ବୁଷ୍ଟର ଡୋଜ୍‌ ପାଇଁ ଅନ୍‌ଲାଇନ୍‌ ସ୍ଲଟ୍‌ ବୁକିଂ, ଅଧଘଣ୍ଟାଏରେ ବୁକିଂ ଶେଷ

Advertisment

ଖୁବ୍‌ଶୀଘ୍ର ସବୁ ମଲ୍‌ରେ ମୁଷ୍ଟର ଡୋଜ୍‌-କମିସନର

ଖୁବ୍‌ଶୀଘ୍ର ସବୁ ମଲ୍‌ରେ ମୁଷ୍ଟର ଡୋଜ୍‌-କମିସନର

କୋଭିଡ ଭୟ: ପିଲାଙ୍କ ଟିକାକରଣକୁ ଶିଶୁରୋଗ ବିଶେଷଜ୍ଞଙ୍କ ଗୁରୁତ୍ବ

Image Courtesy of Zee News

ଭୁବନେଶ୍ବର: ମାଗଣା ବୁଷ୍ଟର ଡୋଜ୍‌କୁ ନେଇ ବିବାଦ ଥମୁନାହିଁ। ପ୍ରଥମେ ଅଫ୍‌ଲାଇନ୍‌ ଓ ପରେ ଅନ୍‌ଲାଇନ୍‌ ସ୍ଲଟ୍‌ ବୁକିଂ ବ୍ୟବସ୍ଥାରେ ସାଧାରଣ ଲୋକ ଫସିଛନ୍ତି। ଆସନ୍ତାକାଲି ପାଇଁ ଆଜି ସନ୍ଧ୍ୟା ୫ଟାରେ ଖୋଲିଥିବା ସ୍ଲଟ୍‌ ବୁକିଂ ଅଧଘଣ୍ଟାଏରେ ସରି ଯାଇଛି। ଫଳରେ ଅନେକ ଲୋକ ଟିକା ପାଇଁ ସ୍ଲଟ୍‌ ବୁକିଂ କରିନପାରି ହତାଶ ହୋଇଛନ୍ତି। ଗୋଟିଏ ଗୋଟିଏ ସେଣ୍ଟର୍‌ ପାଇଁ ମାତ୍ର ଶହେଟି ସ୍ଲଟ୍‌ ରହିଛି। ୧୭ଟି ସେଣ୍ଟର୍‌ ପାଇଁ ୧୭୦୦ ସ୍ଲଟ୍‌ ଅଧ ଘଣ୍ଟା ଭିତରେ ବୁକିଂ ହୋଇଯାଉଛି। ଯାହାକୁ ନେଇ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ଗୋଟିଏ ପଟେ ରାଜଧାନୀରେ ସଂକ୍ରମଣ ବଢ଼ୁଛି। ଅନ୍ୟପଟେ କଟକଣା କଡ଼ାକଡ଼ି କରି ଏହି ୪ର୍ଥ ଲହରର ଗୁରୁତ୍ବ ବଢ଼ାଇ ଦେଇଛି। ଏଥିପାଇଁ ଲୋକମାନଙ୍କ ମଧ୍ୟରେ ବୁଷ୍ଟର ଡୋଜ୍‌ ପାଇଁ ପ୍ରବଳ ଆଗ୍ରହ ଦେଖାଦେଇଛି। କିନ୍ତୁ ଏଥିରେ ଥିବା ବ୍ୟାପକ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ଗତକାଲି ୪ହଜାର ୫ଶହ ଡୋଜ୍‌ ଦିଆଯାଇଥିବା ବେଳେ ଆଜି ୫ ହଜାର ୨ଶହ ଡୋଜ୍‌ ଦିଆଯାଇଛି। ବିଏମ୍‌ସି ପ୍ରଥମ ଦିନ ଅଫ୍‌ଲାଇନ୍‌ ବ୍ୟବସ୍ଥା କରିଥିଲା। ଶହ ଶହ ଲୋକ ଜମା ହୋଇଯିବାରୁ ସମସ୍ତଙ୍କୁ ଟିକା ଦେବା ସମ୍ଭବ ହୋଇନଥିଲା। ଏଣୁ ଅଫ୍‌ଲାଇନ୍‌ ବନ୍ଦ କରି ଦୁଇ ଦିନ ହେବ ଅନ୍‌ଲାଇନ୍‌ ବ୍ୟବସ୍ଥା କରିଥିଲା। ଅନ୍‌ଲାଇନ୍‌ରେ ଗୋଟିଏ କେନ୍ଦ୍ରରେ ଶହେଟି ସ୍ଲଟ୍‌ ହିସାବରେ ୧୭ଟି କେନ୍ଦ୍ର ପାଇଁ ୧୭ଶହ ଡୋଜ୍‌ ଦିଆଯିବା କଥା। ହେଲେ ୪ ହଜାରରୁ ଊର୍ଦ୍ଧ୍ବ ଡୋଜ୍‌ କିଭଳି ଦିଆଯାଉଛି? ଅର୍ଥାତ୍‌ ଯିଏ ସ୍ଲଟ୍‌ବୁକିଂ ନକରି କେନ୍ଦ୍ରକୁ ଚାଲି ଆସୁଛି ତାକୁ ଟିକା ଦେଇ ଦିଆଯାଉଛି। ଯଦି ଆଜି କଥା ବିଚାରକୁ ନେବା ତେବେ ଅଫ୍‌ଲାଇନ୍‌ରେ ଦିନକୁ ୩୦୦୦ ଡୋଜ୍‌ ଦିଆଯାଉଛି। କିନ୍ତୁ ଏହି ଅଫ୍‌ଲାଇନ୍‌ ବ୍ୟବସ୍ଥାକୁ ବିଏମ୍‌ସି ବିଧିବଦ୍ଧ ଭାବେରେ ଘୋଷଣା କରିନାହିଁ। ବିଏମ୍‌ସିର ଏଭଳି ଦୋମୁହାଁ ନୀତି ନେଇ ମଧ୍ୟ ଅନେକେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏଭଳି ଅଫ୍‌ଲାଇନ୍‌ ଟିକାଦାନ ଯୋଗୁଁ କେତେକ ଟିକାଦାନ କେନ୍ଦ୍ରରେ ହୋ ହଲ୍ଲା ହୋଇଛି।

ତେବେ ଏନେଇ କମିସନର ବିଜଅ ଅମୃତା କୁଲାଙ୍ଗେ କହିଛନ୍ତି, ଖୁବ୍‌ଶୀଘ୍ର ସ୍ଲଟ୍‌ ବଢ଼ିବ। ତା’ ସହିତ ସମସ୍ତ ୟୁପିଏଚ୍‌ସିରେ ଟିକାକରଣ ବ୍ୟବସ୍ଥା ହେବାକୁ ଯାଉଛି। ପ୍ରତ୍ୟେକ ମଲ୍‌ରେ ମଧ୍ୟ ଏହି ବୁଷ୍ଟର ଡୋଜ୍‌ ଦେବାପାଇଁ ଆମେ ଯୋଜନା କରିଛୁ। ଅଧିକ କର୍ମଚାରୀ ପାଇଁ ଆମେ ଚିଠି ଲେଖିଛୁ। କର୍ମଚାରୀ ଆସିଗଲେ ଏହି ଟିକାକରଣ କାର୍ଯ୍ୟକ୍ରମ ଚାଲିବ। ରାଜଧାନୀରେ ୮୦ହଜାର ଡୋଜ୍‌ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି। ଧାର୍ଯ୍ୟ ବୟସ ବର୍ଗର ସମସ୍ତଙ୍କୁ ଏହି ବୁଷ୍ଟର ଡୋଜ୍‌ ଦେବାକୁ ସ୍ଥିର ହୋଇଛି। ଏଣୁ କେହି ବ୍ୟସ୍ତ ହେବା ଆବଶ୍ୟକତା ନାହିଁ। ଗୋଟିଏ ଦୁଇ ଦିନ ଭିତରେ ବ୍ୟବସ୍ଥା ଶୃଙ୍ଖଳିତ ହୋଇଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe