ଦୁଇ ସଫ୍ଟ‌ୱେୟାର ଇଂଜିନିୟର୍‌ଙ୍କ ପ୍ରୟାସ: ଟୁଇନ୍‌ ସିଟି ପାଇଁ ଅନ୍‌ଲାଇନରେ ରଜ ପାନ, ପୋଡ଼ପିଠା

Advertisment
ଦୁଇ ସଫ୍ଟ‌ୱେୟାର ଇଂଜିନିୟର୍‌ଙ୍କ ପ୍ରୟାସ: ଟୁଇନ୍‌ ସିଟି ପାଇଁ ଅନ୍‌ଲାଇନରେ ରଜ ପାନ, ପୋଡ଼ପିଠା

କଟକ : ଦିନକ ପରେ ରଜ ପାଇଁ ସଜବାଜ। ତା’ ପରଦିନ ପହିଲି ରଜ। ରଜ ଆସିଲେ ମନେ ପଡ଼ିଯାଏ ପାନ ଆଉ ପୋଡ଼ ପିଠା। କରୋନା କାଳରେ ଟୁଇନ ସିଟି କଟକ-ଭୁବନେଶ୍ବରରେ ରଜ ପାନ ଓ ପୋଡ଼ପିଠା ଅନଲାଇନ୍‌ରେ ଯୋଗାଇଦେବା ପାଇଁ ଯୋଜନା କରିଛି ଗ୍ରୋଭେଜ୍‌ ଆପ୍‌। ଭୁବନେଶ୍ୱରର ଦୁଇ ଯୁବ ଇଂଜିନିୟର ବନ୍ଧୁ ଅସିତ ଓ ଦୀପଙ୍କର ଏହି ଆପ୍‌ ଜରିଆରେ ଏବଂ ଫୋ‌ନ୍‌ରେ ଅର୍ଡର୍‌ ଦେଉଥିବା ଗ୍ରାହକଙ୍କୁ ଅର୍ଡର ଦେବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ଘରେ ପାନ ଓ ପିଠା ପହଞ୍ଚାଇବାର ଯୋଜନା ରଖିଛନ୍ତି। ଡେଲିଭରି ଦର ୫୦ ଟଙ୍କା ରହିଥିବା ବେଳେ ଅର୍ଡର ପାଇଁ ୮୦୯୩୦୦୯୧୦୪, ୯୫୫୬୮୯୮୩୧୦ ନମ୍ବର ଓ ସିଧାସଳଖ (Groveg.in) ଆପ ମାଧ୍ୟମରେ ଅର୍ଡର କରିବା ସୁବିଧା ରହିଛି।

publive-image

ଭୁବନେଶ୍ୱର ରଘୁନାଥପୁରରେ ରହୁଥିବା ଦୁଇ ବନ୍ଧୁ ଅସିତ କୁମାର ଶତପଥୀ ଓ ଦୀପଙ୍କର ଶାହ ହେଉଛନ୍ତି ପେସାରେ ସଫ୍ଟୱେୟାର ଇଂଜିନିୟର। ସେମାନେ ନିଜର ସଂସ୍ଥା ତିଆରି କରିଥିଲେ ବି କରୋନା କାଳରେ ଠିକରେ ସଂସ୍ଥା ଚାଲୁ ନାହିଁ। ଏଭଳି ସ୍ଥିତିରେ ସେମାନେ ରଜ ପାଇଁ ଯୋଜନା କରି ପ୍ରସ୍ତୁତ କରିଛନ୍ତି ଗ୍ରୋଭେଜ.ଇନ ଆପ୍। ଏହି ଆପ୍‌ରେ ପୂର୍ବରୁ ସେମାନେ ସମସ୍ତ ଘରୋଇ ସାମଗ୍ରୀ ଯୋଗାଇ ଦେଉଥିବା ରଜ ପାଇଁ ପୋଡ଼ ପିଠା ସମେତ ଅନ୍ୟ ୫ପ୍ରକାରର ପିଠା, ରଜ ପାନ, ୧୦ ପ୍ରକାରର ଫଳ ଓ ସ୍ନାକ୍‌ସ ବି ଯୋଗାଉଛନ୍ତି। ରଜ ସ୍ନାକ୍‌ସ ପ୍ୟାକେଜର ଦର ୫୫୫ଟଙ୍କା ରହିଥିବା ବେଳେ ସେଥିରେ ସୁନ୍‌ ପାମ୍ପୁଡି ୪୫୦ ଗ୍ରାମ, ରାଗ ମିକ୍ସଚର ୫୦୦ ଗ୍ରାମ, କ୍ଷୀର ପୋଡ଼ ପିଠା ୫୦୦ ଗ୍ରାମ, ରଜ ପାନ ୪ଟି, ସଫ୍ଟ ଡ୍ରିଙ୍କ ୧.୨୫ ଲିଟର ରହୁଛି। ସେହିଭଳି ରଜ ଫଳ କମ୍ବୋ-୧ର ଦର ୫୯୯ ଟଙ୍କା ରହିଥିବା ବେଳେ ସେଥିରେ ସେଓ, ଅଙ୍ଗୁର, ସପୁରୀ, ଆମ୍ବ, କଦଳୀ, ଲିଚି ଇତ୍ୟାଦି ରହୁଛି। ସେହିପରି ରଜ ଫଳ ସ୍ପେସାଲ କମ୍ବୋ-୨ର ଦର ୯୯୯ଟଙ୍କା ରହିଥିବା ବେଳେ ସେଥିରେ ସେଓ, ଅଙ୍ଗୁର, ସପୁରୀ, ଆମ୍ବ, କଦଳୀ, ଲିଚି, ବେଦେନା, କମଳା, ତରଭୁଜ ଆଜି ରହିଛି। ରଜ ପିଠା ପ୍ଲେଟର ଦର ୪୦୦ ଟଙ୍କା ରହିଥିବା ବେଳେ ଏଥିରେ କ୍ଷୀର ପୋଡ ପିଠା ୧ କେଜି, ବିରି ପୋଡ଼ପିଠା ୧ କେଜି, ଅଟା କାକରା ୧ କେଜି, ପୁର ବିରି ବରା ୧ କେଜି, ରସ ପୁଳି ୧ କେଜି, ଚନ୍ଦ୍ରକାନ୍ତି ୧ କେଜି ଭଳି ୬ ପ୍ରକାର ପିଠା ରହିଛି। ଆଜିଠାରୁ ରଜ ପାଇଁ ଅନଲାଇନ୍‌ ଅର୍ଡର ନେବା ଆରମ୍ଭ ହୋଇଛି। ଏହି ଅନଲାଇନ୍‌ ପ୍ରକ୍ରିୟା ମାଧ୍ୟମରେ ନିଜେ ଦୁଇ ପଇସା ରୋଜଗାର କରିବା ସହ ଏହି ଦୁଇ ବନ୍ଧୁମାନେ ୫ରୁ ଅଧିକ ପିଲାଙ୍କୁ ରୋଜଗାରକ୍ଷମ ମଧ୍ୟ କରାଇଛନ୍ତି।

publive-image
ଏଭଳି ଉଦ୍ୟମ ଆରମ୍ଭ କରିଥିବା ଇଂଜିନିୟର ଅସିତ ଶତପଥୀଙ୍କ କହିବା ଅନୁଯାୟୀ, ଏଭଳି ଏକ ଅନଲାଇନ୍ ସେବା ସେମାନେ ୧୫ଦିନ ହେଲା ଆରମ୍ଭ କରିଛନ୍ତି। ଏଥିରେ ତାଙ୍କ ସହିତ ତାଙ୍କ ତାଙ୍କର ବଂଧୁ ଅସିତ ସାହା ରହିଥିବା ବେଳେ ସେମାନେ ୫ରୁ ଅଧିକ ପିଲାଙ୍କୁ ଏଥିରେ ରୋଜଗାର ଦେବାକୁ ଉଦ୍ୟମ କରିଛନ୍ତି। ଚାହିଦାକୁ ଦେଖି ଅଧିକ ସଂଖ୍ୟକ ପିଲାଙ୍କୁ ନି‌ୟୋଜିତ କରାଯିବ। ଏଥିରୁ ଲାଭାଂଶରୁ ଆମେ କିଛି ଅଂଶ ଅନାଥାଶ୍ରମକୁ ଦାନ କରିବା ପାଇଁ ନିଷ୍ପତ୍ତି ନେଇଛୁ ବୋଲି ଅସିତ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe