ବୁଲ୍‌ଡୋଜର ଆଗରେ ବସିଲେ ବିଧାୟକ: ଅଧାରେ ରହିଲା ଜବରଦଖଲ ଉଚ୍ଛେଦ

Advertisment
ବୁଲ୍‌ଡୋଜର ଆଗରେ ବସିଲେ ବିଧାୟକ: ଅଧାରେ ରହିଲା ଜବରଦଖଲ ଉଚ୍ଛେଦ

ଖଣ୍ଡଗିରି : ବୁଲ୍‌ଡୋଜର ଆଗରେ ବସିଲେ ବିଧାୟକ। ଅଧାରେ ଅଟକିଲା ୱାର୍ଡ ନମ୍ବର ୫୦, ୬୫ ଏବଂ ୬୬ର ସରକାରୀ ଜମି ଜବରଦଖଲ ଉଚ୍ଛେଦ। ସରକାରୀ ଜମିରେ ଥିବା କିଛି ଦୋକାନ ଉଚ୍ଛେଦ ବେଳେ ବିଧାୟକ ସୁରେଶ ରାଉତରାୟଙ୍କ ନେତୃତ୍ବରେ ସ୍ଥାନୀୟ ଅଧିବାସୀ ବିରୋଧ କରିଥିଲେ। ପ୍ରାୟ ଏକ ଘଣ୍ଟା ଧରି ବିଧାୟକ ଉଚ୍ଛେଦସ୍ଥଳରେ ଧାରଣାରେ ବସିଥିଲେ। ଏହାକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଏଥିଯୋଗୁଁ ବୁଲ୍‌ଡୋଜରକୁ ଅଧାରୁ ଚାଲିଯିବାକୁ ପଡ଼ିଥିଲା।

ଅନ୍ୟଦିଗରେ ଏଠାରେ ଥିବା ଏକ ମଣ୍ଡପ ଭାଙ୍ଗିବା ନେଇ ମଧ୍ୟ ଲୋକେ ବିରୋଧ କରିଥିଲେ। ବିଡିଏ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୱାର୍ଡ ନମ୍ବର ୬୫ ଅନ୍ତର୍ଗତ ୩ଟି ପ୍ଲଟ, ୱାର୍ଡ ୫୦ର ୨ଟି ପ୍ଲଟ, ୱାର୍ଡ ନମ୍ବର ୬୬ର ୩ଟି ପ୍ଲଟ ଜବରଦଖଲ ଉଚ୍ଛେଦ କରାଯିବାର ଥିଲା। ମାତ୍ର ଏଥିରୁ କେବଳ ୱାର୍ଡ ନମ୍ବର ୬୫ର ଗୋଟିଏ ଆଜବେଷ୍ଟସ ଦୋକାନ ହିଁ ଭଙ୍ଗା ଯାଇଥିଲା। ବିଧାୟକଙ୍କ ବିରୋଦ ଯୋଗୁଁ ବାକି କୌଣସି ଦୋକାନ ବିଡିଏ ଭାଙ୍ଗି ପାରିନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe