ଏକାମ୍ର ହାଟ‌‌ରେ ଖୋଲିଲା ‘ମୁକ୍ତ ପାଠାଗାର’

Advertisment
ଏକାମ୍ର ହାଟ‌‌ରେ ଖୋଲିଲା ‘ମୁକ୍ତ ପାଠାଗାର’

ଭୁବନେଶ୍ୱର: ଶିଶୁ ଦିବସ ଅବସରରେ ଆଜି ଏକାମ୍ର ହାଟରେ ଏକ ‘ମୁକ୍ତ ପାଠାଗାର’ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଆର୍‌. ବାଲକ୍ରିଷ୍ଣନ୍‌, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଶାସନ ସଚିବ ଶୁଭା ଶର୍ମାଙ୍କ ଉପସ୍ଥିତିରେ ଏହି ପାଠାଗାର ଉନ୍ମୋଚିତ ହୋଇଛି। ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ ଓ ବକୁଳ ଫାଉଣ୍ଡେସନ୍‌ର ସହଭାଗିତାରେ ଏହି ପାଠାଗାର ପ୍ରତିଷ୍ଠା କରାଯାଇଛି। ଏକାମ୍ର ହାଟରେ ସର୍ବସାଧାରଣଙ୍କ ପାଇଁ ମୁକ୍ତ ପାଠାଗାର ସ୍ଥାପନ ଏକ ଅଭିନବ ପ୍ରୟାସ। ନୂତନ ଚିନ୍ତାଧାରାରେ ପୁରୁଣା ବଡ଼ ରେଫ୍ରିଜରେଟର୍‌ରେ କାଚ ଲଗାଇ ସେଥିରେ ପୁସ୍ତକ ରଖାଯାଇଛି। ଏହି ପାଠାଗାରରେ ପ୍ରାୟ ୨୦୦ଟି ପୁସ୍ତକ ରହିଛି। ସବୁ ବର୍ଗ ଓ ବୟସର ପାଠକଙ୍କ ନିମନ୍ତେ ଇଂରାଜୀ ଓ ଓଡ଼ିଆ ଭାଷାରେ ପୁସ୍ତକ ରଖାଯାଇଛି। ଏହି ପାଠାଗାର ସ୍ୱୟଂଚାଳିତ। ଯେକୌଣସି ଇଚ୍ଛୁକ ବ୍ୟକ୍ତିବିଶେଷ ଏହି ପାଠାଗାରକୁ ପୁସ୍ତକ ଦାନ କରିପାରିବେ। ଏକାମ୍ର ହାଟ ପ୍ରତିଦିନ ସକାଳ ୧୦ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହୁଥିବା ବେଳେ ମୁକ୍ତ ପାଠାଗାର ମଧ୍ୟ ସର୍ବସାଧାରଣଙ୍କ ନିମନ୍ତେ ଏହି ସମୟରେ ଖୋଲା ରହିବ। ଆଜିର ଏହି କାର୍ଯ୍ୟକ୍ରମରେ ସିଡାକ୍‌ର ସଦସ୍ୟ ସମ୍ପାଦକ ଶିଶିର କୁମାର ରଥ ଓ ବକୁଳ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ସୁଜିତ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe