ଅନ୍‌ଲାଇନ୍‌ ଜାତୀୟ ସାଇ ସଂଗୀତ ପ୍ରତିଯୋଗିତାର ପୁରସ୍କାର ବିତରଣ

Advertisment
ଅନ୍‌ଲାଇନ୍‌ ଜାତୀୟ ସାଇ ସଂଗୀତ ପ୍ରତିଯୋଗିତାର ପୁରସ୍କାର ବିତରଣ

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ସ୍କୁଲ କଲେଜ ବନ୍ଦ ଥିବା ବେଳେ ପିଲାମାନେ ଗୃହବନ୍ଦୀ ଅବସ୍ଥାରେ ରହିଛନ୍ତି। ଏହି ପରିସ୍ଥିତିରେ ପିଲାଙ୍କ ମନୋରଞ୍ଜନକୁ ଦୃଷ୍ଟିରେ ରଖି ଶ୍ରୀ ଶିରିଡି ସାଇ ଚାରିଟେବୁଲ ଟ୍ରଷ୍ଟ, ବସନ୍ତପୁର ଓ ବେବି ବିଙ୍ଗୋ ପ୍ରି ସ୍କୁଲ ଦ୍ୱାରା ଏକ ଜାତୀୟସ୍ତରୀୟ ଅନ୍‌ଲାଇନ୍‌ ସାଇ ସଂଗୀତ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏହାର କୃତୀ ପ୍ରତିଯୋଗୀମାନଙ୍କୁ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭୁବନେଶ୍ବରସ୍ଥିତ ବାସଭବନରେ ପୁରସ୍କାର ବିତରଣ କରାଯାଇଛି।

ଏଥିରେ ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ବିଜୟ କୁମାର ନାୟକ ଓ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ରୁଧି ସୁନ୍ଦର ମହାନ୍ତି ଉପସ୍ଥିତ ଥିଲେ। ଟ୍ରଷ୍ଟର ସଦସ୍ୟ ଟୁନା ସାହୁ, ଅମିତାଭ ସାହୁ ଓ ଜ୍ଞାନବ୍ରତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତିଯୋଗିତାରେ ବିଜୟୀ ହୋଇଥିବା ଛାତ୍ରଛାତ୍ରୀମାନେ ହେଲେ ପ୍ରତୀକ୍ଷା ପ୍ରତିହାରୀ, ମର୍ମସ୍ପର୍ଶୀ ଦାସ, ଓମ ଶକ୍ତିଜା, ଆଶୁତୋଷ ମିଶ୍ର, ସୁଶ୍ରୀ ସଂବିତା ସାହୁ, ବର୍ଷା ରାଣୀ ଦାସ, ଜିଜ୍ଞାସା ଦାସ, ଶ୍ରେୟାଶ୍ରୀ ସାହୁ, ନିର୍ବିଶେଷ ସାହୁ, ଅଙ୍କିତା ପଣ୍ଡା, ଦିବ୍ୟାଂଶୁ ଶେଖର ସାହୁ, ସିଦ୍ଧିସ୍ନା ବିନ୍ଧାଣୀ, ଦିବ୍ୟାଶା ପଟ୍ଟନାୟକ ଓ ଗାୟତ୍ରୀ ଦାସ। ତାଲା ବନ୍ଦ ସମୟରେ ଏହି ଦୁଇ ସଂସ୍ଥା ଦ୍ୱାରା ଛାତ୍ରଛାତ୍ରୀଙ୍କ ପାଇଁ ଏଭଳି ଅଭିନବ ପ୍ରୟାସକୁ ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ମାଧ୍ୟମରେ ପ୍ରଶଂସା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe