ଖୋଲିଲା ଏସ୍‌ପ୍ଲାନେଡ୍‌ ଓ୍ଵାନ୍‌ ମଲ୍‌

Advertisment

ଆରମ୍ଭରୁ ପ୍ରବଳ ଭିଡ଼

ଆରମ୍ଭରୁ ପ୍ରବଳ ଭିଡ଼

ଖୋଲିଲା ଏସ୍‌ପ୍ଲାନେଡ୍‌ ଓ୍ଵାନ୍‌ ମଲ୍‌

ଭୁବନେଶ୍ୱର: ରାଜଧାନୀର ସବୁଠୁ ବଡ଼ ସପିଂ ମଲ୍‌ ଏସ୍‌ପ୍ଲାନେଡ୍‌ ଓ୍ଵାନ୍‌ ଆଜି ଖୋଲିଛି। ୪.୫ଲକ୍ଷ ବର୍ଗମିଟର ଅଞ୍ଚଳରେ ଖୋଲିଥିବା ଏହି ମଲ୍‌ରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ୧୦୦ଟି ବ୍ରାଣ୍ଡର ସୋ’ରୁମ୍‌ ଏଠାରେ ଖୋଲିଛି। ନେକ୍ସସ୍‌ ମଲ୍‌ ପକ୍ଷରୁ ଖୋଲା ଯାଇଥିବା ଏସ୍‌ପ୍ଲାନେଡ୍‌ ଓ୍ଵାନ୍‌ ପ୍ରଥମରୁ ଗ୍ରାହକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି। ରାଜଧାନୀବାସୀଙ୍କ ବହୁ ପ୍ରତୀକ୍ଷିତ ଏହି ମଲ୍‌ ଖୋଲିବା ପରେ ଏଠାରେ ଆଜି ଗ୍ରାହକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଏସ୍‌ପ୍ଲାନେଡ୍‌ ଓ୍ଵାନ୍‌ ଖୋଲିବା ପରେ ନେକ୍ସସ୍‌ ମଲ୍‌ର ବରିଷ୍ଠ ଉପସଭାପତି (ପରିଚାଳନା ଓ ପ୍ରକଳ୍ପ) ଜୟେନ୍‌ ନାୟକ କହିଛନ୍ତି ଯେ, ଓଡ଼ିଶାରେ ସଂଗଠିତ ଖୁଚୁରା କ୍ଷେତ୍ର ପାଇଁ ବ୍ୟାପକ ସୁଯୋଗ ରହିଛି। ଏସ୍‌ପ୍ଲାନେଡ୍‌ ଓ୍ଵାନ୍‌ ଆମକୁ ଏହି ବଜାରରେ ଅଗ୍ରଣୀ ରହିବାର ସୁଯୋଗ ପ୍ରଦାନ କରିବ। ଓଡ଼ିଶାକୁ ପ୍ରଥମଥର ପାଇଁ ବହୁ ଲୋକପ୍ରିୟ ବ୍ରାଣ୍ଡ ଆଣୁଥିବାରୁ ଆମେ ଗର୍ବିତ। ଏବେ ଦେଶରେ ନେକ୍ସସ୍‌ ମଲ୍‌ର ସଂଖ୍ୟା ୯କୁ ବୃଦ୍ଧି ପାଇଛି। ମଲ୍‌ ଖୋଲିବା ପରେ ଭିତରେ ଯେମିତି ଭିଡ଼ ଜମିଥିଲା ବାହାରେ ବି ସେମିତି ଭିଡ଼ ଥିଲା। ଏପରିକି ବମିଖାଲରୁ ରସୁଲଗଡ଼ ରାସ୍ତା ଏବଂ ରସୁଲଗଡ଼ ଶିଳ୍ପାଞ୍ଚଳ ରାସ୍ତାରେ ଯାତାୟାତରେ ଅସୁବିଧା ହୋଇଥିଲା। ଭିତରେ ପାର୍କିଂର ବହୁ ସୁବିଧା ଥିଲେ ବି ଲୋକମାନେ ରାସ୍ତାରେ ଗାଡ଼ି ରଖିଦେବାରୁ ଯାତାୟାତରେ କିଛି ସମସ୍ୟା ଉପୁଜିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe