ଅନ୍‌ଲାଇନ୍ ଋଣ ହେଲା କାଳ, ଜୋତା ସୋ’ରୁମ୍ ମ୍ୟାନେଜରଙ୍କ ଆତ୍ମହତ୍ୟା

Advertisment
ଅନ୍‌ଲାଇନ୍ ଋଣ ହେଲା କାଳ, ଜୋତା ସୋ’ରୁମ୍ ମ୍ୟାନେଜରଙ୍କ ଆତ୍ମହତ୍ୟା

ajtak.in

ଭୁବନେଶ୍ବର: ଅନ୍‌ଲାଇନ ଋଣ କରିବା କାଳ ହୋଇଛି। ଶେଷରେ ଜୀବନ ହାରିଛନ୍ତି ଜଣେ ଜୋତା ସୋ’ରୁମ୍ ମ୍ୟାନେଜର। ଗତକାଲି ବିଳମ୍ବିତ ରାତିରେ ଫ୍ୟାନରେ ଓଢ଼ଣି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଗୁଜରାଟ ଅହମ୍ମଦାବାଦର ଅରବିନ୍ଦ ବାଘଲେ(୩୫)।

ପୁଲିସ ସୂଚନା ଅନୁସାରେ, ଅରବିନ୍ଦ ଏସପ୍ଲାନେଡ୍ ମଲରେ ଥିବା ରିଗାଲ ସୁଜରେ ମ୍ୟାନେଜର ଭାବେ କାମ କରୁଥିଲେ। ସେ ବମିଖାଲ ଦୟାନନ୍ଦ ନଗରରେ ଦୁଇ ଜଣଙ୍କ ସହ ରହୁଥିଲେ। ମୋବାଇଲରେ ଏକାଧିକ ଋଣପ୍ରଦାନକାରୀ ସଂସ୍ଥାର ଆପ୍ ଡାଉନଲୋଡ୍ କରି ଋଣ ଆଣିଥିଲେ। ଋଣର ଚାପ ବଢ଼ି ଚାଲିଥିଲା। ସେହି ସମୟରେ ଯେଉଁମାନଙ୍କ ନମ୍ବର ପ୍ରଦାନ କରିଥିଲେ ସେମାନଙ୍କ ପାଖକୁ ସମ୍ପୃକ୍ତ ଋଣ ପ୍ରଦାନକାରୀ ସଂସ୍ଥା ପକ୍ଷରୁ ଫୋନ୍ ଆସୁଥିଲା। ସେମାନେ ମଧ୍ୟ ଅରବିନ୍ଦଙ୍କୁ ବାରମ୍ବାର ଫୋନ୍ କରି ଋଣ ସୁଝି ଦେବା ପାଇଁ କହୁଥିଲେ। ମାନସିକ ଚାପରେ ଅରବିନ୍ଦ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି। ଏ ସଂକ୍ରାନ୍ତରେ ଲକ୍ଷ୍ମୀସାଗର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ପରିବାର ଲୋକ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe