ନବ ଦାସଙ୍କ ହତ୍ୟାର ସଠିକ୍ ତଦନ୍ତ ଦାବିରେ ଧାରଣା

ନବ ଦାସଙ୍କ ହତ୍ୟାର ସଠିକ୍ ତଦନ୍ତ ଦାବିରେ ଧାରଣା

ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ସଠିକ୍ ତଦନ୍ତ ଦାବି କରି ମାଷ୍ଟରକ୍ୟାଣ୍ଟନ ଛକରେ ଧାରଣା ଦେଇଛି ନବନିର୍ମାଣ ଯୁବଛାତ୍ର ସଂଗଠନ। ମନ୍ତ୍ରୀଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇ ନାହିଁ ତ? ରକ୍ଷକ ଯଦି ଭକ୍ଷକ ସାଜିବ ତେବେ ସାଧାରଣ ଲୋକଙ୍କ ସୁରକ୍ଷା ଦେବ କିଏ ବୋଲି ସଂଗଠନର ରାଜ୍ୟ ସଂଯୋଜକ ମନୱର ଅଲ୍ଲୀ ପ୍ରଶ୍ନ କରିଛନ୍ତି।

ଏହାସହ ରାଜ୍ୟ ସରକାର ନିଜ ମନ୍ତ୍ରୀଙ୍କୁ ସୁରକ୍ଷା ‌ଦେବାରେ ବିଫଳ ହୋଇଛନ୍ତି। ତେଣୁ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। ଆଜିର ଏହି ଧାରଣାରେ ଜୟନ୍ତ ଗୋସ୍ବାମୀ, ଏସକେ ତସର, ଅମିତ ଜେନା, ରିତେଶ ଦାସ, ଅରବାଜ ଖାନ୍ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe