ନୂଆ କୃଷି ନୀତିକୁ ବିରୋଧ, ନବନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ

ନୂଆ କୃଷି ନୀତିକୁ ବିରୋଧ, ନବନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ୍‌କୁ ବିରୋଧ କରି ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନ ପଞ୍ଚମ ଦିନରେ ପହଞ୍ଚିଛି। ଏହାକୁ ସମର୍ଥନ ଜଣାଇ ନବନିର୍ମାଣ କୃଷକ ସଂଗଠନ ଲୋୟର ପିଏମ୍‌ଜିରେ ଆନ୍ଦୋଳନ ଆରମ୍ଭ କରିଛି। ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦଙ୍କ ନେତୃତ୍ବ‌‌ରେ ସଂଗଠନର ରାଜ୍ୟ ସଂଯୋଜକ ଉମାକାନ୍ତ, ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନୱର୍‌ ଅଲ୍ଲୀ, ସଂଗଠନର ଉପଦେଷ୍ଟା ରବି ଦାସ, ସୂଚନା ଅଧିକାର ଆନ୍ଦୋଳନର ସଂଯୋଜକ ପ୍ରଦୀପ ପ୍ରଧାନ, ପୂର୍ବତନ ବିଶିଷ୍ଟ ପ୍ରଶାସକ ଅବସର ବେଉରିଆ, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ସ୍ତମ୍ଭକାର ତୁଷାରକାନ୍ତ ପ୍ରମୁଖ ଯୋଗ ଦେଇ କୃଷି ବିଲ୍ ପ୍ରତ୍ୟାହାର କରାଯିବ ପାଇଁ ଦାବି କରିଥିଲେ।

ସେମାନଙ୍କ ଅଭିଯୋଗ ମୁତାବକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର କୋଟି କୋଟି ଚାଷୀଙ୍କୁ ମିଥ୍ୟା କହି ପ୍ରତାରଣା କରିଛନ୍ତି। ପ୍ରଥମ ପାଳିରେ ସ୍ୱାମୀନାଥନ କମିସନ୍‌ ସୁପାରିସ ଲାଗୁ କରିବା ପ୍ରତିଶ୍ରୁତି ପାଣିର ଗାର ହୋଇଥିବା ବେଳେ ୨୦୨୨ ମସିହା ସୁଦ୍ଧା ଚାଷୀଙ୍କ ଆୟ ଦ୍ୱିଗୁଣିତ ହେବା ଏକ ପ୍ରହସନ। ଏଣୁ ପ୍ରଧାନମନ୍ତ୍ରୀଙ୍କ ମିଥ୍ୟା ପ୍ରତିଶ୍ରୁତିକୁ କୃଷକ ସମାଜ ଆଉ ବିଶ୍ୱାସ କରିବ ନାହିଁ ବୋଲି ସେମାନେ କହିଥିଲେ। ରାଜ୍ୟ ସହ ସଂଯୋଜ ରଶ୍ମିରଞ୍ଜନ ସ୍ୱାଇଁ, ଦୁର୍ଗାପ୍ରସାଦ ଦାସ, କମିଟି ସଭ୍ୟ ଶୁଭେନ୍ଦୁ ମଲ୍ଲିକ, ସଂଗ୍ରାମ କିଶୋର, ଦୋଳଗୋବିନ୍ଦ ପ୍ରଧାନ, ମହେଶ୍ୱର ଜେନା, ଜୟନ୍ତ ତ୍ରିପାଠୀ, ମଧୁମିତା ସାମଲ, ଦିବାକର ଦାସ, ପ୍ରସନ୍ନ ପ୍ରଧାନ ପ୍ରମୁଖ ଧାରଣାରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe