ଭୁବନେଶ୍ୱର: ଜିମ୍‌ ଯିବା ପାଇଁ ଆଉ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ରାସ୍ତାକଡ଼ରେ ରହିବ ଜିମ୍‌ ସରଞ୍ଜାମ। ବିନାମୂଲ୍ୟରେ ରାଜଧାନୀବାସୀ ଟ୍ୱିଷ୍ଟର୍, ସିଟ୍ଅପ୍ ବେଞ୍ଚ, ଏୟାର ସୁଇଙ୍ଗ୍, ଗ୍ଲାଇଡର୍‌ ବା ସେଟ୍ ବ୍ୟାକ୍‌ଲେଗ୍ ପ୍ରେସ୍, ନି ହିପ୍ ରାଇଜ୍ ଅନ୍ ପାରାଲାଲ୍‌ ବାର୍ ଭଳି ବିଭିନ୍ନ ପ୍ରକାରର ବ୍ୟାୟାମ ଉପକରଣର ବ୍ୟବହାର କରିପାରିବେ। ଏଭଳି ଲକ୍ଷ୍ୟ ରଖି ବିଏମ୍‌ସି ପକ୍ଷରୁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନା (ମୁକ୍ତା)ରେ ରାଜଧାନୀର ବିଭିନ୍ନ ସ୍ଥାନରେ ନିର୍ମାଣ ହୋଇଥିଲା ମୁକ୍ତାକାଶ ବ୍ୟାୟାମଶାଳା। ଏସ୍‌ଏଚ୍‌ଜି ଗ୍ରୁପ୍‌ର ମହିଳାମାନଙ୍କୁ ଏହି କାମର ତଦାରଖ ଦାୟିତ୍ବ ଦିଆଯାଇଥିଲା। ହେଲେ କେଉଁଠି ନିମ୍ନମାନର କାମ ହୋଇଛି ତ କେଉଁଠି ଯନ୍ତ୍ରାଂଶ ଭାଙ୍ଗିଗଲାଣି। ପୁଣି କେଉଁଠି ଅଧା ଜିନିଷ ଥିଲେ ଅଧା ନାହିଁ। ପୁଣି କେଉଁଠି କାମ ଶେଷ ହୋଇଥିଲେ ହେଁ ସ୍ଥାନ ଉପଯୁକ୍ତ ହୋଇ ନଥିବାରୁ ଲୋକେ ଯାଇପାରୁନାହାନ୍ତି।

Advertisment

A Love Story: ‘ସରି ନଥିବା ଗୋଟେ ପ୍ରେମ କାହାଣୀ’ ଉନ୍ମୋଚିତ

 ଵାର୍ଡ ନମ୍ୱର ୧୦ରେ ପ୍ରାୟ ୩ଲକ୍ଷ ୭୭ହଜାର ୮୭୧ଟଙ୍କାରେ ନିର୍ମିତ ମୁକ୍ତାକାଶ ବ୍ୟାୟାମଶାଳା ଶୋଚନୀୟ ସ୍ଥିତିରେ ପଡ଼ିରହିଛି। ଅଧିକାଂଶ ଉପକରଣର ତଳେ ଲାଗିଥିବା ପେଭରବ୍ଲକ୍‌ ଭାଙ୍ଗି ଯାଇଥିବା ବେଳେ କିଛି ଉପକରଣ ମଧ୍ୟ ଭାଙ୍ଗିଗଲାଣି। ସେହିପରି ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଅଧିକାଂଶ ସମୟରେ ବ୍ୟାୟାମଶାଳା ଆଗରେ ଗାଡ଼ି ପାର୍କିଂ ହେଉଥିବାରୁ ଜିମ୍‌ ଦେଖାଯାଉନାହିଁ। ସେହିପରି ଲୟୋଲା ସ୍କୁଲ ନିକଟରେ ଥିବା ବ୍ୟାୟାମଶାଳାରେ ‘କ୍ରସ୍‌ଵାକର’ ଉପକରଣକୁ କେବଳ ଏକ କପଡ଼ା ବାନ୍ଧି ରଖିଛି।

National Herald case: ନ୍ୟାସନାଲ ହେରାଲ୍ଡ ମାମଲା: ମାର୍ଚ୍ଚ ୯ରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି

ବ୍ୟାୟାମ କରୁଥିବା ବେଳେ କେତେବେଳେ ଏହା  ଛିଡ଼ିଯାଇ ଦୁର୍ଘଟଣା ଘଟିବ କହି ହେବନାହିଁ। ସେହିପରି ନୂଆପଲ୍ଲୀ ଭୋଇସାହିରେ ଥିବା ‘ଟ୍ରିପଲ ଟୁଇଷ୍ଟର’ ଉପକରଣର ଟୁଇଷ୍ଟର ମାଟିରେ ଲାଗିଗଲାଣି। ସେହିପରି ରେଣ୍ଟାଲ ସ୍କୁଲ ସମ୍ମୁଖରେ ଥିବା ଉପକରଣରୁ ପେଭରବ୍ଲକ ଉଠିଗଲାଣି। ବହୁବାର ଦାବି ପରେ ନିକଟ ଅତୀତରେ ୟୁନିଟ୍‌ ୯ ଅଞ୍ଚଳରେ ମୁକ୍ତାକାଶ ବ୍ୟାୟାମଶାଳା ସ୍ଥାପନ ପାଇଁ ଦାବି ହୋଇଥିଲା। ହେଲେ ଲୋକଙ୍କ ଚାହିଦା ଦୃଷ୍ଟିରୁ ପାଞ୍ଚଟି ପାଇଁ ଜିମ୍‌ ଉପକରଣ ଦାବି ହୋଇଥିଲେ ସୁଦ୍ଧା ମାତ୍ର ତିନିଟି ସ୍ଥାପନ ହୋଇଛି। ସେଥିରୁ ମଧ୍ୟ ‘ଡବଲ ଲେଗ୍‌ ପ୍ରେସ୍‌’ର ତଳେ ଲାଗିଥିବା ପେଭରବ୍ଲକ ଉଠିଯାଇଥିବା ବେଳେ ଯନ୍ତ୍ରର ନଟ୍‌ ହୁଗୁଳିଗଲାଣି।