ଅଟୋ ଫିଟ୍‌ନେସ୍ ଯାଞ୍ଚ ପ୍ରକ୍ରିୟାକୁ ବିରୋଧ: ଆର୍‌ଟିଓ କାର୍ଯ୍ୟାଳୟ ଫାଟକରେ ତାଲାପକାଇଲା ବସ୍ ମାଲିକ ସଂଘ

Advertisment

ଅଟୋ ଫିଟନେସ୍ ଯାଞ୍ଚ ପ୍ରକ୍ରିୟାକୁ ବିରୋଧ କରି ନରାଜ, ଅରିଲୋସ୍ଥିତ କଟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଫାଟକରେ ତାଲା ପକାଇ ଗାଡ଼ିମାଲିକମାନେ ଆନ୍ଦୋଳନ କରିଛନ୍ତି। ଗାଡ଼ିମାଲିକଙ୍କୁ ବୁଝାସୁଝା ପରେ ଆନ୍ଦୋଳନ ସ୍ଥଗିତ ରହିଛି।

ଅଟୋ ଫିଟନେସ୍ ଯାଞ୍ଚ ପ୍ରକ୍ରିୟାକୁ ବିରୋଧ କରି ନରାଜ, ଅରିଲୋସ୍ଥିତ କଟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଫାଟକରେ ତାଲା ପକାଇ ଗାଡ଼ିମାଲିକମାନେ ଆନ୍ଦୋଳନ କରିଛନ୍ତି। ଗାଡ଼ିମାଲିକଙ୍କୁ ବୁଝାସୁଝା ପରେ ଆନ୍ଦୋଳନ ସ୍ଥଗିତ ରହିଛି।

daadad

ବାରଙ୍ଗ: ଅଟୋ ଫିଟନେସ୍ ଯାଞ୍ଚ ପ୍ରକ୍ରିୟାକୁ ବିରୋଧ କରି ନରାଜ, ଅରିଲୋସ୍ଥିତ କଟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଫାଟକରେ ତାଲା ପକାଇ ଗାଡ଼ିମାଲିକମାନେ ଆନ୍ଦୋଳନ କରିଛନ୍ତି। ଗାଡ଼ିମାଲିକଙ୍କୁ ବୁଝାସୁଝା ପରେ ଆନ୍ଦୋଳନ ସ୍ଥଗିତ ରହିଛି। ଅଭିଯୋଗ ଅନୁସାରେ ଆଜି ୩ଟି ସ୍କୁଲ୍ ବସ୍ ସମେତ ୫ଟି ଗାଡ଼ି ଯାଞ୍ଚ ବେଳେ କୌଣସି ଗୋଟିଏ ଗାଡ଼ିର ଫିଟନେସ୍ ନ ଥିବା ଦର୍ଶାଯାଇଥିଲା। କେଉଁଥିରେ ଲାଇଟ୍ ତ ଆଉ କେଉଁଥିରେ ହର୍ଣ୍ଣ ଠିକ୍ ନଥିବା ଦର୍ଶାଯାଇ ଅଯୋଗ୍ୟ କରାଯାଇଥିଲା। ଏଭଳି ଛୋଟ ଛୋଟ ସମସ୍ୟାକୁ ନେଇ ଅଯୋଗ୍ୟ ଦର୍ଶାଇବାକୁ ନେଇ କଟକ ବସ୍ ମାଲିକ ସଂଘର କର୍ମକର୍ତ୍ତା ଅସନ୍ତୋଷ ବ୍ୟକ୍ତ କରିଥିଲେ। 

କଟକ ଗ୍ରାମାଞ୍ଚଳ-୪ ଏସିପି ଅମିତାଭ ମହାପାତ୍ର ଓ ବାରଙ୍ଗ ଥାନା ଅଧିକାରୀ ଦେବେନ୍ଦ୍ର ବିଶ୍ୱାଳ ଘଟଣାସ୍ଥଳରେ ପହଞ୍ଚି ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ, କଟକ ଘରୋଇ ବସ୍ ମାଲିକ ସଂଘର ଉପସଭାପତି କିଶୋର ଚନ୍ଦ୍ର ବିଶ୍ୱାଳ, ଯୁଗ୍ମସମ୍ପାଦକ ବିବେକାନନ୍ଦ ଖଣ୍ଡେଇଙ୍କ ସହ ଆଲୋଚନା କରିବା ପରେ ଆନ୍ଦୋଳନ ସ୍ଥଗିତ ରହିଥିଲା। ପରେ ଏହି ସମସ୍ୟାକୁ ନେଇ ଗାଡ଼ି ମାଲିକମାନେ କଟକ ଆର୍‌ଟିଓଙ୍କ ପାଖରେ ଲିଖିତ ଅଭିଯୋଗ କରିଥିଲେ। ସମସ୍ୟାର ସମାଧାନ ପାଇଁ କମିସନର୍‌ଙ୍କୁ ଅବଗତ କରାଯାଇଛି, ପରିସ୍ଥିତିକୁ ଅନୁଧ୍ୟାନ କରି ଯାହା କିଛି କରାଯିବ ବୋଲି ଆର୍‌ଟିଓ ବିରଞ୍ଚି ନାରାୟଣ ଅଧିକାରୀ କହିଥିଲେ। ତେବେ ସମସ୍ୟାର ସ୍ଥାୟୀ ସମାଧାନ କରା ନଗଲେ ପୁଣି ଆନ୍ଦୋଳନ କରାଯିବ ବୋଲି ଘରୋଇ ବସ ମାଲିକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe