ଚୋରା ବିଦ୍ୟୁତ୍‌ ସଂଯୋଗକୁ ବିରୋଧ: ଭାଇକୁ ନିର୍ଧୁମ୍‌ ଛେଚିଲା ଭାଇ

ସ୍ୱମୀଙ୍କୁ ବଞ୍ଚାଇବାକୁ ଯାଇ ସ୍ତ୍ରୀର ମୁହଁ ଫାଟିଲା

ଜମିବିବାଦକୁ ନେଇ ସଂପର୍କୀୟ ଭାଇଙ୍କ ମରଣାନ୍ତକ ଆକ୍ରମଣ: ୩ ଗୁରୁତର, ୩ ଅଭିଯୁକ୍ତ ଗିରଫ

Bangalore Mirror

‌ବାଲିପାଟଣା: ବାଇପାସ୍‌ ବିଦ୍ୟୁତ୍‌ ସଂଯୋଗକୁ କେନ୍ଦ୍ର କରି ଆଜି ସ୍ଥାନୀୟ ମୁଣ୍ଡହଣାପାଟଣା ଗ୍ରାମର ଗୋଟିଏ ପରିବାରରେ ଭୀଷଣ ଗଣ୍ଡଗୋଳ ହୋଇଛି। ଦୁଇ ଭାଇଙ୍କ ପ୍ରାଣାନ୍ତକ ଆକ୍ରମଣରେ ଅନ୍ୟଜଣେ ଭାଇ ଲକ୍ଷ୍ମୀଧର ମୁଦୁଲି (୪୭) ଗୁରୁତର ଆହତ ହୋଇଛନ୍ତି। ଏହା ଦେଖି ସ୍ବାମୀଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରିବାରୁ ଆକ୍ରମଣକାରୀମାନେ ଲକ୍ଷ୍ମୀଧରଙ୍କ ସ୍ତ୍ରୀ କମଳିଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି। ଆକ୍ରମଣକାରୀମାନେ ଏକ ଇଟାରେ କମଳିଙ୍କ ମୁହଁକୁ ଛେଚି ଦେଇଥିଲା। ଫଳରେ ତାଙ୍କ ମୁହଁ ଫାଟିଯିବା ସହ ୫ଟି ଦାନ୍ତ ଭାଙ୍ଗି ଯାଇଛି। ଗୁରୁତର ଦମ୍ପତିଙ୍କୁ ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ସଂକଟାପନ୍ନ ହେବାରୁ ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, ଗ୍ରାମର ସ୍ବର୍ଗତ ଚୈତନ୍ୟ ମୁଦୁଲିଙ୍କ ପୁଅ ରାମଚନ୍ଦ୍ର, ଶତ୍ରୁଘ୍ନ ହୁକ ପକାଇ ବିଦ୍ୟୁତ୍‌ ଚୋରି କରୁଥିଲେ। ଏହାକୁ ତାଙ୍କର ଅନ୍ୟ ଜଣେ ପୁଅ ଲକ୍ଷ୍ମୀଧର ବିରୋଧ କରିଥିଲେ। ବିଦ୍ୟୁତ୍‌ ସ୍କ୍ବାଡ୍‌ ଧରପଗଡ଼ କଲେ ତାଙ୍କ ପରିବାରକୁ ଜରିମାନା ଦେବାକୁ ପଡ଼ିବ ବୋଲି ଦୁଇ ଭାଇଙ୍କୁ ଚେତାଇ ଦେଇଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। କଥା ଆଗକୁ ବଢ଼ିବାରୁ ରାମଚନ୍ଦ୍ର ଏବଂ ଶତ୍ରୁଘ୍ନ ଗାଁ ଦାଣ୍ଡରେ ଲକ୍ଷ୍ମୀଧରଙ୍କୁ ନିର୍ଘାତ ମାଡ଼ ମାରିଥିଲେ। ରାମଚନ୍ଦ୍ରଙ୍କ ପୁଅ ରାଜକିଶୋର ଏବଂ ଶତ୍ରୁଘ୍ନଙ୍କ ପୁଅ ଭାଗିନ୍‌ ମଧ୍ୟ ସେମାନଙ୍କ ସହ ମିଶି ଲକ୍ଷ୍ମୀଧରଙ୍କୁ ମାଡ଼ ମାରିଥିଲେ। ଏହା ଦେଖି ସ୍ବାମୀଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିବାରୁ ସ୍ତ୍ରୀ କମଳିଙ୍କୁ ମଧ୍ୟ ଆକ୍ରମଣକାରୀମାନେ ମାଡ଼ ମାରିଥିଲେ। ଏକ ଇଟାରେ ତାଙ୍କ ମୁହଁକୁ ଛେଚି ଦେଇଥିଲେ। ତେବ‌େ ଖବର ଲେଖା ହେବା ସୁଦ୍ଧା ଥାନାରେ କୌଣସି ଅଭିଯୋଗ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe