ଅନ୍‌ଲାଇନ୍‌ ସପିଂରେ ଅସାବଧାନତା : ଲକ୍ଷେ ଟଙ୍କା ଲୁଟିନେଲେ ସାଇବର୍‌ ଠକ

Advertisment
ଅନ୍‌ଲାଇନ୍‌ ସପିଂରେ ଅସାବଧାନତା : ଲକ୍ଷେ ଟଙ୍କା ଲୁଟିନେଲେ ସାଇବର୍‌ ଠକ

GoLegal

ଖଣ୍ଡଗିରି : ଅନ୍‌ଲାଇନ୍‌ ସପିଂ କରିବାକୁ ଯାଇ ସ୍ଥାନୀୟ ଡୁମୁଡୁମା ଅଞ୍ଚଳର ଯୁବକ ଜଗଶ୍ରୀ ମହାରଣା ସାଇବର୍ ଠକଙ୍କ ହାବୁଡ଼ରେ ପଡ଼ି ଲ‌କ୍ଷେ ଟଙ୍କା ହରାଇଛନ୍ତି। ଅସାବଧାନତା ପାଇଁ ଧୂର୍ତ୍ତ ସାଇବର୍‌ ଠକଙ୍କ ଚାଲାକି ବୁଝି ନପାରି ଯୁବକଜଣଙ୍କ ନିଜର ଦୀର୍ଘ ବର୍ଷର ସଂଚିତ ପୁଞ୍ଜି ହରାଇଛନ୍ତି। ଏ ନେଇ ସେ ସାଇବର୍‌ ଥାନାରେ ଅଭିଯୋଗ କରିବେ ବୋଲି ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଇ‌ଲେକ୍‌ଟ୍ରିକ୍ ମେକାନିକ୍‌ ଭାବେ ଗୁଜୁରାଣ ମେଣ୍ଟାଉଥିବା ଜଗଶ୍ରୀଙ୍କ କହିବା ଅନୁସା‌ରେ, ଗତ ସପ୍ତାହରେ ସେ ଏକ ବିଦ୍ୟୁତ୍ ଉପକରଣ କିଣିବା ପାଇଁ ଅନ୍‌ଲାଇନ୍‌ରେ ବୁକିଂ କରିଥିଲେ। ଏଥିପାଇଁ ସେ ଆଗୁଆ ଉକ୍ତ କମ୍ପାନି ଆକାଉଣ୍ଟରେ ୧୪୫୦ଟଙ୍କା ଜମା କରି ସାରିଥିଲେ। ମାତ୍ର କିଛି ଦିନ ପରେ କମ୍ପାନି ପକ୍ଷରୁ ଏକ ଫୋନ୍‌ କଲ୍‌ ଆସିଥିଲା ଓ ସେ ମଗାଇଥିବା ଉପକରଣଟି ମିଳି ପାରୁନାହିଁ ବୋଲି କମ୍ପାନି ପକ୍ଷରୁ କୁହାଯାଇଥିଲା। ତେଣୁ ସେ ଟଙ୍କା ଫେରସ୍ତ ନେବାକୁ ଇଛୁକ ନା ଆଉ କିଛି ଦିନ ଅପେକ୍ଷା କରିପାରିବେ ବୋଲି ଫୋନ୍‌ କରିଥିବା ବ୍ୟକ୍ତି କହିଥିଲେ। ଜଗଶ୍ରୀ ଟଙ୍କା ଫେରସ୍ତ ପାଇଁ କହିଥିଲେ। ତେଣୁ ଫୋନ୍‌ କରିଥିବା ବ୍ୟକ୍ତି ତାଙ୍କ ଆକାଉଣ୍ଟରେ ଟଙ୍କା ଫେରସ୍ତ କରି ଦିଆଯିବ ବୋଲି କହିବା ସହ ତାଙ୍କ ଡେବିଟ୍‌ କାର୍ଡ ନମ୍ବରର ଶେଷ ୬ଟି ଅଙ୍କ ମାଗିଥିଲା। ବିଶ୍ବାସ କରି ଜଗଶ୍ରୀ ଉକ୍ତ ଅଙ୍କଗୁଡ଼ିକ କହି ଦେଇଥିଲେ। ଏହା ପରେ ତାଙ୍କ ମୋବାଇଲ୍‌ ଫୋନ୍‌କୁ ଏକ ଓଟିପି ନମ୍ବର ଆସିଥିଲା ଓ ଫେ‌ାନ୍‌ କରିଥିବା ଧୂର୍ତ୍ତ ତାଙ୍କଠାରୁ ଓଟିପି ନମ୍ବର ମାଗି ନେଇଥିଲା। ଏହ‌ାର କିଛି ସମୟ ପରେ ଜଗଶ୍ରୀଙ୍କ ମୋବାଇଲ୍‌ ଫୋନ୍‌କୁ ମେସେଜ୍ ଆସିଲା ଯେ ତାଙ୍କ ଆକାଉଣ୍ଟରୁ ଏକ ଲକ୍ଷ ଟଙ୍କା ଅନ୍ୟ ଏକ ଆକାଉଣ୍ଟକୁ ସ୍ଥାନାନ୍ତର ହୋଇଯାଇଛି। ସେ ୧୪୫୦ ଟଙ୍କା ଫେରି ପାଇବେ କ’ଣ, ତାଙ୍କ ଆକାଉଣ୍ଟରୁ ଏକ ଲକ୍ଷ ଟଙ୍କା ଗାଏବ୍ ହେବା ପରେ ତାଙ୍କ ମୁଣ୍ଡ ଘୂରାଇ ଦେଇଥିଲା। ସେ ତୁରନ୍ତ ସେହି ଫୋନ୍‌କୁ କଲ୍‌ କରିଥିଲେ। ମାତ୍ର ସେପଟୁ ଫୋନ୍‌ଟି ସୁଇଚ୍ ଅଫ୍ ହୋଇ ଯାଇଥିଲା। ସେ ବାରମ୍ବାର ଫୋନ୍‌ କରି ବିଫଳ ହେବା ପରେ ଜାଣିଲେ ଯେ ସେ ଲୁଟ୍‌ର ଶିକାର ହୋଇଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe