେମାନଙ୍କୁ ଦୁଆରମୁହଁରୁ ନେଇଯିବାକୁ କହୁଛନ୍ତି। ଦୋକାନ ଦୁଆର ମୁହଁରେ ଦେଇ ଡେଲିଭରି ଚାର୍ଜ ହଡ଼ପ କରିବାକୁ ଦୋକାନୀ ଅନ୍ୟ ସଂସ୍ଥାକୁ ସୁଯୋଗ ଦେଉନାହାନ୍ତି ବୋଲି କୁହାଯାଉଛି।

publive-image

ଅପରପକ୍ଷେ ଅଧିକାଂଶ ମଦ ଦୋକାନୀ ନିଜର ବ୍ୟବସାୟ ସମ୍ବନ୍ଧରେ ସରକାରଙ୍କୁ ସମସ୍ତ ତଥ୍ୟ ଦେବାକୁ ଚାହାନ୍ତି ନାହିଁ। କାରଣ ଯେତିକି ବିକ୍ରି ହୁଏ, ତାହା ସରକାର ଜାଣନ୍ତିନି। ବର୍ଷ ଶେଷରେ ଦୋକାନୀ ଚାହୁଥିବା ହିସାବ ସରକାରଙ୍କୁ ଖାତାରେ ଦର୍ଶାଯାଏ। ଏଥିରେ ଅବକାରୀ ବିଭାଗ ମୋଟା ଅଙ୍କର ହାତଗୁଞ୍ଜା ନେଇ ଦୋକାନୀଙ୍କୁ ପୂର୍ଣ୍ଣ ସହଯୋଗ କରୁଥିବା ଅଭିଯୋଗ ରହିଛି। ଅନ୍‌ଲାଇନ୍‌ରେ ବେପାର ହେଲେ, ସବୁ ହିସାବ ସରକାରଙ୍କ ପାଖରେ ରହିବ। ସରକାରଙ୍କ ପାଖକୁ ଗୋଟି ଗୋଟି ହିସାବ ଗଲେ ଦୋକାନୀ ଫସିବେ। ଏଣୁ ଅନ୍‌ଲାଇନ୍‌ ବେପାରରେ ଦୋକାନୀଙ୍କର ଆଗ୍ରହ ନାହିଁ। ସରକାର ମଦ ବେପାର ସମ୍ପୂର୍ଣ୍ଣ ଅନ୍‌ଲାଇନ୍‌ କରିବାକୁ ଚାହୁଥିବା ବେଳେ ବେପାରୀ ଏହାକୁ ବନ୍ଦ କରିବା ପାଇଁ ଲାଗି ପଡ଼ିଛନ୍ତି ବୋଲି ଅବକାରୀ ବିଭାଗର ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି।

publive-image picz.ge

ଘୂରି ବୁଲୁଛି ନକଲି ନୂଆ ଦୋକାନ ତାଲିକା
ସରକାର ରାଜ୍ୟରେ ୨୨୭ଟି ନୂଆ ଠିପି ବନ୍ଦ ବିଦେଶୀ ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଥିବା ନେଇ ଏକ ଚର୍ଚ୍ଚା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏନେଇ ଏକ ତାଲିକା ସୋସିଆଲ ମିଡିଆରେ ଘୂରି ବୁଲୁଛି। ଏଥିରେ ଖୋର୍ଦ୍ଧା ଜିଲ୍ଲାରେ ୧୭ ନୂଆ ଦୋକାନ ପାଇଁ ପ୍ରସ୍ତାବ ଥିବା ବେଳେ ଭୁବନେଶ୍ବରରେ ୬ଟି ରହିଛି। ଭୁବନେଶ୍ବର ପୌରାଞ୍ଚଳରେ ପାଣ୍ଡରା, ଚକେଇସିଆଣି, ସଁପୁର ଓ ସୁନ୍ଦରପଦାରେ ୪ଟି ଓ ଭୁବନେଶ୍ବର ଉପକଣ୍ଠ ତଥା କମିସନରେଟ୍‌ ପୁଲିସ ଅଞ୍ଚଳର ବାଲିଅନ୍ତା ଓ ଧଉଳି ମୁହାଁରେ ଦୁଇଟି ଦୋକାନ ଖୋଲିବାକୁ ପ୍ରସ୍ତାବ ରହିଛି। ଏହି ସବୁ ଅଞ୍ଚଳରେ ମଦ ଦୋକାନ ନାହିଁ। ଏହି ସବୁ ଅଞ୍ଚଳରେ ନକଲି ମଦ କାରବାର ବନ୍ଦ କରିବା ପାଇଁ ଠିପି ବନ୍ଦ ମଦ ଦୋକାନ ଖୋଲିବା ପାଇଁ ପ୍ରସ୍ତାବ ରହିଛି। ତେବେ ଏହା ଏକ ନକଲି ତାଲିକା ବୋଲି ଅବକାରୀ ବିଭାଗ ସ୍ପଷ୍ଟ କରିଛି।

ଭୁବନେଶ୍ବରରେ ଚଢ଼ଉ କେବେ?
ନିକଟ ଅତୀତରେ କୋଭିଡ-୧୯ ନିର୍ଦ୍ଦେଶାବଳି ଉଲ୍ଲଂଘନ ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଦୁଇ ମଦ ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଉଭୟଙ୍କୁ ଗିରଫ କରାଯିବା ସହ ଦୋକାନ ସିଲ ହୋଇଛି। କିନ୍ତୁ ଏଭଳି ଘଟଣା ପ୍ରତ୍ୟେକ ଦିନ ଭୁବନେଶ୍ବର ବିଭିନ୍ନ ମଦ ଦୋକାନରେ ଦେଖିବାକୁ ମିଳୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ କେବେ ହେବ ବୋଲି ପ୍ରଶ୍ନ ଉଠିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe