ଖୋଲିଲା ଲିଙ୍ଗରାଜ ରୋଡ୍‌ ଓଭରବ୍ରିଜ୍‌

ଖୋଲିଲା ଲିଙ୍ଗରାଜ ରୋଡ୍‌ ଓଭରବ୍ରିଜ୍‌

ଭୁବନେଶ୍ୱର: ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲିଙ୍ଗରାଜ ରୋଡ୍‌ ରେଲ୍‌େଓ୍ଵ ଓଭରବ୍ରିଜ୍‌କୁ ଉଦ୍‌ଘାଟନ କରିଛନ୍ତି। ଦୀର୍ଘ ୬ବର୍ଷ ଧରି ନିର୍ମାଣ ହେଉଥିବା ଏହି ଓଭରବ୍ରିଜ୍‌ର ଉଦ୍‌ଘାଟନୀ ଉତ୍ସବ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ବହୁ ଆଡ଼ମ୍ବରପୂର୍ଣ୍ଣ ଆୟୋଜନ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସମେତ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଭୁବନେଶ୍ୱର ମଧ୍ୟ ବିଧାୟକ ବିଜୟ ମହାନ୍ତି, ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା, ପୂର୍ତ୍ତ ସଚିବ ନଳିନୀ ପ୍ରଧାନ ଏବଂ ସ୍ଥାନୀୟ କର୍ପୋରେଟର୍‌ମାନେ ଉପସ୍ଥିତ ଥିଲେ। ଏହି ଓଭରବ୍ରିଜ୍‌ ଖୋଲିବା ଦ୍ୱାରା ସୁନ୍ଦରପଦା, ପୋଖରୀପୁଟ, ଏରୋଡ୍ରମ ଏରିଆ ଅଞ୍ଚଳର ଲୋକଙ୍କର ଦୀର୍ଘଦିନର ସମସ୍ୟା ଦୂର ହୋଇଛି। ପୂର୍ତ୍ତ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୨ ମସିହାରୁ ଏହି ରେଳ ଓଭରବ୍ରିଜ୍‌ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଚଳିତ ମାସ ପ୍ରଥମ ସପ୍ତାହରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏହି ୬୫୩ମିଟର ଲମ୍ବ ବିଶିଷ୍ଟ ଓଭରବ୍ରିଜ୍‌ ପାଇଁ ୩୨.୫୫କୋଟି ଖର୍ଚ୍ଚ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe