କେନାଲ ପୋତି କୋଠା ନିର୍ମାଣକୁ ବିରୋଧ: ନିର୍ମାଣ ହେବ ପଞ୍ଚାୟତ କାର୍ଯ୍ୟାଳୟ ଓ ମାର୍କେଟ୍ କମ୍ପ୍ଲେକ୍ସ

Advertisment

ଲିଙ୍ଗିପୁର କେନାଲ ପୋତି ହେବ କଂକ୍ରିଟ୍ କୋଠା। ପଞ୍ଚାୟତିରାଜ ବିଭାଗ ନିର୍ମାଣ କରିବ ପଞ୍ଚାୟତ କାର୍ଯ୍ୟାଳୟ ସହ ମାର୍କେଟ୍ କମ୍ପ୍ଲେକ୍ସ। ଏଥିପାଇଁ ଜାଗା ଦେବାକୁ ଜଳସଂପଦ ବିଭାଗ ମୁଖ୍ୟଯନ୍ତ୍ରୀ ଭୁବନେଶ୍ବର ଜଳସଂପଦ ବିଭାଗ ନିର୍ଦ୍ଦେଶକଙ୍କୁ ଚିଠି କରିଛନ୍ତି।

ଲିଙ୍ଗିପୁର କେନାଲ ପୋତି ହେବ କଂକ୍ରିଟ୍ କୋଠା। ପଞ୍ଚାୟତିରାଜ ବିଭାଗ ନିର୍ମାଣ କରିବ ପଞ୍ଚାୟତ କାର୍ଯ୍ୟାଳୟ ସହ ମାର୍କେଟ୍ କମ୍ପ୍ଲେକ୍ସ। ଏଥିପାଇଁ ଜାଗା ଦେବାକୁ ଜଳସଂପଦ ବିଭାଗ ମୁଖ୍ୟଯନ୍ତ୍ରୀ ଭୁବନେଶ୍ବର ଜଳସଂପଦ ବିଭାଗ ନିର୍ଦ୍ଦେଶକଙ୍କୁ ଚିଠି କରିଛନ୍ତି।

scscsc

Photograph: ( IndiaMART)

ଭୁବନେଶ୍ବର: ଲିଙ୍ଗିପୁର କେନାଲ ପୋତି ହେବ କଂକ୍ରିଟ୍ କୋଠା। ପଞ୍ଚାୟତିରାଜ ବିଭାଗ ନିର୍ମାଣ କରିବ ପଞ୍ଚାୟତ କାର୍ଯ୍ୟାଳୟ ସହ ମାର୍କେଟ୍ କମ୍ପ୍ଲେକ୍ସ। ଏଥିପାଇଁ ଜାଗା ଦେବାକୁ ଜଳସଂପଦ ବିଭାଗ ମୁଖ୍ୟଯନ୍ତ୍ରୀ ଭୁବନେଶ୍ବର ଜଳସଂପଦ ବିଭାଗ ନିର୍ଦ୍ଦେଶକଙ୍କୁ ଚିଠି କରିଛନ୍ତି। ଚାଷବାସକୁ ବୁଡ଼ାଇ, କେନାଲକୁ ପୋତି କୋଠା ନିର୍ମାଣ ପାଇଁ ଜାଗା ହସ୍ତାନ୍ତର କରିବାକୁ ମୁଖ୍ୟଯନ୍ତ୍ରୀଙ୍କ ଏଭଳି ଚିଠି ଚର୍ଚ୍ଚାର ବିଷୟ ପାଲଟିଛି। ସେପଟେ ଏହି ଚିଠି ଆଧାରରେ ଜାଗା ହସ୍ତାନ୍ତରଣ ସହ ପଞ୍ଚାୟତିରାଜ ବିଭାଗର କୋଠା ନିର୍ମାଣ ପ୍ରକ୍ରିୟା ବି ଆରମ୍ଭ ହୋଇଛି।

ଖୋର୍ଦ୍ଧା ଜିଲ୍ଲା ଲିଙ୍ଗିପୁର ମୌଜାରେ ଖାତା ନଂ-୭୫୭ ଓ ପ୍ଲଟ୍ ନଂ-୧୩୧୩ରେ ଜଳସଂପଦ ବିଭାଗର ୧.୫୧ ଏକର ଜମି ରହିଛି। ଏହି ଅଞ୍ଚଳରେ ମହାନଦୀ କାଠଯୋଡ଼ି ମୁଖ୍ୟ କେନାଲ୍ର ଶାଖା କେନାଲ୍ ଲିଙ୍ଗିପୁର କେନାଲ୍ ରହିଛି। ଲିଙ୍ଗିପୁର କେନାଲ୍ ଏକ ପ୍ରମୁଖ କେନାଲ୍ ହୋଇଥିବାବେଳେ  ବନ୍ୟା ସମୟରେ ଏହା ଜଳ ନିଷ୍କାସନର ପ୍ରମୁଖ ମାଧ୍ୟମ ପାଲଟିଥାଏ।  କିନ୍ତୁ ଅନ୍ୟ ଅଞ୍ଚଳରେ ଅନାବଦାୀ, ପତିତ ଜମି ଥିବା ବେଳେ ପଞ୍ଚାୟତିରାଜ ବିଭାଗ ଏହି କେନାଲ କିସମ ଜମି ଉପରେ ପଞ୍ଚାୟତ କାର୍ଯ୍ୟାଳୟ କୋଠା ଓ ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣ କରିବାକୁ ଜଳସଂପଦ ବିଭାଗକୁ ଚିଠି ଲେଖିଥିଲା। ଜଳସଂପଦ ବିଭାଗ ଏହାକୁ ମଞ୍ଜୁରି ପ୍ରଦାନ କରିଛି। ୨୦୨୩ ଡିସେମ୍ବର ୨୧ରେ ଜଳସଂପଦ ବିଭାଗ ମୁଖ୍ୟମନ୍ତ୍ରୀ ଇଂ. ବି ଆର୍ ମହାନ୍ତି କରିଥିବା ଚିଠି(ନଂ-୩୭୪୪୨)ରେ ଉଲ୍ଲେଖ କରିଛନ୍ତି, ପଞ୍ଚାୟତିରାଜ ବିଭାଗ କରିଥିବା ଚିଠିର ତର୍ଜମା ପରେ ମହାନଦୀ କାଠାଯୋଡ଼ି ସିଷ୍ଟମ ମୁଖ୍ୟଯନ୍ତ୍ରୀ ତଥା ବେସିନ୍ ମ୍ୟାନେଜର ଲିଙ୍ଗିପୁର ମୌଜାରେ ଖାତା ନଂ-୭୫୭ ଓ ପ୍ଲଟ୍ ନଂ-୧୩୧୩ରେ ରାଜସ୍ବ ବିଭାଗର ୧.୫୧ ଏକର ଜମିରୁ ୦.୭୦ ଏକର ଜାଗା ପଞ୍ଚାୟତିରାଜ ବିଭାଗକୁ ଦେବାକୁ କହିଛନ୍ତି।

ନିର୍ମାଣ ହେବ ପଞ୍ଚାୟତ କାର୍ଯ୍ୟାଳୟ ଓ ମାର୍କେଟ୍ କମ୍ପ୍ଲେକ୍ସ
ସମଗ୍ର କେନାଲ ଜମି ଜବରଦଖଲ ପାଇଁ ବାଟ ଫିଟିଲା

ଲିଙ୍ଗିପୁର କେନାଲ୍‌ର ଶେଷମୁଣ୍ଡ ଅଚଳ ଅବସ୍ଥାରେ ପଡ଼ିଥିବା ଓ ଏହା କୌଣସି କାମରେ ଆସୁନଥିବାରୁ ମହାନଦୀ କାଠାଯୋଡ଼ି ସିଷ୍ଟମ ମୁଖ୍ୟଯନ୍ତ୍ରୀ ତଥା ବେସିନ୍ ମ୍ୟାନେଜର ଏହି ଜମିରୁ ୦.୭୦ ଏକର ଜମି ପଞ୍ଚାୟତିରାଜ ବିଭାଗକୁ ଦେବାକୁ ଚିଠି(ନଂ-୩୬୫୭୪/୧୬.୧୨.୨୦୨୩) କରିଥିଲେ। ଚିଠି ଆଧାରରେ ଲିଙ୍ଗିପୁର ମୌଜାରେ ଏହି ଜାଗାରୁ ୦.୭୦ ଏକର ଜମି ପଞ୍ଚାୟତିରାଜ ବିଭାଗକୁ ତୁରସ୍ତ ହସ୍ତାନ୍ତର ପାଇଁ ଇଂ. ମହାନ୍ତି ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ଆଧାରରେ ଜମି ହସ୍ତାନ୍ତର ଓ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି। କିନ୍ତୁ ଗୁରୁତ୍ବପୂର୍ଣ୍ଣ ହେଉଛି, କେନାଲ କିସମ ଜମିର ମାତ୍ର ୦.୭୦ ଏକର ଜମିର କିସମ ପରିବର୍ତ୍ତନ କରାଯାଇ ପତିତ କିସମ କରାଯାଇଛି। ଅବଷ୍ଟିଷ୍ଟ କିସମ କେନାଲ ରହିଛି। ଏଭଳି ସ୍ଥିତିରେ କେନାଲରେ ଆଉ ପାରଇ ୖଆସିବ ନାହିଁ। ବନ୍ୟା ବେଳେ ଜଳ ନିଷ୍କାସିତ ହୋଇପାରିବ ନାହିଁ। ପରନ୍ତୁ, ଏହା ଶହଶହ ଏକର କେନାଲ ଜମିକୁ ଜବରଦଖଲ ପାଇଁ ଅନ୍ୟମାନଙ୍କୁ ସୁଯୋଗ ସୃଷ୍ଟି କରିବ। କେନାଲକୁ ପୋତି କଂକ୍ରିଟ୍ ନିର୍ମାଣ ଆଦୌ ଗ୍ରହଣୀୟ ନୁହେଁ। ଥିରୁ ଜଳସଂପଦ ବିଭାଗ କ୍ଷାନ୍ତ ନ ରହିଲେ, ପଞ୍ଚାୟତରେ ଜନଆନ୍ଦୋଳନ ମୁଣ୍ଡଟେକିବ ବୋଲି କେତେକ ପଞ୍ଚାୟତବାସୀ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe