ଓପିଟିସିଏଲ୍‌ ପୁରସ୍କୃତ

Advertisment
ଓପିଟିସିଏଲ୍‌ ପୁରସ୍କୃତ

ଭୁବନେଶ୍ବର: ଓଡ଼ିଶା ବିଦ୍ୟୁତ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ୨୦୧୬-୧୭ ଆର୍ଥିକ ବର୍ଷରେ ବିଦ୍ୟୁତ ପରିବହନ ଓ ବଣ୍ଟନ କ୍ଷେତ୍ରରେ ପରିବ୍ୟୟ ପରିଚାଳନାଗତ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ହେତୁ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କଷ୍ଟ୍ ଆକାଉଣ୍ଟାଣ୍ଟସ ଅଫ୍ ଇଣ୍ଡିଆର ୧୫ତମ ଜାତୀୟ ଉତ୍କର୍ଷତା ପ୍ରତିଯୋଗିତାରେ ଦ୍ବିତୀୟ ସ୍ଥାନ ଅଧିକାର କରି ଜାତୀୟ ପୁରସ୍କାର ପାଇବା ପାଇଁ ଯୋଗ୍ୟତା ହାସଲ କରିଛି। ଅକ୍ଟୋବର ୧୦ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏହି ପୁରସ୍କାର ପ୍ରଦାନ ସମାରୋହରେ କେନ୍ଦ୍ର ରେଳବାଇ ଓ କୋଇଲା ବିଭାଗ ମନ୍ତ୍ରୀ ପୀୟୂଷ ଗୋୟଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତିତ୍ବ ହାସଲ କରିଥିବା ଅନୁଷ୍ଠାନଗୁଡ଼ିକୁ ସମ୍ବର୍ଧିତ କରିଥିଲେ। ଉତ୍ସବରେ ଓପିଟିସିଏଲର ମୁଖ୍ୟ ମହାପ୍ରବନ୍ଧକ(ଅର୍ଥ) ଯୋଗ ଦେଇ ପୁରସ୍କାର ଗ୍ରହଣ କରିଥିଲେ। ସଫଳତା ପାଇଁ ଓପିଟିସିଏଲ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ହେମନ୍ତ ଶର୍ମା, ଆଇଏଏସ୍‌ ଏବଂ ଅର୍ଥ ନିର୍ଦେଶକ ବିଭୁ ପ୍ରସାଦ ମହାପାତ୍ର ସଂସ୍ଥାର ସମସ୍ତ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe