ଅନ୍‌ଲାଇନ୍‌ରେ ମୋବାଇଲ୍ କିଣିବାକୁ ଯାଇ ୧୧ ହଜାର ହରାଇଲେ ଯୁବତୀ

Advertisment

ବାପା-ମା ରାଣ ଖାଇ ୫ଶହ ଟଙ୍କାରେ ମୋବାଇଲ ଦେବ ବୋଲି କହିଥିଲା ସାଇବର ଠକ

ବାପା-ମା ରାଣ ଖାଇ ୫ଶହ ଟଙ୍କାରେ ମୋବାଇଲ ଦେବ ବୋଲି କହିଥିଲା ସାଇବର ଠକ

ସବ୍‌ସ୍କ୍ରାଇବର୍‌ ବଢ଼ାଇବା ଆଳରେ ୪୦ ହଜାର ଚଳୁ

Image Courtesy of Ottawa Citizen

ଭୁବନେଶ୍ବର : ଅନ୍‌ଲାଇନ୍‌ରେ ମୋବାଇଲ୍ କିଣିବାକୁ ଯାଇ ଜଣେ ଯୁବତୀ ୧୧ହଜାର ଟଙ୍କା ହରାଇଛନ୍ତି। ସାଇବର ଠକେଇର ଶିକାର ହୋଇଥିବା ଯୁବତୀଜଣଙ୍କ ହେଉଛନ୍ତି ବାଣୀବିହାର ଅଞ୍ଚଳର। ସୂଚନାନୁଯାୟୀ, କିଛି ଦିନ ତଳେ ଯୁବତୀଜଣଙ୍କ ବେନାମୀ ୱେବ୍‌ସାଇଟ୍‌ରେ ଏକ ବିଜ୍ଞାପନ ଦେଖିଥିଲେ। ୫ଶହ ଟଙ୍କା ଦେଇ ନାଁ ପଂଜୀକରଣ କଲେ ଦାମୀ ମୋବାଇଲ୍ ମିଳିବ ବୋଲି ସେଥିରେ ଉଲ୍ଲେଖ ଥିଲା। ଯୁବତୀଜଣଙ୍କ ସେଥିରେ ଥିବା ନମ୍ବରକୁ ଯୋଗାଯୋଗ କରିବାରୁ ସାଇବର ଠକ ତାଙ୍କୁ ମୋବାଇଲ୍ ପାଇବା ପାଇଁ ହେଲେ ପ୍ରଥମେ ୫ଶହ ପଂଜୀକରଣ କରିବାକୁ କହିଥିଲା। ସାଇବର ଠକର କହିବାନୁଯାୟୀ, ଯୁବତୀ ଉକ୍ତ ସାଇଟ୍‌ରେ ନିଜ ନାମ ପଂଜୀକରଣ କରିଥିଲେ। ପରେ ସାଇବର ଠକ ତାଙ୍କୁ ୧୫୦୦ ଟଙ୍କା ମାଗିଥିଲା। ୧୫୦୦ ଟଙ୍କା ଦେବା ପରେ ମଧ୍ୟ ଯୁବତୀ ମୋବାଇଲ୍ ପାଇ ନଥିଲେ। ପରେ ଠକ ମୋବାଇଲ୍ ପାଇଁ ପୁଣି ୫ହଜାର ଟଙ୍କା ମାଗିଥିଲା। ଏମିତି ପର୍ଯ୍ୟାୟକ୍ରମେ ଠକ ପ୍ରାୟ ସାଢ଼େ ୧୧ହଜାର ନେବା ପରେ ଯୁବତୀଜଣଙ୍କ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏ ସଂପର୍କରେ ଆଜି ସେ ଭୁବନେଶ୍ବର ସାଇବର୍‌ ଥାନାରେ ଅଭିଯୋଗ କରିଥିଲେ।

ଵିନ୍‌ଜୋ ଆପ୍‌ରେ ୧୪ହଜାର ହରାଇଲେ ଛାତ୍ର

ଭୁବନେଶ୍ବର : ଅନ୍‌ଲାଇନ୍ ଆପ୍‌ରେ ଟଙ୍କା ଲଗାଇବାକୁ ଯାଇ ଜଣେ ସ୍କୁଲ୍ ଛାତ୍ର ୧୪ହଜାର ଟଙ୍କା ହରାଇଛନ୍ତି। ଏନେଇ ଛାତ୍ରଙ୍କ ବାପା ଭୁବନେଶ୍ବର ସାଇବର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଗତ ୨ମାସ ତଳେ ନାବାଳକ ଜଣକ ଆଇପିଏଲ୍ ମ୍ୟାଚ୍‌ ଦେଖିବା ପାଇଁ ମୋବାଇଲ୍‌ରେ ଵିନ୍‌ଜୋ ଆପ୍ ଡାଉନ୍‌ଲୋଡ୍ କରିଥିଲେ। ସେଥିରେ ସେ ପ୍ରତି ମ୍ୟାଚ୍ ପିଛା ଟଙ୍କା ବିନିଯୋଗ କରିଥିଲେ। ଏହାବ୍ୟତୀତ ଅନ୍ୟ ଅନ୍‌ଲାଇନ୍ ଗେମ୍ ପାଇଁ ମଧ୍ୟ ସେ ୧୪ହଜାର ଟଙ୍କା ବିନିଯୋଗ କରିଥିଲେ। ଗତକାଲି ସନ୍ଧ୍ୟାରେ ତାଙ୍କ ଆକାଉଣ୍ଟ୍‌ରେ କିଛି ଟଙ୍କା ନଥିଲା। ସେ ଵିନ୍‌ଜୋ ଆପ୍ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିବାରୁ କୌଣସି ଉତ୍ତର ମିଳିନଥିଲା।

ଟ୍ରେଡିଂ ଆପ୍‌ରେ ଉଡ଼ିଗଲା ୫୦ ହଜାର

ଚନ୍ଦ୍ରଶେଖରପୁର : ନିଜକୁ ଆଇଟି ଏକ୍ସପର୍ଟ ଭାବୁଥିବା ଜଣେ ଯୁବ ଇଂଜିନିୟର ଏକ ଟ୍ରେଡିଂ ଆପ୍‌‌ରେ ଖେଳୁଖେଳୁ ୫୦ ହଜାର ଟଙ୍କା ହରେଇଛନ୍ତି। ଠକାମିର ଶିକାର ହୋଇଥିବା ଯୁବ ଇଂଜିନିୟର୍ ହେଲେ ଇନ୍‌ଫୋସିଟି ଅଞ୍ଚଳରେ ଏକ ଘରୋଇ କମ୍ପାନିରେ କାମ କରୁଥିବା ମହାରାଷ୍ଟ୍ରର ଆଶିଷ କୁମାର ଚୋବେ (୩୨)। ଆଶିଷଙ୍କ ଅଭିଯୋଗ ଅନୁସାରେ ଗତ ଦୁଇ ଚାରି ଦିନ ହେଲା ସେ ଏକ ବିଦେଶୀ ଟ୍ରେଡିଂ ଆପ୍ ଜରିଆରେ ଅର୍ଥ ବିନିଯୋଗ କରୁଥିଲେ ଓ ଭଲ ରିଟର୍ଣ୍ଣ ପାଉଥିଲେ। ମାତ୍ର ଗତକାଲି ରାତିରେ ଗୋଟିଏ ସ୍ଲଟ୍‌ରେ ସଂଯୋଗ ଥିବା ତାଙ୍କ ଆକାଉଣ୍ଟରୁ ଆପେ ଆପେ ୫ ଥରରେ ୫୦ ହଜାର ଟଙ୍କା ଉଡ଼ିଯାଇଥିଲା। ଏହା ପରେ ତାଙ୍କୁ ଉକ୍ତ ଆପ୍‌ ଲଗ୍‌ ଆଉଟ୍ କରି ଦେଇଥିଲା। ଆଜି ଏନେଇ ସେ ଚନ୍ଦ୍ରଶେଖରପୁର ଥାନା ଓ ସାଇବର ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe