୧୧ପାର୍କରେ ମିଳିବ ମୁକ୍ତାକାଶ ଜିମ୍‌ ସୁବିଧା

Advertisment
୧୧ପାର୍କରେ ମିଳିବ ମୁକ୍ତାକାଶ ଜିମ୍‌ ସୁବିଧା

ଭୁବନେଶ୍ୱର: ପାର୍କରେ ମାଗଣା ଜିମ୍‌ ସୁବିଧା ଲୋକଙ୍କ ଦ୍ୱାରା ଗ୍ରହଣୀୟ ହେବା ପରେ ବିଡିଏ ପକ୍ଷରୁ ଆଉ ୧୧ଟି ପାର୍କରେ ଏହି ସୁବିଧା ଆରମ୍ଭ ହୋଇଛି। ୨୦୧୭ ସୁଦ୍ଧା ୧୫ଟି ପାର୍କରେ ମୁକ୍ତାକାଶ ଜିମ୍‌ ଥିବାବେଳେ ଚଳିତବର୍ଷ ଆଉ ୧୧ଟି ନୂଆ ଜିମ୍‌ ଖୋଲାଯାଇଛି। ବିଡିଏର ସୂଚନା ଅନୁଯାୟୀ, ମହିଷାଖାଲରେ ଥିବା ବକ୍ସି ଜଗବନ୍ଧୁ ପାର୍କ, ଚନ୍ଦ୍ରଶେଖରପୁର ଫେଜ୍‌-୧ ବିଡିଏ ହାଉସିଂ କଲୋନି ପାର୍କ, ଗଣ୍ଡମୁଣ୍ଡାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ପାର୍କ, ଜୟଦେବ ବିହାରରେ ଥିବା ମହାତ୍ମା ଗାନ୍ଧୀ ପାର୍କ, କଳିଙ୍ଗ ନଗରରେ କେ-୮ ପାର୍କ, ଚନ୍ଦ୍ରଶେଖରପୁରର ଜଗର୍ସ ପାର୍କ, କେ-୬ ସୁବୁଦ୍ଧି ପାର୍କ, ଓ୍ଵାର୍ଡ-୧୫ରେ ରେଣ୍ଟାଲ କଲୋନି ବିଡିଏ ପାର୍କ, ବଡଗଡ଼ ବ୍ରିଟ୍‌ କଲୋନି ପାର୍କ, ଆଇଆରସି ଭିଲେଜର ଏନ୍‌-୫ ବିଡିଏ ପାର୍କ, ଓ୍ଵାର୍ଡ-୧୫ରେ ଭିଆଇପି ଏରିଆ ପାର୍କରେ ମୁକ୍ତାକାଶ ଜିମ୍‌ ବ୍ୟବସ୍ଥା ଆରମ୍ଭ ହୋଇଛି। ଏହି ସବୁ ପାର୍କରେ ଏୟାର ଓ୍ଵାକର୍‌, ସିଟ୍‌ ଅପ୍‌ ବେଞ୍ଚ୍‌, ଏୟାର ସୁଇଙ୍ଗ୍‌, ଟ୍ଵିଷ୍ଟର, ଗ୍ଲାଇଡର୍‌, ପୁଷ୍‌ ଆଣ୍ଡ ପୁଲ୍‌ ଅପ୍‌ ଚେୟାର, ବିଗ୍‌ ସୋଲଜର୍‌ ହ୍ଵିଲ୍‌, ସ୍ପିନର୍‌, ଡମ୍ବେଲ୍‌, େଓ୍ଵଟ୍‌ ଲିଫ୍ଟ ଆଦି ସରଞ୍ଜାମ ଅଛି। ବଡ଼ ପାର୍କରେ ୧୨ପ୍ରକାରର ସରଞ୍ଜାମ ଲାଗିଥିବାବେଳେ ଛୋଟ ପାର୍କରେ ୬ ପ୍ରକାରର ସରଞ୍ଜାମ ଲାଗିଛି। ଯେ କେହିବି ସକାଳେ ଓ ଅପରାହ୍ନରେ ଏହି ମୁକ୍ତାକାଶ ଜିମ୍‌ର ସୁବିଧା ନେଇପାରିବେ ବୋଲି ବିଡିଏ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe