ଅପରେସନ୍‌ ବ୍ଲାକ୍‌ ସ୍ମୋକ୍‌: ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଫେରାର

Advertisment

ଦଶହରା ପୂର୍ବରୁ କମିସନରେଟ ପୁଲିସର ସ୍ପେସାଲ କ୍ରାଇମ ୟୁନିଟ୍‌ ଅପରେସନ ବ୍ଲାକ ସ୍ମୋକ୍‌କୁ ଜୋରଦାର୍‌ କରିଛି। ଫୁଲବାଣୀରୁ ଭୁବନେଶ୍ୱରକୁ ଏକ କାର୍ ଯୋଗେ ବପୁଳ ପରିମାଣରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ସ୍ପେସାଲ କ୍ରାଇମ୍ ୟୁନିଟ କାର୍‌କୁ ଅଟକାଇ ପ୍ରାୟ ଏକ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି।

ଦଶହରା ପୂର୍ବରୁ କମିସନରେଟ ପୁଲିସର ସ୍ପେସାଲ କ୍ରାଇମ ୟୁନିଟ୍‌ ଅପରେସନ ବ୍ଲାକ ସ୍ମୋକ୍‌କୁ ଜୋରଦାର୍‌ କରିଛି। ଫୁଲବାଣୀରୁ ଭୁବନେଶ୍ୱରକୁ ଏକ କାର୍ ଯୋଗେ ବପୁଳ ପରିମାଣରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ସ୍ପେସାଲ କ୍ରାଇମ୍ ୟୁନିଟ କାର୍‌କୁ ଅଟକାଇ ପ୍ରାୟ ଏକ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି।

jglljgljgjgljlg

ଭୁବନେଶ୍ବର: ଦଶହରା ପୂର୍ବରୁ କମିସନରେଟ ପୁଲିସର ସ୍ପେସାଲ କ୍ରାଇମ ୟୁନିଟ୍‌ ଅପରେସନ ବ୍ଲାକ ସ୍ମୋକ୍‌କୁ ଜୋରଦାର୍‌ କରିଛି। ଫୁଲବାଣୀରୁ ଭୁବନେଶ୍ୱରକୁ ଏକ କାର୍ ଯୋଗେ ବପୁଳ ପରିମାଣରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ସ୍ପେସାଲ କ୍ରାଇମ୍ ୟୁନିଟ କାର୍‌କୁ ଅଟକାଇ ପ୍ରାୟ ଏକ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି। ମାତ୍ର ଗାଡ଼ିରେ ଥିବା ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ପୁଲିସ ଅଭିଯୁକ୍ତମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି। 

ସୂଚନାନୁସାରେ ଫୁଲବାଣୀରୁ ବିପୁଳ ପରିମାଣରେ ଗଞ୍ଜେଇ ରାଜଧାନୀକୁ ଏକ କାର୍‌ରେ ଖୋର୍ଦ୍ଧା ଦେଇ ଭୁବନେଶ୍ବରକୁ ଆସୁଥିବା ସ୍ପେସାଲ କ୍ରାଇମ ୟୁନିଟକୁ ଖବର ମିଳିଥିଲା। ମିଳିଥିବା ସୂଚନା ଅନୁସାରେ ଆଜି ସକାଳୁ ସ୍ପେସାଲ କ୍ରାଇମ ୟୁନିଟ ଏକ ଟିମ ଗଠନ କରି ସାଦା ପୋଷାକରେ ୪ ରୁ ୫ଜଣ ପୁଲିସ ଜାତୀୟ ରାଜପଥର ତମାଣ୍ଡୋ ପାଖରେ ଛକି ରହିଥିଲେ। ଭୋର୍‌ ପ୍ରାୟ ସାଢ଼େ ୫ଟା ସମୟରେ ଉକ୍ତ କାର୍‌  ଆସୁଥିବା ବେଳେ ପୂର୍ବରୁ ଛକି ରହିଥିବା ପୁଲିସ ଟିମ କାରକୁ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ କାର୍‌ ଚାଳକ ରାସ୍ତାକଡ଼‌ରେ ଛିଡ଼ା ହୋଇଥିବା ପୁଲିସ ଭ୍ୟାନ୍‌କୁ ଦେଖି ଦ୍ରୁତ ଗତି‌ରେ କାଇମାଟିପାଟଣା ଆଡ଼କୁ ଚାଲି ଯାଇଥିଲା।

ପୁଲିସ ଟିମ୍‌ ଗାଡ଼ିକୁ ପିଛା କରିଥିଲେ। କିଛି ଦୂର ପରେ ଅଭିଯୁକ୍ତମାନେ କାର୍‌କୁ ଏକ ବିଲ ଭିତରେ ପୂରାଇ ଦେଇଥିଲେ। କାଦୁଅ ଥିବାରୁ କାର୍‌ର ସମ୍ମୁଖ ବାମ ପଟ ଟାୟାର ଏକ ପଥରରେ ବାଜି ଫାଟି ଯାଇଥିଲା। ହେଲେ ଅଭିଯୁକ୍ତମାନେ ଗାଡ଼ି ନଅଟକାଇ ଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ କାଦୁଅ ଥିବାରୁ କାର୍‌ ଆଗକୁ ଗଡ଼ିନଥିଲା। ଫଳରେ ଦୁଇ ଅଭିଯୁକ୍ତ କାର୍‌ ଛାଡ଼ି ଫେରାର ହୋଇଯାଇଥିଲେ। ପୁଲିସ ଓ ଗାଁ ଲୋକ ଅଭିଯୁକ୍ତମାନଙ୍କୁ ପିଛା କରିଥିଲେ ହେଁ ଧରିବାରେ ସଫଳ ହୋଇନଥିଲେ। ପୁଲିସ କାର୍‌ ଓ ପ୍ରାୟ ୧୦୦ଟି ପ୍ୟାକେଟ‌ରେ ଏକ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଥିଲା। ପୁଲିସ କାର ନମ୍ବରରୁ ମାଲିକକୁ ଚିହ୍ନଟ କରିବା ସହିତ ଗାଡ଼ିରେ କେଉଁମ‌ା‌ନେ ଥିଲେ ତାକୁ ନେଇ ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe